ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ପ୍ରଖ୍ୟାତ ଆଇନଜୀବୀ ଫଲି ଏସ୍ ନରିମାନଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପ୍ରଖ୍ୟାତ ଆଇନ ବିଶେଷଜ୍ଞ ତଥା ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଫଲି ଏସ୍ ନରିମାନଙ୍କ ବୁଧବାର ୯୫ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ହୃଦ୍ ସମସ୍ୟା ସହ ଅନେକ ରୋଗରେ ପୀଡ଼ିତ ଥିଲେ । ନିଜ ଦୀର୍ଘ ଓ ଗୌରବମୟ କ୍ୟାରିୟରରେ ନରିମାନ ଚର୍ଚ୍ଚିତ ଜାତୀୟ ନ୍ୟାୟିକ ନିଯୁକ୍ତି କମିଶନ ମାମଲା ସମେତ ଅନେକ ଐତିହାସିକ ମାମଲା ଲଢ଼ିଥିଲେ । ଜାତୀୟ ନ୍ୟାୟିକ ନିଯୁକ୍ତି କମିଶନ ସୁପ୍ରିମକୋର୍ଟଙ୍କ ଦ୍ୱାରା ଭଙ୍ଗ କରାଯାଇଥିଲା। ନରିମାନ ୧୦ ଜାନୁଆରୀ [...]

Admin•ଫେବୃଆରୀ 21, 2024
Share Article:

ନୂଆଦିଲ୍ଲୀ: ପ୍ରଖ୍ୟାତ ଆଇନ ବିଶେଷଜ୍ଞ ତଥା ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଫଲି ଏସ୍ ନରିମାନଙ୍କ ବୁଧବାର ୯୫ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ହୃଦ୍ ସମସ୍ୟା ସହ ଅନେକ ରୋଗରେ ପୀଡ଼ିତ ଥିଲେ ।

ନିଜ ଦୀର୍ଘ ଓ ଗୌରବମୟ କ୍ୟାରିୟରରେ ନରିମାନ ଚର୍ଚ୍ଚିତ ଜାତୀୟ ନ୍ୟାୟିକ ନିଯୁକ୍ତି କମିଶନ ମାମଲା ସମେତ ଅନେକ ଐତିହାସିକ ମାମଲା ଲଢ଼ିଥିଲେ । ଜାତୀୟ ନ୍ୟାୟିକ ନିଯୁକ୍ତି କମିଶନ ସୁପ୍ରିମକୋର୍ଟଙ୍କ ଦ୍ୱାରା ଭଙ୍ଗ କରାଯାଇଥିଲା।

ନରିମାନ ୧୦ ଜାନୁଆରୀ ୧୯୨୯ରେ ମିଆଁମାରର ରଙ୍ଗୁନରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୭୨ ରୁ ୧୯୭୫ ମଧ୍ୟରେ ଅତିରିକ୍ତ ସଲିସିଟର ଜେନେରାଲ ଭାବେ ଦାୟିତ୍ଵ ତୁଲାଇଥିଲେ। ତେବେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲଗାଇବା ପରେ ଏହାକୁ ବିରୋଧ କରି ନରିମାନ ଏହି ପଦରୁ ଇସ୍ତଫା ଦେଇଥିଲେ।

ଜାନୁଆରୀ ୧୯୯୧ରେ ନରିମାନଙ୍କୁ ପଦ୍ମ ଭୂଷଣ ଏବଂ ୨୦୦୭ରେ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲା। ତାଙ୍କ ପୁଅ ରୋହିଣ୍ଟନ୍ ନରିମାନ ମଧ୍ୟ ସଲିସିଟର ଜେନେରାଲ ଓ ସୁପ୍ରିମକୋର୍ଟର ଜଣେ ବିଚାରପତି ଥିଲେ।

#Odia#Odisha#News
Share Article:

Related Articles