ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

କେନ୍ଦ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ନେଇ ଦ୍ରାବିଡ ମୁନ୍ନେତ୍ରା କଜଗାମ (ଡିଏମକେ)ର ଅଭିଯୋଗ ଆଧାରରେ ନିର୍ବାଚନ କମିଶନ ବୁଧବାର କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତ୍ରୀ ଶୋଭା କରନ୍ଦଲାଜେଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କର୍ଣ୍ଣାଟକର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ୪୮ ଘଣ୍ଟା ମଧ୍ୟରେ ଏହି ମାମଲାରେ ଅନୁପାଳନ ରିପୋର୍ଟ ଦାଖଲ ପାଇଁ ମଧ୍ୟ କହିଛନ୍ତି ନିର୍ବାଚନ କମିଶନ । ମାର୍ଚ୍ଚ ୧ରେ ବେଙ୍ଗାଲୁରୁର ରମେଶ୍ୱରାମ କାଫେରେ [...]

Admin•ମାର୍ଚ୍ଚ 20, 2024
Share Article:

ନୂଆଦିଲ୍ଲୀ: ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ନେଇ ଦ୍ରାବିଡ ମୁନ୍ନେତ୍ରା କଜଗାମ (ଡିଏମକେ)ର ଅଭିଯୋଗ ଆଧାରରେ ନିର୍ବାଚନ କମିଶନ ବୁଧବାର କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତ୍ରୀ ଶୋଭା କରନ୍ଦଲାଜେଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କର୍ଣ୍ଣାଟକର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ୪୮ ଘଣ୍ଟା ମଧ୍ୟରେ ଏହି ମାମଲାରେ ଅନୁପାଳନ ରିପୋର୍ଟ ଦାଖଲ ପାଇଁ ମଧ୍ୟ କହିଛନ୍ତି ନିର୍ବାଚନ କମିଶନ ।

ମାର୍ଚ୍ଚ ୧ରେ ବେଙ୍ଗାଲୁରୁର ରମେଶ୍ୱରାମ କାଫେରେ ଘଟିଥିବା ବୋମା ବିସ୍ଫୋରଣ ପାଇଁ କେନ୍ଦ୍ର ମନ୍ତ୍ରୀ କରନ୍ଦଲାଜେ ତାମିଲନାଡୁର ଜଣେ ବ୍ୟକ୍ତିଙ୍କୁ ଦାୟୀ କରିଥିଲେ ବୋଲି ଡିଏମକେ ଅଭିଯୋଗ କରିଥିଲା। ଏନେଇ କରନ୍ଦଲାଜେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ଦଳ ।

ଦିନକ ପୂର୍ବରୁ ନିର୍ବାଚନ କମିଶନଙ୍କ ନିକଟରେ କରିଥିବା ଅଭିଯୋଗରେ ଡିଏମକେ କହିଥିଲା – କେନ୍ଦ୍ର ମନ୍ତ୍ରୀ ତାଙ୍କ ବୟାନରେ ତାମିଲନାଡୁର ଲୋକଙ୍କୁ ‘ଉଗ୍ରବାଦୀ’ ବୋଲି କହିଥିଲେ।

ମଙ୍ଗଳବାର ବେଙ୍ଗାଲୁରୁରେ ଏକ ପ୍ରତିବାଦ ସଭାରେ କରନ୍ଦଲାଜେ କହିଥିଲେ କର୍ଣ୍ଣାଟକରେ ଆଇନ ଶୃଙ୍ଖଳା ବିଗିଡି ଯାଇଛି। ତାମିଲନାଡୁର ଲୋକମାନେ ଏଠାରେ ବୋମା ଲଗାଉଛନ୍ତି, ଦିଲ୍ଲୀର ଲୋକମାନେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଉଛନ୍ତି ଏବଂ କେରଳର ଲୋକମାନେ ଏସିଡ୍ ଆକ୍ରମଣରେ ସମ୍ପୃକ୍ତ ରହୁଛନ୍ତି। ତାଙ୍କର ଏଭଳି ମନ୍ତବ୍ୟ ନେଇ ବିବାଦ ସୃଷ୍ଟି ହେବାରୁ କରନ୍ଦଲାଜେ ପରେ କ୍ଷମା ମାଗିଥିଲେ । ସେ ତାଙ୍କ ମନ୍ତବ୍ୟ ମଧ୍ୟ ପ୍ରତ୍ୟାହାର କରିଥିଲେ।

ଇତି ମଧ୍ୟରେ ତାମିଲନାଡୁର ମଦୁରାଇ ପୋଲିସ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ‘ଶତ୍ରୁତାକୁ ପ୍ରୋତ୍ସାହିତ କରିବା’ ଅଭିଯୋଗରେ କରନ୍ଦଲାଜେଙ୍କ ବିରୋଧରେ ମାମଲା ରୁଜୁ କରିଛି। ତାଙ୍କ ମନ୍ତବ୍ୟ ନେଇ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ଅନ୍ୟ ଡିଏମକେ ନେତା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

#Odia#Odisha#News
Share Article:

Related Articles