ମହୁଆ ମୈତ୍ର ଓ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କୁ ଇଡି ସମନ
ନୂଆଦିଲ୍ଲୀ: ବିଦେଶୀ ମୁଦ୍ରା ବିନିମୟ ପରିଚାଳନା ଆଇନ (ଫେମା) ଉଲ୍ଲଂଘନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର ଏବଂ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କୁ ସାନି ସମନ ଜାରି କରିଛି। ଉଭୟଙ୍କୁ ଜେରା ପାଇଁ ମାର୍ଚ୍ଚ ୨୮ରେ ହାଜର ହେବାକୁ କୁହାଯାଇଛି। ‘ଲାଞ୍ଚ ନେଇ ପ୍ରଶ୍ନ ପଚାରିବା’ ମାମଲାରେ ମହୁଆ ମୈତ୍ରଙ୍କୁ ଡିସେମ୍ବର ମାସରେ ଲୋକସଭାରୁ ବହିଷ୍କାର କରାଯାଇଥିଲା। ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଟିଏମସି ତାଙ୍କୁ ପୁଣି ପଶ୍ଚିମବଙ୍ଗର କୃଷ୍ଣନଗର ଆସନରୁ [...]
ନୂଆଦିଲ୍ଲୀ: ବିଦେଶୀ ମୁଦ୍ରା ବିନିମୟ ପରିଚାଳନା ଆଇନ (ଫେମା) ଉଲ୍ଲଂଘନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର ଏବଂ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କୁ ସାନି ସମନ ଜାରି କରିଛି। ଉଭୟଙ୍କୁ ଜେରା ପାଇଁ ମାର୍ଚ୍ଚ ୨୮ରେ ହାଜର ହେବାକୁ କୁହାଯାଇଛି।
‘ଲାଞ୍ଚ ନେଇ ପ୍ରଶ୍ନ ପଚାରିବା’ ମାମଲାରେ ମହୁଆ ମୈତ୍ରଙ୍କୁ ଡିସେମ୍ବର ମାସରେ ଲୋକସଭାରୁ ବହିଷ୍କାର କରାଯାଇଥିଲା। ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଟିଏମସି ତାଙ୍କୁ ପୁଣି ପଶ୍ଚିମବଙ୍ଗର କୃଷ୍ଣନଗର ଆସନରୁ ପ୍ରାର୍ଥୀ କରିଛି।
‘ଲାଞ୍ଚ ନେଇ ପ୍ରଶ୍ନ ପଚାରିବା’ ମାମଲାରେ ମହୁଆଙ୍କ ବିରୋଧରେ ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ନିଶିକାନ୍ତ ଦୁବେ ଲୋକପାଲଙ୍କ ନିକଟରେ ଅଭିଯୋଗ କରିଥିଲେ । ନିକଟରେ ଲୋକପାଳ ଏନେଇ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶନାମାର କିଛି ଦିନ ପରେ ଶନିବାର ସିବିଆଇ ମହୁଆଙ୍କ ଘରେ ଚଢ଼ାଉ କରିଥିଲା ।
ବିଜେପି ସାଂସଦ ଦୁବେ ଅଭିଯୋଗ କରିଥିଲେ ଯେ ଶିଳ୍ପପତି ଗୌତମ ଆଦାନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିବା ପାଇଁ ଦୁବାଇର ବ୍ୟବସାୟୀ ହିରାନନ୍ଦାନୀଙ୍କଠାରୁ ‘ନଗଦ ଏବଂ ଦାମୀ ଉପହାର’ ନେଇ ମହୁଆ ମୈତ୍ର ସଂସଦରେ ପ୍ରଶ୍ନ ପଚାରିଥିଲେ।
ମୈତ୍ର ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲେ । ଆଦାନୀ ଗ୍ରୁପ୍ ସମ୍ପର୍କରେ ପ୍ରଶ୍ନ ଉଠାଇଥିବାରୁ ତାଙ୍କୁ ଟାର୍ଗେଟ୍ କରାଯାଉଥିବା ଦାବି କରିଥିଲେ ଏହି ଟିଏମସି ନେତ୍ରୀ ।
ବିଧାନସଭା ନିର୍ବାଚନ ପାଇଁ ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା ଜାରି, ହିଞ୍ଜିଳିରୁ ଷଷ୍ଠଥର ପାଇଁ ଲଢିବେ ନବୀନ
Next Articleକେରଳ ମୁଖ୍ୟମନ୍ତ୍ରୀଙ୍କ ଝିଅ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କଲା ଇଡି
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
