ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ମେଡିକାଲ ଜାମିନ ପାଇଁ କେଜ୍ରିୱାଲ ଜେଲରେ ମିଠା, ଆମ୍ବ ଭଳି ଶର୍କରା ଯୁକ୍ତ ଖାଦ୍ୟ ଖାଉଛନ୍ତି, କୋର୍ଟରେ ଇଡିର ଦାବି

ନୂଆଦିଲ୍ଲୀ: ଟାଇପ୍-୨ ଡାଏବେଟିସ୍ ଥିବା ସତ୍ତ୍ୱେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରେ ମିଠା ଏବଂ ଆମ୍ବ ଭଳି ଉଚ୍ଚ ଶର୍କରା ଯୁକ୍ତ ଖାଦ୍ୟ ଖାଉଛନ୍ତି। ମେଡିକାଲ ଜାମିନ ପାଇବା ପାଇଁ ସେ ଜାଣିଶୁଣି ଏଭଳି ଶର୍କରା ଯୁକ୍ତ ଖାଦ୍ୟ ଖାଉଛନ୍ତି ବୋଲି ଇଡି ଗୁରୁବାର କୋର୍ଟଙ୍କୁ କହିଛି। ଇଡି ଓକିଲ ଗଣମାଧ୍ୟମକୁ କହିଛନ୍ତି, “କେଜ୍ରିୱାଲ ଜେଲରେ ପ୍ରତିଦିନ ଆମ୍ବ ଏବଂ ମିଠା ଖାଉଛନ୍ତି । ମଧୁମେହ ରୋଗୀଙ୍କ ପାଇଁ ଏପରି ଖାଦ୍ୟ ଠିକ୍ ନୁହେଁ। ଆମେ [...]

Admin•ଅପ୍ରେଲ 18, 2024
Share Article:

ନୂଆଦିଲ୍ଲୀ: ଟାଇପ୍-୨ ଡାଏବେଟିସ୍ ଥିବା ସତ୍ତ୍ୱେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରେ ମିଠା ଏବଂ ଆମ୍ବ ଭଳି ଉଚ୍ଚ ଶର୍କରା ଯୁକ୍ତ ଖାଦ୍ୟ ଖାଉଛନ୍ତି। ମେଡିକାଲ ଜାମିନ ପାଇବା ପାଇଁ ସେ ଜାଣିଶୁଣି ଏଭଳି ଶର୍କରା ଯୁକ୍ତ ଖାଦ୍ୟ ଖାଉଛନ୍ତି ବୋଲି ଇଡି ଗୁରୁବାର କୋର୍ଟଙ୍କୁ କହିଛି।

ଇଡି ଓକିଲ ଗଣମାଧ୍ୟମକୁ କହିଛନ୍ତି, “କେଜ୍ରିୱାଲ ଜେଲରେ ପ୍ରତିଦିନ ଆମ୍ବ ଏବଂ ମିଠା ଖାଉଛନ୍ତି । ମଧୁମେହ ରୋଗୀଙ୍କ ପାଇଁ ଏପରି ଖାଦ୍ୟ ଠିକ୍ ନୁହେଁ। ଆମେ ତାଙ୍କ ଡାଏଟ୍ ଚାର୍ଟ କୋର୍ଟଙ୍କୁ ପ୍ରଦାନ କରିଛୁ।”

ସିବିଆଇ ଓ ଇଡିର ସ୍ୱତନ୍ତ୍ର ଜଜ୍ କାବେରୀ ବୱେଜାଙ୍କ କୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏପରି ଦାବି କରିଛି । କେଜ୍ରିୱାଲଙ୍କ ଡାଏଟ୍ ଚାର୍ଟ ସହ ଏହି ମାମଲାରେ ଏକ ରିପୋର୍ଟ ଦାଖଲ କରିବାକୁ ଜଜ୍ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅସ୍ଥିର ସୁଗାର ଲେବଲ ଯୋଗୁଁ ଭିଡିଓ କନଫରେନ୍ସିଂ ଜରିଆରେ ତାଙ୍କ ନିୟମିତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ କେଜ୍ରିୱାଲ କୋର୍ଟରେ ଆବେଦନ କରିଛନ୍ତି।

ଇଡି କୋର୍ଟଙ୍କୁ କହିଛି, “ଟାଇପ୍-୨ ମଧୁମେହ ରୋଗୀ ହୋଇଥିବା ସତ୍ତ୍ୱେ ଅରବିନ୍ଦ କେଜ୍ରିୱାଲ ଉଚ୍ଚ ଶର୍କରା ଯୁକ୍ତ ଖାଦ୍ୟ ଖାଉଛନ୍ତି। ସେ ପ୍ରତିଦିନ ‘ଆଳୁ-ପୁରୀ’, ଆମ୍ବ, ମିଠା ଖାଉଛନ୍ତି। ମେଡିକାଲ୍ ଜାମିନ ପାଇଁ ଆଧାର ସୃଷ୍ଟି କରିବା ପାଇଁ କେଜ୍ରିୱାଲ ଏଭଳି ଖାଦ୍ୟ ଖାଉଛନ୍ତି।

କେଜ୍ରିୱାଲଙ୍କ ଓକିଲ କୋର୍ଟ ବାହାରେ ଗଣମାଧ୍ୟମକୁ କହିଛନ୍ତି ଯେ କେଜ୍ରିୱାଲ ଯାହା ଖାଉଛନ୍ତି, ଡାକ୍ତରଙ୍କ ପରାମର୍ଶ କ୍ରମେ ଖାଉଛନ୍ତି।

#Odia#Odisha#News
Share Article:

Related Articles