ଫାଷ୍ଟଟ୍ୟାଗ୍ କେଓ୍ବାଇସି ଅପଡେଟ୍ ପାଇଁ ଆଜି ଶେଷ ତାରିଖ, ଅନଲାଇନ୍ ଓ ଅଫଲାଇନରେ କିପରି କରିବେ କେଓ୍ବାଇସି ଅପଡେଟ୍ ଜାଣନ୍ତୁ
ନୂଆଦିଲ୍ଲୀ: ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ ଏଚ୍ଏଆଇ) ଫାଷ୍ଟଟ୍ୟାଗ୍ କେଓ୍ବାଇସି ବାଧ୍ୟତାମୂଳକ କରିଛି | ଏଥିପାଇଁ ସମୟସୀମା ଫେବୃଆରୀ ୨୯ ଅର୍ଥାତ୍ ଆଜି ଶେଷ ହେଉଛି । ଯେଉଁ ଫାଷ୍ଟଟ୍ୟାଗର କେଓ୍ବାଇସି ଅପଡେଟ୍ ହୋଇନାହିଁ ତାହା ଆସନ୍ତାକାଲି ଅଚଳ ହୋଇଯିବ । ଗୋଟିଏ ଗାଡ଼ି ପାଇଁ ଏକାଧିକ ଫାଷ୍ଟଟ୍ୟାଗ୍ ଓ ଏକାଧିକ ଗାଡ଼ି ପାଇଁ ଗୋଟିଏ ଫାଷ୍ଟଟ୍ୟାଗରେ ବ୍ୟବହାର ହେଉଥିବା ଅଭିଯୋଗ ପରେ ଏନ୍ଏଚ୍ଏଆଇ ଏହି ପଦକ୍ଷେପ ନେଇଛି | ଯଦି ଆପଣ ଫାଷ୍ଟଟ୍ୟାଗ୍ କେଓ୍ବାଇସି ପୂରଣ [...]
ନୂଆଦିଲ୍ଲୀ: ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ ଏଚ୍ଏଆଇ) ଫାଷ୍ଟଟ୍ୟାଗ୍ କେଓ୍ବାଇସି ବାଧ୍ୟତାମୂଳକ କରିଛି | ଏଥିପାଇଁ ସମୟସୀମା ଫେବୃଆରୀ ୨୯ ଅର୍ଥାତ୍ ଆଜି ଶେଷ ହେଉଛି ।
ଯେଉଁ ଫାଷ୍ଟଟ୍ୟାଗର କେଓ୍ବାଇସି ଅପଡେଟ୍ ହୋଇନାହିଁ ତାହା ଆସନ୍ତାକାଲି ଅଚଳ ହୋଇଯିବ । ଗୋଟିଏ ଗାଡ଼ି ପାଇଁ ଏକାଧିକ ଫାଷ୍ଟଟ୍ୟାଗ୍ ଓ ଏକାଧିକ ଗାଡ଼ି ପାଇଁ ଗୋଟିଏ ଫାଷ୍ଟଟ୍ୟାଗରେ ବ୍ୟବହାର ହେଉଥିବା ଅଭିଯୋଗ ପରେ ଏନ୍ଏଚ୍ଏଆଇ ଏହି ପଦକ୍ଷେପ ନେଇଛି | ଯଦି ଆପଣ ଫାଷ୍ଟଟ୍ୟାଗ୍ କେଓ୍ବାଇସି ପୂରଣ କରି ନାହାଁନ୍ତି ତେବେ ଏହା କିପରି ହେବ ଆସନ୍ତୁ ଜାଣିବା …
ଫାଷ୍ଟଟ୍ୟାଗ୍ କେଓ୍ବାଇସି ପୂରଣ କରିବା ପ୍ରକ୍ରିୟା
ନିଜ ପଞ୍ଜୀକୃତ ମୋବାଇଲ୍ ନମ୍ବର ଏବଂ ଓଟିପି ଜରିଆରେ ବ୍ୟାଙ୍କ ସହିତ ଲିଙ୍କ୍ ହୋଇଥିବା ଫାଷ୍ଟଟ୍ୟାଗ୍ ୱେବସାଇଟକୁ ଯାଇ ଲଗ୍ ଇନ୍ କରନ୍ତୁ। ଏହାପରେ ‘ମାଇ ପ୍ରୋଫାଇଲ୍’ ଯାଇ କେଓ୍ବାଇସି ଉପରେ କ୍ଲିକ୍ କରନ୍ତୁ । ତହିଁରେ ସମସ୍ତ ଆବଶ୍ୟକୀୟ ସୂଚନା ପୂରଣ କରିବା ପରେ ‘ସବମିଟ୍’ କ୍ଲିକ୍ କରନ୍ତୁ |
