ଲୋକସଭା ନିର୍ବାଚନ: କେଓ୍ବାଇସି ଆପ୍ ଦେବ ପ୍ରାର୍ଥୀଙ୍କ ସମ୍ପର୍କରେ ସମସ୍ତ ସୂଚନା, ଅପରାଧିକ ରେକର୍ଡ ବି ଯାଞ୍ଚ୍ କରିପାରିବେ ଭୋଟର
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ନିର୍ବାଚନ କମିଶନ ଏକ ନୂଆ ରୂପରେ କେଓ୍ବାଇସି (Know Your Candidate) ଆପ୍ ଆଣିଛନ୍ତି । ଏହି ଆପ୍ ଜରିଆରେ ଭୋଟରମାନେ ନିଜ ଅଞ୍ଚଳର ଲୋକସଭା ପ୍ରାର୍ଥୀ ସମ୍ପର୍କରେ ସମସ୍ତ ସୂଚନା ପାଇପାରିବେ। ଭୋଟରମାନଙ୍କ ପାଇଁ ଏହି ଆପ୍ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି, ଯାହା ଦ୍ୱାରା ସେମାନେ ନିଜ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ପୃଷ୍ଠଭୂମି ଯାଞ୍ଚ୍ କରିପାରିବେ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଲୋକସଭା [...]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ନିର୍ବାଚନ କମିଶନ ଏକ ନୂଆ ରୂପରେ କେଓ୍ବାଇସି (Know Your Candidate) ଆପ୍ ଆଣିଛନ୍ତି । ଏହି ଆପ୍ ଜରିଆରେ ଭୋଟରମାନେ ନିଜ ଅଞ୍ଚଳର ଲୋକସଭା ପ୍ରାର୍ଥୀ ସମ୍ପର୍କରେ ସମସ୍ତ ସୂଚନା ପାଇପାରିବେ। ଭୋଟରମାନଙ୍କ ପାଇଁ ଏହି ଆପ୍ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି, ଯାହା ଦ୍ୱାରା ସେମାନେ ନିଜ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ପୃଷ୍ଠଭୂମି ଯାଞ୍ଚ୍ କରିପାରିବେ।
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଲୋକସଭା ନିର୍ବାଚନ ତାରିଖ ଘୋଷଣା ବେଳେ ଏହି ଆପ୍ ସମ୍ପର୍କରେ ସୂଚନା ଦେଇଥିଲେ । ଲୋକସଭା ନିର୍ବାଚନ ତାରିଖ ଘୋଷଣା ସହ ଏହି ଆପକୁ ମଧ୍ୟ ଅପଡେଟ୍ କରାଯାଇଛି। ଭୋଟରମାନେ ସେମାନଙ୍କ ପ୍ରାର୍ଥୀଙ୍କ ବିଷୟରେ ଜାଣିବା ଆବଶ୍ୟକ ଏବଂ ଏଥିରେ ଏହି ଆପ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ।
କେଓ୍ବାଇସି ଆପ୍ ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ୟୁଜରଙ୍କ ପାଇଁ ଉପଲବ୍ଧ । ନିର୍ବାଚନରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ବୃଦ୍ଧି କରିବାକୁ ଏହି ଆପ୍ ଅଣାଯାଇଛି | ଏହି ଆପରେ ଭୋଟରମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ସହ ଜଡ଼ିତ ସମସ୍ତ ସୂଚନା ପାଇବେ | ଯାହାଫଳରେ ସେମାନେ ନିଜ ମତାଧିକାର ସାବ୍ୟସ୍ତ କରିବା ବେଳେ ସଠିକ୍ ନିଷ୍ପତ୍ତି ନେଇପାରିବେ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯଦି କୌଣସି ପ୍ରାର୍ଥୀଙ୍କ ବିରୋଧରେ କୌଣସି ଅପରାଧିକ ଅଭିଯୋଗ ଥାଏ, ତେବେ ଏହା ସହ ଜଡ଼ିତ ସମସ୍ତ ସୂଚନା ମଧ୍ୟ ଏହି ଆପ୍ ଦେବ। ଏହାଛଡ଼ା ପ୍ରାର୍ଥୀ ମାନଙ୍କ ସମ୍ପତ୍ତି ଏବଂ ଋଣ ସମ୍ପର୍କରେ ସୂଚନା ମଧ୍ୟ ଉପଲବ୍ଧ ହେବ | ପ୍ରାର୍ଥୀମାନେ ଖବରକାଗଜ ଓ ଟିଭିରେ ତିନିଥର ସେମାନଙ୍କ ଅପରାଧିକ ରେକର୍ଡ ପ୍ରକାଶ କରିବା ବାଧ୍ୟତାମୂଳକ କରିଛନ୍ତିି ନିର୍ବାଚନ କମିଶନ। ଏହାଛଡ଼ା ଯଦି କୌଣସି ଦଳ ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି, ତେବେ ତାଙ୍କୁ ଚୟନ କରିବାର କାରଣ ମଧ୍ୟ ଦେବାକୁ ପଡ଼ିବ।
କେଓ୍ବାଇସି ଆପ୍ ଲଞ୍ଚ ହେବା ସହିତ ନିର୍ବାଚନ କମିଶନ ଆସନ୍ତା ଲୋକସଭା ନିର୍ବାଚନର ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଦେଶରେ ସାଧାରଣ ନିର୍ବାଚନ ୧୯ ଏପ୍ରିଲରୁ ଜୁନ୍ ୧ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇବ ।
ଝଲସିବ ଋଷିକୁଲ୍ୟା ତଟ: ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ
Next Articleବିହାରରେ ଏନଡିଏର ଆସନ ଭାଗବଣ୍ଟା ଚୂଡ଼ାନ୍ତ; ବିଜେପି ୧୭, ଜେଡିୟୁ ୧୬ ଆସନରେ ଲଢ଼ିବ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
