ଇଂଲଣ୍ଡର କିମ୍ବଦନ୍ତୀ ସ୍ପିନର ଡେରେକ ଅଣ୍ଡରଉଡଙ୍କ ପରଲୋକ
ଲଣ୍ଡନ: ଇଂଲଣ୍ଡର କିମ୍ବଦନ୍ତୀ ସ୍ପିନର ଡେରେକ ଅଣ୍ଡରଉଡଙ୍କ ସୋମବାର ୭୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ନିଜ ବୋଲିଂ ଦ୍ବାରା ଭାରତର ମହାନ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କରଙ୍କୁ ଅନେକ ଥର ଅସୁବିଧାରେ ପକାଇଥିବା ଅଣ୍ଡରଉଡଙ୍କୁ ୬୦ ଓ ୭୦ ଦଶକର ପିଚ୍ ଗୁଡ଼ିକରେ ଖେଳିବା ବ୍ୟାଟ୍ସମ୍ୟାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜିଂ ଥିଲା। ଅଣ୍ଡରଉଡ୍ ଇଂଲଣ୍ଡ ପାଇଁ ୮୬ ଟେଷ୍ଟ ଖେଳି ୨୯୭ ୱିକେଟ୍ ନେଇଥିଲେ । ସେ ହେଉଛନ୍ତି ଇଂଲଣ୍ଡର ସର୍ବାଧିକ ଓ୍ବିକେଟ୍ ହାସଲକାରୀ ସ୍ପିନର । [...]
ଲଣ୍ଡନ: ଇଂଲଣ୍ଡର କିମ୍ବଦନ୍ତୀ ସ୍ପିନର ଡେରେକ ଅଣ୍ଡରଉଡଙ୍କ ସୋମବାର ୭୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ନିଜ ବୋଲିଂ ଦ୍ବାରା ଭାରତର ମହାନ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କରଙ୍କୁ ଅନେକ ଥର ଅସୁବିଧାରେ ପକାଇଥିବା ଅଣ୍ଡରଉଡଙ୍କୁ ୬୦ ଓ ୭୦ ଦଶକର ପିଚ୍ ଗୁଡ଼ିକରେ ଖେଳିବା ବ୍ୟାଟ୍ସମ୍ୟାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜିଂ ଥିଲା। ଅଣ୍ଡରଉଡ୍ ଇଂଲଣ୍ଡ ପାଇଁ ୮୬ ଟେଷ୍ଟ ଖେଳି ୨୯୭ ୱିକେଟ୍ ନେଇଥିଲେ । ସେ ହେଉଛନ୍ତି ଇଂଲଣ୍ଡର ସର୍ବାଧିକ ଓ୍ବିକେଟ୍ ହାସଲକାରୀ ସ୍ପିନର । ତାଙ୍କ ରେକର୍ଡ ଏବେ ବି ଅତୁଟ ରହିଛି।
ନିଜ ୨୪ ବର୍ଷର ପ୍ରଥମ ଶ୍ରେଣୀ କ୍ୟାରିୟରରେ ଅଣ୍ଡରଉଡ୍ ୨୪୬୫ ୱିକେଟ୍ ନେଇଥିଲେ | ୧୯୬୭ ମସିହାରେ ଭାରତ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ସେ ୨୯ ୱିକେଟ୍ ନେଇଥିଲେ । ତାଙ୍କ ଯାଦୁକରୀ ପ୍ରଦର୍ଶନ ବଳରେ ଇଂଲଣ୍ଡ ଉକ୍ତ ସିରିଜକୁ ୩-୧ରେ ଜିତିଥିଲା। ୧୯୩୩-୩୪ର ଭାରତ ଗସ୍ତ ପରେ ଏହା ଇଂଲଣ୍ଡର ପ୍ରଥମ ବିଜୟ ଥିଲା | ଟେଷ୍ଟ କ୍ରିକେଟରେ ଅଣ୍ଡରଉଡ୍ ଗାଭାସ୍କରଙ୍କୁ ସର୍ବାଧିକ ୧୨ ଥର ଆଉଟ୍ କରିଥିଲେ। ନିକଟରେ ଗାଭାସ୍କର ମଧ୍ୟ ଉଲ୍ଲେଖ କରିଥିଲେ ଯେ, ‘କୌଣସି ପିଚରେ ବି ଅଣ୍ଡରଉଡଙ୍କୁ ସାମ୍ନା କରିବା ବହୁତ କଷ୍ଟସାଧ୍ୟ ଥିଲା | ସେ ଏତେ ସଠିକ୍ ବୋଲିଂ କରୁଥିଲେ । କେବଳ ଷ୍ଟମ୍ପ ଉପରେ ବଲ୍ ପକାଉଥିଲେ ଅଣ୍ଡରଉଡ୍।”
ଆଉ ଚାରିଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ, ୪ରୁ ୫ ଡିଗ୍ରୀ ସେଲସିୟସ ଯାଏ ବଢିବ ତାପମାତ୍ରା
Next Article5T Chairman Kartik Pandian Meets Accident Victims At SCB Medical
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
