ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଆଜିଠୁ ପୁଣି ‘ଦିଲ୍ଲୀ ଚଲୋ’ ଅଭିଯାନ ଜୋରଦାର କରିବେ ଚାଷୀ

ନୂଆଦିଲ୍ଲୀ: ଏମଏସପି ପାଇଁ ଆଇନ ଓ ଅନ୍ୟାନ୍ୟ ଦାବିରେ ବିଭିନ୍ନ କୃଷକ ସଂଗଠନ ବୁଧବାର ଠାରୁ ପୁଣି ‘ଦିଲ୍ଲୀ ଚଲୋ’ ଅଭିଯାନ ଜୋରଦାର କରିବେ । ସରକାରଙ୍କ ସହ ଚାରି ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ କୃଷକ ସଂଗଠନ ଗୁଡ଼ିକ ଏହି ନିଷ୍ପତ୍ତି ନେଇଛନ୍ତି । କଂକ୍ରିଟ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିବାକୁ କୃଷକମାନେ ଜେସିବି ଓ ବୁଲଡୋଜର ଆଣିଥିବା ଜଣାପଡ଼ିଛି । ଏ ଦୃଷ୍ଟିରୁ ଦିଲ୍ଲୀକୁ ଲାଗିଥିବା ପଞ୍ଜାବ ଓ ହରିୟାଣା ସୀମାବର୍ତ୍ତୀ ଅଞ୍ଚଳରେ [...]

Admin•ଫେବୃଆରୀ 21, 2024
Share Article:

ନୂଆଦିଲ୍ଲୀ: ଏମଏସପି ପାଇଁ ଆଇନ ଓ ଅନ୍ୟାନ୍ୟ ଦାବିରେ ବିଭିନ୍ନ କୃଷକ ସଂଗଠନ ବୁଧବାର ଠାରୁ ପୁଣି ‘ଦିଲ୍ଲୀ ଚଲୋ’ ଅଭିଯାନ ଜୋରଦାର କରିବେ । ସରକାରଙ୍କ ସହ ଚାରି ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ କୃଷକ ସଂଗଠନ ଗୁଡ଼ିକ ଏହି ନିଷ୍ପତ୍ତି ନେଇଛନ୍ତି । କଂକ୍ରିଟ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିବାକୁ କୃଷକମାନେ ଜେସିବି ଓ ବୁଲଡୋଜର ଆଣିଥିବା ଜଣାପଡ଼ିଛି । ଏ ଦୃଷ୍ଟିରୁ ଦିଲ୍ଲୀକୁ ଲାଗିଥିବା ପଞ୍ଜାବ ଓ ହରିୟାଣା ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।

ଉଭୟ ପକ୍ଷଙ୍କ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ପରେ କେନ୍ଦ୍ର ସରକାର ଏମଏସପି ହାରରେ ଡାଲି, ମକା ଏବଂ କପା କିଣିବା ପାଇଁ ପ୍ରସ୍ତାବ ଦେଇଥିଲେ । ହେଲେ ଏହାକୁ କୃଷକ ନେତାମାନେ ପ୍ରତ୍ୟାଖ୍ୟାନ କରିଛନ୍ତି।

‘ଦିଲ୍ଲୀ ଚଲୋ” ପଦଯାତ୍ରା ନେଇ ଏକ ପ୍ରଶ୍ନର ଉତ୍ତରରେ କୃଷକ ନେତା ସୌରଭ ସିଂ ପାନ୍ଧେର କହିଛନ୍ତି, ଆମେ ଆମ ଘୋଷଣା (ବୁଧବାର ଦିଲ୍ଲୀ ଯିବା) ରେ ଅଟଳ ଅଛୁ। ଅନ୍ୟପକ୍ଷରେ ସୁରକ୍ଷା ବାହିନୀ କୃଷକଙ୍କ ‘ଦିଲ୍ଲୀ ଚଲୋ’ ପଦଯାତ୍ରାକୁ ରୋକିବା ପରେ ପଞ୍ଜାବ ଓ ହରିୟାଣା ମଧ୍ୟରେ ଥିବା ଶମ୍ଭୁ ଏବଂ ଖାନୌରି ସୀମାରେ ବିକ୍ଷୋଭକାରୀ ଚାଷୀ ଡେରା ପକାଇଛନ୍ତି । ଫେବୃଆରୀ ୧୩ରେ ହଜାର ହଜାର ଚାଷୀ ‘ଦିଲ୍ଲୀ ଚଲୋ’ ପଦଯାତ୍ରା ଆରମ୍ଭ କରିଥିଲେ | ତେବେ ସୁରକ୍ଷା ବାହିନୀ ସେମାନଙ୍କୁ ଶମ୍ଭୁ ଏବଂ ଖାନୌରି ସୀମାରେ ଅଟକାଇଥିଲେ । ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଘଟିଥିଲା।

ଶମ୍ଭୁ ସୀମାରେ ମଙ୍ଗଳବାର ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କିସାନ ମଜଦୁର ମୋର୍ଚ୍ଚାର ପ୍ରତିନିଧିତ୍ୱ କରୁଥିବା ପାନ୍ଧେର୍ କହିଛନ୍ତି, “ଆମ ଦାବି ହେଉଛି ଏମଏସପି ଗ୍ୟାରେଣ୍ଟି ଦେବା ପାଇଁ ଏକ ଆଇନ ଆଣନ୍ତୁ ସରକାର। ଯଦି ପ୍ରଧାନମନ୍ତ୍ରୀଙ୍କ ଚାହିଁବେ, ତେବେ ଏଥିପାଇଁ ସଂସଦର ଦିନିକିଆ ଅଧିବେଶନ ଡାକିପାରିବେ । କୌଣସି ଦଳ ଏହାକୁ ବିରୋଧ କରିବେ ନାହିଁ। ଯଦି କେନ୍ଦ୍ର ଏମଏସପି ଉପରେ ଆଇନ ଆଣେ ତେବେ ସେମାନେ ଏହାକୁ ସମର୍ଥନ କରିବେ ବୋଲି ସମସ୍ତ ବିରୋଧୀ ଦଳ ନିଜ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ । ପାନ୍ଧେର୍ କହିଛନ୍ତି, କୃଷକଙ୍କ ତିନୋଟି ବଡ଼ ଦାବି ହେଲା – ସମସ୍ତ ଫସଲ ପାଇଁ ଏମଏସପି ଉପରେ ଆଇନଗତ ଗ୍ୟାରେଣ୍ଟି, ସ୍ବାମୀନାଥନ୍ କମିଶନଙ୍କ ଦ୍ବାରା ସୁପାରିସ ‘ସି୨ ପ୍ଲସ୍ ୫୦ ପ୍ରତିଶତ’ ସୂତ୍ରର କାର୍ଯ୍ୟକାରିତା ଏବଂ ଋଣଛାଡ଼।

#Odia#Odisha#News
Share Article:

Related Articles