ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ସଲମାନ ଖାନଙ୍କ ଘର ବାହାରେ ଫାୟରିଂ

ମୁମ୍ବାଇ: ଅଭିନେତା ସଲମାନ ଖାନଙ୍କ ମୁମ୍ବାଇ ସ୍ଥିତ ଘର ବାହାରେ ରବିବାର ସକାଳେ ବାଇକରେ ଆସି ଦୁଇ ଜଣ ଅଜଣା ବ୍ୟକ୍ତି ଫାଙ୍କା ଗୁଳିଚାଳନା କରିଛନ୍ତିି। ଜଣେ ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ ବାନ୍ଦ୍ରା ଅଞ୍ଚଳରେ ଥିବା ସଲମାନ ରହୁଥିବା ‘ଗାଲାକ୍ସି ଆପାର୍ଟମେଣ୍ଟ’ ବାହାରେ ଭୋର୍ ପ୍ରାୟ ୫ ଟା ସମୟରେ ଦୁଇଜଣ ବ୍ୟକ୍ତି ବାଇକରେ ଆସି ଚାରି ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ଏହି ଘଟଣାରେ କେହି ମୃତାହତ ହୋଇ ନାହାଁନ୍ତି। ଫରେନସିକ୍ [...]

Admin•ଅପ୍ରେଲ 14, 2024
Share Article:

ମୁମ୍ବାଇ: ଅଭିନେତା ସଲମାନ ଖାନଙ୍କ ମୁମ୍ବାଇ ସ୍ଥିତ ଘର ବାହାରେ ରବିବାର ସକାଳେ ବାଇକରେ ଆସି ଦୁଇ ଜଣ ଅଜଣା ବ୍ୟକ୍ତି ଫାଙ୍କା ଗୁଳିଚାଳନା କରିଛନ୍ତିି।

ଜଣେ ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ ବାନ୍ଦ୍ରା ଅଞ୍ଚଳରେ ଥିବା ସଲମାନ ରହୁଥିବା ‘ଗାଲାକ୍ସି ଆପାର୍ଟମେଣ୍ଟ’ ବାହାରେ ଭୋର୍ ପ୍ରାୟ ୫ ଟା ସମୟରେ ଦୁଇଜଣ ବ୍ୟକ୍ତି ବାଇକରେ ଆସି ଚାରି ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ଏହି ଘଟଣାରେ କେହି ମୃତାହତ ହୋଇ ନାହାଁନ୍ତି। ଫରେନସିକ୍ ଟିମ୍ ସହ ମୁମ୍ବାଇ କ୍ରାଇମବ୍ରାଞ୍ଚ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେମାନଙ୍କ ଘର ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି।

ଗତ ବର୍ଷ ମାର୍ଚ୍ଚରେ ସଲମାନ ଖାନଙ୍କ କାର୍ଯ୍ୟାଳୟକୁ ଏକ ଧମକପୂର୍ଣ୍ଣ ଇ-ମେଲ ଆସିଥିଲା । ଏହା ପରେ ମୁମ୍ବାଇ ପୋଲିସ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବ୍ରାରଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା। ଏହି ଦୁଇ ଗ୍ୟାଙ୍ଗଷ୍ଟର ସଲମାନଙ୍କୁ ହତ୍ୟା ଧମକ ଦେଇ ଆସୁଛନ୍ତି।

#Odia#Odisha#News
Share Article:

Related Articles