କେଓ୍ବାଇସି ପାଇଁ ଆପଣଙ୍କୁ ଗାଡ଼ି ଆରସି, ଆଡ୍ରେସ୍ ପ୍ରୁଫ୍, ପାସପୋର୍ଟ ସାଇଜ୍ ଫଟୋ ପରି ଆବଶ୍ୟକ ଡକ୍ୟୁମେଣ୍ଟ ଆଟାଚ୍ କରିବାକୁ ପଡ଼ିବ । ଏହି ଉପାୟରେ ଆପଣଙ୍କ ଫାଷ୍ଟଟ୍ୟାଗ୍ କେଓ୍ବାଇସି ପ୍ରକ୍ରିୟା ପୂରଣ ହେବ ।
ଫାଷ୍ଟଟ୍ୟାଗ୍ କେଓ୍ବାଇସି ଷ୍ଟାଟସ୍ କିପରି ଯାଞ୍ଚ କରିବେ ?
ଆପଣ fastag.ihmcl.com କୁ ଯାଇ ‘ମେନ୍ ପେଜ୍’ରେ ଲଗ୍ ଇନ୍ କରନ୍ତୁ । ଆପଣ ନିଜ ମୋବାଇଲ୍ ନମ୍ବର ଏବଂ ଓଟିପି ଜରିଆରେ ଲଗ୍ ଇନ୍ କରିପାରିବେ । ତାପରେ ‘ମାଇ ପ୍ରୋଫାଇଲ୍’କୁ ଯାଆନ୍ତୁ ଏବଂ ‘କେଓ୍ବାଇସି ଷ୍ଟାଟସ୍’ ଉପରେ କ୍ଲିକ୍ କରନ୍ତୁ ।
ଏହା ପରେ ଏକ ନୂଆ ୱିଣ୍ଡୋ ଖୋଲିବ ଯେଉଁଠି ଆପଣଙ୍କର କେଓ୍ବାଇସି ଷ୍ଟାଟସ୍ ଦେଖାଯିବ ।
ଅଫଲାଇନରେ ଫାଷ୍ଟଟ୍ୟାଗ୍ କେଓ୍ବାଇସି କିପରି କରିବେ ?
ଆଜି ଫାଷ୍ଟଟ୍ୟାଗ୍ କେଓ୍ବାଇସି ଅପଡେଟ୍ କରିବାର ଶେଷ ତାରିଖ । ତେଣୁ ସର୍ଭର ଡାଉନ୍ ହୋଇପାରେ । କିନ୍ତୁ ଚିନ୍ତା କରିବାର କୌଣସି କାରଣ ନାହିଁ । ଆପଣ କେଓ୍ବାଇସିକୁ ଅଫଲାଇନରେ ମଧ୍ୟ କରିପାରିବେ | ଅଫଲାଇନ୍ ଫାଷ୍ଟଟ୍ୟାଗ୍ କେଓ୍ବାଇସି ପାଇଁ ଆପଣଙ୍କୁ ଆପଣଙ୍କର ବ୍ୟାଙ୍କ ଶାଖା ଯିବାକୁ ପଡ଼ିବ । ଏଠାରେ ଆପଣଙ୍କୁ କେଓ୍ବାଇସି ଫର୍ମ ପୂରଣ କରି ଆବଶ୍ୟକ ଡକ୍ୟୁମେଣ୍ଟ୍ ସହିତ ଦାଖଲ କରିବାକୁ ପଡ଼ିବ । ଆପଣଙ୍କ ଫର୍ମ ଯାଞ୍ଚ ହେବା ପରେ ଆପଣଙ୍କ ଫାଷ୍ଟଟ୍ୟାଗ୍ ଅପଡେଟ୍ ହୋଇଯିବ ।
Rourkela: Vigilance Nabs ESI Senior Assistant While Accepting Bribe Of Rs 10,000
Next ArticleOdisha: Liquor Licensee Acting as Liquor Mafia Arrested
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
