ମନି ଲଣ୍ଡରିଂ ମାମଲାରେ ଫାରୁକ୍ ଅବଦୁଲ୍ଲାଙ୍କୁ ଇଡି ନୋଟିସ୍, ଆଜି ଜେରା ପାଇଁ ହେବେ ହାଜର
ଜାମ୍ମୁ: ମନି ଲଣ୍ଡରିଂ ମାମଲାରେ ଇଡି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ (ଏନସି) ସଭାପତି ଡକ୍ଟର ଫାରୁକ୍ ଅବଦୁଲ୍ଲାଙ୍କୁ ନୋଟିସ୍ ଜାରି କରିଛି। ତାଙ୍କୁ ଆଜି ଜେରା ହାଜର ହେବାକୁ କହିଛି କେନ୍ଦ୍ରୀୟ ସଂସ୍ଥା। ଏହି ମାମଲାରେ ଅବଦୁଲ୍ଲାଙ୍କ ବିରୋଧରେ ଇଡି ୨୬ ଜୁଲାଇ ୨୦୨୨ରେ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା। ଏହାଛଡ଼ା ଫାରୁକ୍ ଏବଂ ଅନ୍ୟ ଅଭିଯୁକ୍ତଙ୍କ ପ୍ରାୟ ୨୧.୫୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ମଧ୍ୟ ଜବତ କରାଯାଇଥିଲା। [...]
ଜାମ୍ମୁ: ମନି ଲଣ୍ଡରିଂ ମାମଲାରେ ଇଡି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ (ଏନସି) ସଭାପତି ଡକ୍ଟର ଫାରୁକ୍ ଅବଦୁଲ୍ଲାଙ୍କୁ ନୋଟିସ୍ ଜାରି କରିଛି। ତାଙ୍କୁ ଆଜି ଜେରା ହାଜର ହେବାକୁ କହିଛି କେନ୍ଦ୍ରୀୟ ସଂସ୍ଥା।
ଏହି ମାମଲାରେ ଅବଦୁଲ୍ଲାଙ୍କ ବିରୋଧରେ ଇଡି ୨୬ ଜୁଲାଇ ୨୦୨୨ରେ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା। ଏହାଛଡ଼ା ଫାରୁକ୍ ଏବଂ ଅନ୍ୟ ଅଭିଯୁକ୍ତଙ୍କ ପ୍ରାୟ ୨୧.୫୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ମଧ୍ୟ ଜବତ କରାଯାଇଥିଲା। ସମ୍ପୃକ୍ତ ଅଧିକାରୀ କହିଛନ୍ତି ଯେ ଜମ୍ମୁ କାଶ୍ମୀର କ୍ରିକେଟ୍ ଆସୋସିଏସନ୍ (ଜେକେସିଏ)ରେ ୪୩.୬୯ କୋଟି ଟଙ୍କା ଠକେଇରେ ସମ୍ପୃକ୍ତ ଥିବା ଆଧାରରେ ଡକ୍ଟର ଫାରୁକଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି।
ଜମ୍ମୁ କାଶ୍ମୀରରେ କ୍ରିକେଟ୍ ତଥା ଆନୁଷଙ୍ଗିକ କାର୍ଯ୍ୟକଳାପର ବିକାଶ ପାଇଁ ବିସିସିଆଇ ୨୦୦୧-୧୨ ବର୍ଷ ମଧ୍ୟରେ ଜେକେସିଏକୁ ୧୧୨ କୋଟି ଟଙ୍କା ପ୍ରଦାନ କରିଥିଲା। ସେତେବେଳେ ଡକ୍ଟର ଫାରୁକ୍ ଜେକେସିଏର ସଭାପତି ଥିଲେ। ଜେକେସିଏର ତତ୍କାଳୀନ ପଦାଧିକାରୀମାନେ ବିସିସିଆଇ ପ୍ରଦାନ କରିଥିବା ରାଶିରୁ ୪୬.୩ କୋଟି ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା।
ବୌଦ୍ଧ ବନଖଣ୍ଡରୁ ବାଘ ଛାଲ ଜବତ, ୨ ଗିରଫ
Next ArticleShri Jagannath Temple Managing Committee Meeting On Srimandira Parikrama Project To be Held Today
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
