ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ପ୍ରଧାନମନ୍ତ୍ରୀଙ୍କୁ ‘ପନୌତି’ ଓ ‘ପକେଟ୍ ମାର୍’ କହିବା ନେଇ ରାହୁଲ ଗାନ୍ଧୀଙ୍କୁ ନିର୍ବାଚନ କମିଶନଙ୍କ ଚେତାବନୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ପନୌତି’ ଏବଂ ‘ପକେଟ୍ ମାର୍’ କହିବା ନେଇ ନିର୍ବାଚନ କମିଶନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଚେତାବନୀ ଦେଇଛନ୍ତି । ସର୍ବସାଧାରଣରେ ଭାଷଣ ଦେବାବେଳେ ନିଜ ଭାଷା ପ୍ରତି ଯତ୍ନବାନ ହେବାକୁ ରାହୁଲଙ୍କୁ କହିଛନ୍ତି ନିର୍ବାଚନ କମିଶନ । ଗତ ବର୍ଷ ଡିସେମ୍ବରରେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନ କମିଶନ ଷ୍ଟାର ପ୍ରଚାରକ ଓ ରାଜନତା ମାନଙ୍କ ପାଇଁ ଜାରି ଆଡଭାଇଜରିକୁ କଡ଼ାକଡ଼ି ପାଳନ କରିବାକୁ ରାହୁଲଙ୍କୁ କହିଛନ୍ତି । [...]

Admin•ମାର୍ଚ୍ଚ 6, 2024
Share Article:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ପନୌତି’ ଏବଂ ‘ପକେଟ୍ ମାର୍’ କହିବା ନେଇ ନିର୍ବାଚନ କମିଶନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଚେତାବନୀ ଦେଇଛନ୍ତି । ସର୍ବସାଧାରଣରେ ଭାଷଣ ଦେବାବେଳେ ନିଜ ଭାଷା ପ୍ରତି ଯତ୍ନବାନ ହେବାକୁ ରାହୁଲଙ୍କୁ କହିଛନ୍ତି ନିର୍ବାଚନ କମିଶନ ।

ଗତ ବର୍ଷ ଡିସେମ୍ବରରେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନ କମିଶନ ଷ୍ଟାର ପ୍ରଚାରକ ଓ ରାଜନତା ମାନଙ୍କ ପାଇଁ ଜାରି ଆଡଭାଇଜରିକୁ କଡ଼ାକଡ଼ି ପାଳନ କରିବାକୁ ରାହୁଲଙ୍କୁ କହିଛନ୍ତି ।

ଆଗାମୀ ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ମାର୍ଚ୍ଚ ୧ରେ ରାଜନୈତିକ ଦଳ ଓ ନେତାଙ୍କ ପାଇଁ ଆଡଭାଇଜରି ଜାରି କରିଥିଲେ । ଦଳ, ପ୍ରାର୍ଥୀ ଅବା ଷ୍ଟାର ପ୍ରଚାରକ ଯଦି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଥିଲେ କମିଶନ ।

ଏହାଛଡ଼ା ପୂର୍ବରୁ ନୋଟିସ୍ ପାଇଥିବା ଷ୍ଟାର ପ୍ରଚାରକ ଏବଂ ପ୍ରାର୍ଥୀମାନେ ବାରମ୍ବାର ଆଚରଣ ବିଧି ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ।

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ”ପନୌତି” ଏବଂ ‘ପକେଟ୍ ମାର୍’ ଭଳି ଶବ୍ଦ ବ୍ୟବହାର କରିବା ନେଇ ନିର୍ବାଚନ କମିଶନ ଗତବର୍ଷ ରାହୁଲ ଗାନ୍ଧୀଙ୍କୁ ନୋଟିସ୍ ଜାରି କରିଥିଲେ।

ଡିସେମ୍ବର ୨୧ରେ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଏହି ମନ୍ତବ୍ୟ ପାଇଁ ଗାନ୍ଧୀଙ୍କୁ ଜାରି ନୋଟିସ୍ ଉପରେ ନିଷ୍ପତ୍ତି ନେବାକୁ ନିର୍ବାଚନ କମିଶନଙ୍କୁ କହିଥିଲେ । କମିଶନଙ୍କୁ ଏହି ନିର୍ଦ୍ଦେଶ ଦେଇ ହାଇକୋର୍ଟ କହିଥିଲେ ଯେ, ନଭେମ୍ବର ୨୦୨୩ରେ କଂଗ୍ରେସ ନେତା ଦେଇଥିବା ଏହି ମନ୍ତବ୍ୟ ‘ଅରୁଚିକର’ ।

କୋର୍ଟଙ୍କ ନିର୍ଦ୍ଦେଶ ଦୃଷ୍ଟିରୁ ନିର୍ବାଚନ କମିଶନ ରାହୁଲ ଗାନ୍ଧୀଙ୍କୁ ଭବିଷ୍ୟତରେ ସର୍ବସାଧାରଣରେ ବୟାନ ଦେବା ବେଳେ ଅଧିକ ଯତ୍ନବାନ ହେବାକୁ କହିଛନ୍ତି।

ନଭେମ୍ବର ୨୩ରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଭାଷଣ ଦେବା ବେଳେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆକ୍ଷେପ କରି ‘ପନୌତି’ ଏବଂ ‘ପକେଟ୍ ମାର୍’ କହିଥିଲେ । ହିନ୍ଦୀରେ ‘ପନୌତି’ ଶବ୍ଦର ବ୍ୟବହାର ହିନ୍ଦୀରେ ‘ପନୌତି’ ଶବ୍ଦର ବ୍ୟବହାର ଅଶୁଭ ବ୍ୟକ୍ତିଙ୍କ ପାଇଁ ହୁଏ ।

#Odia#Odisha#News
Share Article:

Related Articles