ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

କେସିଆରଙ୍କ ଉପରେ ପ୍ରଚାର କଟକଣା

ନୂଆଦିଲ୍ଲୀ: ଆପତ୍ତିଜନକ ବୟାନ ମାମଲାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ସଭାପତି ତଥା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍)ଙ୍କ ବିରୋଧରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କମିଶନ ଆସନ୍ତା ଦୁଇ ଦିନ ପାଇଁ କେସିଆରଙ୍କୁ ନିର୍ବାଚନ ପ୍ରଚାର କରିବାରୁ ବାରଣ କରିଛନ୍ତି। କଂଗ୍ରେସ ବିରୋଧରେ ଆପତ୍ତିଜନକ ବୟାନ ମାମଲାରେ କେସିଆରଙ୍କ ଉପରେ ଏହି କଟକଣା ଲାଗିଛି । କେସିଆରଙ୍କ ଉପରେ ଏହି ନିଷେଧାଦେଶ ଆଜି ରାତି ୮ଟାରୁ ଲାଗୁ ହେବ, ଯାହା [...]

Admin•ମଇ 1, 2024
Share Article:

ନୂଆଦିଲ୍ଲୀ: ଆପତ୍ତିଜନକ ବୟାନ ମାମଲାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ସଭାପତି ତଥା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍)ଙ୍କ ବିରୋଧରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କମିଶନ ଆସନ୍ତା ଦୁଇ ଦିନ ପାଇଁ କେସିଆରଙ୍କୁ ନିର୍ବାଚନ ପ୍ରଚାର କରିବାରୁ ବାରଣ କରିଛନ୍ତି। କଂଗ୍ରେସ ବିରୋଧରେ ଆପତ୍ତିଜନକ ବୟାନ ମାମଲାରେ କେସିଆରଙ୍କ ଉପରେ ଏହି କଟକଣା ଲାଗିଛି । କେସିଆରଙ୍କ ଉପରେ ଏହି ନିଷେଧାଦେଶ ଆଜି ରାତି ୮ଟାରୁ ଲାଗୁ ହେବ, ଯାହା ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ଅବଧି ମଧ୍ୟରେ ସେ ଗଣମାଧ୍ୟମରେ କୌଣସି ବୟାନ ଦେଇ ପାରିବେ ନାହିଁ। ଏହାଛଡ଼ା ସେ କୌଣସି ସାଧାରଣ ସଭା କିମ୍ବା ସମାବେଶରେ ସାମିଲ ହୋଇପାରିବେ ନାହିଁ।

କେସିଆରଙ୍କ ବିରୋଧରେ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଜି ନିରଞ୍ଜନ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । ଚନ୍ଦ୍ରଶେଖର ରାଓ ସିର୍ସିଲାରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପାର୍ଟି ବିରୋଧରେ ଅଶ୍ଳୀଳ, ଅପମାନଜନକ ବୟାନ ଦେବା ସହ ଆପତ୍ତିଜନକ ଆରୋପ ଲଗାଇଥିଲେ ବୋଲି ଅଭିଯୋଗ ହୋଇଥିଲା । କଂଗ୍ରେସ ନେତା ଜି ନିରଞ୍ଜନ ଅଭିଯୋଗ ଆଧାରରେ ନିର୍ବାଚନ କମିଶନ କେ ଚନ୍ଦ୍ରଶେଖର ରାଓଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ।

#Odia#Odisha#News
Share Article:

Related Articles