ଆଜିଠୁ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍
ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଗୁରୁବାର ଠାରୁ ଆରମ୍ଭ ହେଉଛି । ବିଗତ ୧୨ ବର୍ଷରେ ଭାରତ କୌଣସି ଘରୋଇ ସିରିଜ୍ ହାରିନଥିବା ବେଳେ ଇଂଲଣ୍ଡ ବିପକ୍ଷରେ ଏହି ଧାରା ଜାରି ରଖିବାକୁ ଚାହିଁବ। ଇଂଲଣ୍ଡ ନିଜର ଚିରାଚରିତ ‘ବାଜବଲ୍’ ଉପରେ ଭରସା କରିଥିବା ବେଳେ ଭାରତ ଏହାର ସ୍ପିନରଙ୍କୁ ଅସ୍ତ୍ର କରିବ । ଶେଷ ଥର ପାଇଁ ଭାରତ ୨୦୧୨ରେ ଘରୋଇ ମାଟିରେ ଏକ ଟେଷ୍ଟ ସିରିଜ୍ [...]
ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଗୁରୁବାର ଠାରୁ ଆରମ୍ଭ ହେଉଛି । ବିଗତ ୧୨ ବର୍ଷରେ ଭାରତ କୌଣସି ଘରୋଇ ସିରିଜ୍ ହାରିନଥିବା ବେଳେ ଇଂଲଣ୍ଡ ବିପକ୍ଷରେ ଏହି ଧାରା ଜାରି ରଖିବାକୁ ଚାହିଁବ। ଇଂଲଣ୍ଡ ନିଜର ଚିରାଚରିତ ‘ବାଜବଲ୍’ ଉପରେ ଭରସା କରିଥିବା ବେଳେ ଭାରତ ଏହାର ସ୍ପିନରଙ୍କୁ ଅସ୍ତ୍ର କରିବ । ଶେଷ ଥର ପାଇଁ ଭାରତ ୨୦୧୨ରେ ଘରୋଇ ମାଟିରେ ଏକ ଟେଷ୍ଟ ସିରିଜ୍ ହାରିଥିଲା। ତାହା ମଧ୍ୟ ଇଂଲଣ୍ଡ ଠାରୁ ହିଁ ହାରିଥିଲା ।
ଇତିମଧ୍ୟରେ ଭାରତ ୧୬ଟି ସିରିଜ୍ ଘରୋଇ ମାଟିରେ ବିଜୟୀ ହୋଇଥିବା ବେଳେ ଏଥିରୁ ୭ଟି କ୍ଲିନ୍ ସୁଇପ୍ କରିଛି। ୧୨ ବର୍ଷ ମଧ୍ୟରେ ଭାରତ ୪୪ଟେଷ୍ଟ ଖେଳିଥିବା ବେଳେ ଏଥିରୁ ମାତ୍ର ୩ ମ୍ୟାଚରେ ପରାଜିତ ହୋଇଛି। ଘରୋଇ ମାଟିରେ ଭାରତ ପାଇଁ ଦୁଇ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କ ଭୂମିକା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଅପରପକ୍ଷରେ ଇଂଲଣ୍ଡ ‘ବାଜବଲ୍’ କ୍ରିକେଟ ଖେଳୁଛି। ପରସ୍ଥିତି ଯାହାବି ଥାଉ ନା କାହିଁକି ଦଳ ଆକ୍ରମଣାତ୍ମକ କ୍ରିକେଟ ଖେଳିବା ଉପରେ ଗୁରୁତ୍ଵ ଦେଉଛି । ଏଭଳି ପରିସ୍ଥିତିରେ ଗୁରୁବାର ଆରମ୍ଭ ହେଉଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡକୁ ରୋକିବା ପାଇଁ ଭାରତ ଏହାର ଦୁଇ ସ୍ପିନରଙ୍କ ଉପରେ ନିର୍ଭର କରିବ ।
ଏହି ସମୟ ମଧ୍ୟରେ ଅଶ୍ୱିନ ୪୬ ଟେଷ୍ଟରୁ ୨୮୩ ଓ୍ବିକେଟ୍ ନେଇଥିବା ବେଳେ ଜାଡେଜା ୩୯ ଟେଷ୍ଟରୁ ୧୯୧ ଓ୍ବିକେଟ୍ ନେଇଛନ୍ତି। ସେହିପରି ଅକ୍ଷର ପଟେଲ ଓ କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣେ ତୃତୀୟ ସ୍ପିନର ଭାବେ ଖେଳିପାରନ୍ତି। ଭାରତୀୟ ଉପମହାଦେଶର ପିଚ୍ ଇଂଲଣ୍ଡ ଖେଳାଳିଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ତେବେ ବିରାଟ କୋହଲିଙ୍କ ଅନୁପସ୍ଥିତି ଇଂଲଣ୍ଡ ପାଇଁ ଏକମାତ୍ର ଆଶ୍ବସ୍ତିକର ବିଷୟ । ବ୍ୟକ୍ତିଗତ କାରଣରୁ କୋହଲି ସିରିଜର ପ୍ରଥମ ଦୁଇ ଟେଷ୍ଟ ଖେଳିବେନି ।
ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଭକ୍ତଙ୍କ ଅର୍ପଣ ଭକ୍ତି ଅର୍ଘ୍ୟ
Next ArticleNaveen Announces Holiday For Schools and Colleges On 27th On the Occasion Of Inauguration of Samalei Project
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
