ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ମହୁଆ ମୈତ୍ରଙ୍କୁ ଇଡି ସମନ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଲୋକସଭା ସଦସ୍ୟ ମହୁଆ ମୈତ୍ରଙ୍କୁ ଫେମା ଆଇନ ଉଲ୍ଲଂଘନ ମାମଲାରେ ଆସନ୍ତା ସପ୍ତାହରେ ହାଜର ହେବାକୁ ସମନ ଜାରି କରିଛି । ୪୯ ବର୍ଷୀୟା ମୈତ୍ରଙ୍କୁ ଫେବୃଆରୀ ୧୯ରେ ଦିଲ୍ଲୀର ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ମୈତ୍ରଙ୍କ ବିରୋଧରେ ସିବିଆଇ ମଧ୍ୟ ତଦନ୍ତ କରୁଛି। ଲୋକପାଲ ସିବିଆଇକୁ ଏହି ମାମଲା ପଠାଇବା ପରେ ସେ ମୈତ୍ରଙ୍କ ବିରୋଧରେ ଆସିଥିବା ଅଭିଯୋଗର ପ୍ରାଥମିକ [...]

Admin•ଫେବୃଆରୀ 15, 2024
Share Article:

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଲୋକସଭା ସଦସ୍ୟ ମହୁଆ ମୈତ୍ରଙ୍କୁ ଫେମା ଆଇନ ଉଲ୍ଲଂଘନ ମାମଲାରେ ଆସନ୍ତା ସପ୍ତାହରେ ହାଜର ହେବାକୁ ସମନ ଜାରି କରିଛି । ୪୯ ବର୍ଷୀୟା ମୈତ୍ରଙ୍କୁ ଫେବୃଆରୀ ୧୯ରେ ଦିଲ୍ଲୀର ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି।

ମୈତ୍ରଙ୍କ ବିରୋଧରେ ସିବିଆଇ ମଧ୍ୟ ତଦନ୍ତ କରୁଛି। ଲୋକପାଲ ସିବିଆଇକୁ ଏହି ମାମଲା ପଠାଇବା ପରେ ସେ ମୈତ୍ରଙ୍କ ବିରୋଧରେ ଆସିଥିବା ଅଭିଯୋଗର ପ୍ରାଥମିକ ତଦନ୍ତ ଜାରି ରଖିଛି ।

ବିଜେପି ସାଂସଦ ନିଶିକାନ୍ତ ଦୁବେ ଅଭିଯୋଗ କରିଥିଲେ ଯେ ମୈତ୍ର ଟଙ୍କା ବଦଳରେ ଆଦାନୀ ଗ୍ରୁପ୍ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିବା ପାଇଁ ଲୋକସଭାରେ ପ୍ରଶ୍ନ ପଚାରିଥିବା । ଆର୍ଥିକ ଲାଭ ପାଇଁ ସେ ଜାତୀୟ ସୁରକ୍ଷାକୁ ବିପଦରେ ପକାଇଥିବା ସେ ଅଭିଯୋଗ କରିଛନ୍ତି। ଗତ ବର୍ଷ ଡିସେମ୍ବରରେ ଏହି ମାମଲାରେ ମୈତ୍ରଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା।

ମୈତ୍ର କିନ୍ତୁ ସେ କିଛି ଭୁଲ୍ କରିଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ । ଆଦାନୀ ଗ୍ରୁପ୍ ସମ୍ପର୍କରେ ପ୍ରଶ୍ନ ପଚାରିଥିବା ଯୋଗୁଁ ତାଙ୍କୁ ଟାର୍ଗେଟ୍ କରାଯାଉଛି ବୋଲି ଦାବି କରିଥିଲେ ଏହି ତୃଣମୂଳ କଂଗ୍ରେସ ନେତ୍ରୀ କହିଥିଲେ ।

#Odia#Odisha#News
Share Article:

Related Articles