ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ୟୁପି ସହ ୬ଟି ରାଜ୍ୟର ଗୃହ ସଚିବ ଓ ପଶ୍ଚିମବଙ୍ଗ ଡିଜିପିଙ୍କୁ ହଟାଇଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ଗୃହ ସଚିବମାନଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ମିଜୋରାମ ଏବଂ ହିମାଚଳ ପ୍ରଦେଶର ସାଧାରଣ ପ୍ରଶାସନ ସଚିବଙ୍କୁ ମଧ୍ୟ ହଟାଯାଇଛି । ସୂତ୍ରରୁ ପ୍ରକାଶ ପଶ୍ଚିମବଙ୍ଗର ପୋଲିସ ମହାନିର୍ଦ୍ଦେଶକ(ଡିଜିପି)ଙ୍କୁ ହଟାଇବାକୁ ମଧ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ତାଛଡ଼ା ବିଏମସି କମିଶନର ଇକବାଲ ସିଂହ ଚହଲ ଏବଂ ଅତିରିକ୍ତ କମିଶନର ତଥା ଡେପୁଟି କମିଶନରଙ୍କ ମଧ୍ୟ ଛୁଟି [...]

Admin•ମାର୍ଚ୍ଚ 18, 2024
Share Article:

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ଗୃହ ସଚିବମାନଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ମିଜୋରାମ ଏବଂ ହିମାଚଳ ପ୍ରଦେଶର ସାଧାରଣ ପ୍ରଶାସନ ସଚିବଙ୍କୁ ମଧ୍ୟ ହଟାଯାଇଛି ।

ସୂତ୍ରରୁ ପ୍ରକାଶ ପଶ୍ଚିମବଙ୍ଗର ପୋଲିସ ମହାନିର୍ଦ୍ଦେଶକ(ଡିଜିପି)ଙ୍କୁ ହଟାଇବାକୁ ମଧ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ତାଛଡ଼ା ବିଏମସି କମିଶନର ଇକବାଲ ସିଂହ ଚହଲ ଏବଂ ଅତିରିକ୍ତ କମିଶନର ତଥା ଡେପୁଟି କମିଶନରଙ୍କ ମଧ୍ୟ ଛୁଟି କରିଛନ୍ତି କମିଶନ। ଲୋକସଭା ନିର୍ବାଚନରେ ନିରପେକ୍ଷତା ସୁନିଶ୍ଚିତ କରିବାକୁ ନିର୍ବାଚନ କମିଶନ ଏହି ପଦକ୍ଷେପ ନେଇଛନ୍ତି ।

#Odia#Odisha#News
Share Article:

Related Articles