ଆଜି କଳା ଦିବସ ପାଳିବେ ଚାଷୀ
ନୂଆଦିଲ୍ଲୀ: ପୋଲିସର ରବର ଗୁଳିରେ ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ପ୍ରତିବାଦରେ ଆନ୍ଦୋଳନରତ ଚାଷୀ ଆଜି ଦେଶବ୍ୟାପୀ କଳା ଦିବସ ପାଳନ କରିବେ । ଏମଏସପି ଉପରେ ଆଇନଗତ ଗ୍ୟାରେଣ୍ଟି ଓ ଅନ୍ୟାନ୍ୟ ଦାବି ନେଇ ପଞ୍ଜାବ-ହରିୟାଣା ସୀମାରେ ଆନ୍ଦୋଳନ କରୁଥିବା କୃଷକ ସଂଗଠନ ଗୁଡ଼ିକୁ ସମର୍ଥନ ଜଣାଇ ସଂଯୁକ୍ତ କିସାନ୍ ମୋର୍ଚା (ଏସକେଏମ୍) କଳା ଦିବସ ପାଳନ କରିବାକୁ ଘୋଷଣା କରିଛି । ଲୋକମାନଙ୍କୁ ସେମାନଙ୍କ ଘର ଏବଂ ଗାଡ଼ିରେ କଳା ପତାକା ଲଗାଇବାକୁ ଅପିଲ [...]
ନୂଆଦିଲ୍ଲୀ: ପୋଲିସର ରବର ଗୁଳିରେ ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ପ୍ରତିବାଦରେ ଆନ୍ଦୋଳନରତ ଚାଷୀ ଆଜି ଦେଶବ୍ୟାପୀ କଳା ଦିବସ ପାଳନ କରିବେ । ଏମଏସପି ଉପରେ ଆଇନଗତ ଗ୍ୟାରେଣ୍ଟି ଓ ଅନ୍ୟାନ୍ୟ ଦାବି ନେଇ ପଞ୍ଜାବ-ହରିୟାଣା ସୀମାରେ ଆନ୍ଦୋଳନ କରୁଥିବା କୃଷକ ସଂଗଠନ ଗୁଡ଼ିକୁ ସମର୍ଥନ ଜଣାଇ ସଂଯୁକ୍ତ କିସାନ୍ ମୋର୍ଚା (ଏସକେଏମ୍) କଳା ଦିବସ ପାଳନ କରିବାକୁ ଘୋଷଣା କରିଛି । ଲୋକମାନଙ୍କୁ ସେମାନଙ୍କ ଘର ଏବଂ ଗାଡ଼ିରେ କଳା ପତାକା ଲଗାଇବାକୁ ଅପିଲ କରିଛି ଏସକେଏମ୍ । ଦିଲ୍ଲୀ ସୀମାରେ ବିରୋଧ କରୁଥିବା କୃଷକ ସଂଗଠନ ଏସକେଏମ୍( ଅଣ-ରାଜନୈତିକ) ମଧ୍ୟ ଏହାର ଆଗାମୀ ରଣନୀତି ଆଜି ସ୍ଥିର କରିବ। ଏନେଇ ଏକ ବୈଠକ ଡକାଯାଇଛି।
ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ ପଞ୍ଜାବ-ହରିୟାଣା ମଧ୍ୟରେ ଜିନ୍ଦ୍ର ଖନୌରି ସୀମାରେ ଯୁବ ଚାଷୀ ଶୁଭକରନ୍ ସିଂଙ୍କ ମୃତ୍ୟୁ ମାମଲାରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ରାଜ୍ୟ ଗୃହମନ୍ତ୍ରୀ ଅନିଲ ବିଜୟଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ସହ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛି।
Srimandira Nata Mandapa Works To Begin From Today
Next Article୫-ଟି କ୍ରୀଡା ରୂପାନ୍ତରଣ : ଆଜି ବିଭିନ୍ନ ଜିଲ୍ଲାରେ କ୍ରୀଡା ଭିତ୍ତିଭୂମିର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
