ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ମହଙ୍ଗା ପଡ଼ିଲା ଅପରେସନ୍ ଥିଏଟରରେ ପ୍ରାକ୍ ବିବାହ ଫଟୋ ସୁଟ୍, ଡ଼ାକ୍ତର ବରଖାସ୍ତ

ବେଙ୍ଗାଲୁରୁ: କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାର ଏକ ସରକାରୀ ଡାକ୍ତରଖାନାର ଅପରେସନ୍ ଥିଏଟର ଭିତରେ‌ ପ୍ରାକ୍ ବିବାହ ଫଟୋ ସୁଟ୍ ନେଇ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜଣେ ଡାକ୍ତରଙ୍କୁ ବରଖାସ୍ତ କରାଯାଇଛି। ଭରମସାଗରର ଜିଲ୍ଲା ଡାକ୍ତରଖାନାରେ ଠିକା ଭିତ୍ତିରେ ନିଯୁକ୍ତି ପାଇଥିବା ଜଣେ ଡାକ୍ତରଙ୍କ ଫଟୋସୁଟ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିବାଦ ଉଠିଥିଲା । କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ କହିଛନ୍ତି, [...]

Admin•ଫେବୃଆରୀ 10, 2024
Share Article:

ବେଙ୍ଗାଲୁରୁ: କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାର ଏକ ସରକାରୀ ଡାକ୍ତରଖାନାର ଅପରେସନ୍ ଥିଏଟର ଭିତରେ‌ ପ୍ରାକ୍ ବିବାହ ଫଟୋ ସୁଟ୍ ନେଇ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜଣେ ଡାକ୍ତରଙ୍କୁ ବରଖାସ୍ତ କରାଯାଇଛି।

ଭରମସାଗରର ଜିଲ୍ଲା ଡାକ୍ତରଖାନାରେ ଠିକା ଭିତ୍ତିରେ ନିଯୁକ୍ତି ପାଇଥିବା ଜଣେ ଡାକ୍ତରଙ୍କ ଫଟୋସୁଟ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିବାଦ ଉଠିଥିଲା ।

କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ କହିଛନ୍ତି, ଚିତ୍ରଦୁର୍ଗର ଭରମସାଗର ସରକାରୀ ହସ୍ପିଟାଲର ଅପରେସନ୍ ଥିଏଟରରେ ପ୍ରାକ୍ ବିବାହ ଫଟୋ ସୁଟ୍ କରିଥିବା ଡାକ୍ତରଙ୍କୁ ସେବାରୁ ବରଖାସ୍ତ କରାଯାଇଛି । ସରକାରୀ ଡାକ୍ତରଖାନାରେ ଏଭଳି ବିଶୃଙ୍ଖଳା ବରଦାସ୍ତ କରାଯିବ ନାହିଁ।

ସେ କହିଛନ୍ତି, ସରକାରୀ ଡାକ୍ତରଖାନାରେ ଏପରି ବିଶୃଙ୍ଖଳାର ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ମୁଁ ସବୁ ଡାକ୍ତର ଏବଂ କର୍ମଚାରୀମାନଙ୍କୁ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଛି। ସମସ୍ତେ ମନେ ରଖିବା ଉଚିତ ଯେ ସରକାରୀ ଡାକ୍ତରଖାନା ସାଧାରଣ ଲୋକଙ୍କ ଚିକିତ୍ସା ପାଇଁ ଉଦ୍ଦିଷ୍ଟ।

ଭାଇରାଲ୍ ଭିଡିଓରେ ଡାକ୍ତର ଜଣେ ରୋଗୀର ‘ଅସ୍ତ୍ରୋପଚାର’ କରୁଥିବାବେଳେ ତାଙ୍କ ସାଥୀ ତାଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳୁଛି। ଭିଡିଓ ଶେଷରେ, ଯେଉଁ ବ୍ୟକ୍ତିଙ୍କ ରୋଗୀ ଭାବେ ଅସ୍ତ୍ରୋପଚାର ହେଉଥିଲା, ସେ ‘ଅପରେସନ୍’ ପରେ ଉଠି ବସିଥିବା ଦେଖିବାକୁ ମିଳୁଛି। ଭିଡିଓରେ ପ୍ରାକ୍ ବିବାହ ଫଟୋ ସୁଟ୍ ପାଇଁ ଅପରେସନ୍ ଥିଏଟରରେ କ୍ୟାମେରା ଓ ଲାଇଟ୍ ସହିତ ଅନେକ ଲୋକ ଜମା ହୋଇଥିବା ଦେଖିବାକୁ ମିଳୁଛି |

#Odia#Odisha#News
Share Article:

Related Articles