ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ମହାରାଷ୍ଟ୍ରରେ କଂଗ୍ରେସକୁ ପୁଣି ଏକ ଝଟକା ! ଦଳରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚହ୍ବାନ

ମୁମ୍ବାଇ: ମହାରାଷ୍ଟ୍ରରେ କଂଗ୍ରେସକୁ ପୁଣି ଏକ ବଡ଼ ଝଟକା । ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚହ୍ବାନ ସୋମବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଦୁଇ ମାସ ମଧ୍ୟରେ କଂଗ୍ରେସ ପାଇଁ ଏହା ହେଉଛି ତୃତୀୟ ବଡ଼ ଝଟକା | ଚହ୍ବାନ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଆଜି ଯୋଗଦେବେ ବୋଲି କେତେକ ମିଡ଼ିଆ ରିପୋର୍ଟରେ କୁହାଯାଇଛି। ତାଙ୍କ ଇସ୍ତଫା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଚହ୍ବାନଙ୍କ ଇସ୍ତଫାର ଦୁଇ ଦିନ ପୂର୍ବରୁ ମୁମ୍ବାଇ [...]

Admin•ଫେବୃଆରୀ 12, 2024
Share Article:

ମୁମ୍ବାଇ: ମହାରାଷ୍ଟ୍ରରେ କଂଗ୍ରେସକୁ ପୁଣି ଏକ ବଡ଼ ଝଟକା । ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚହ୍ବାନ ସୋମବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଦୁଇ ମାସ ମଧ୍ୟରେ କଂଗ୍ରେସ ପାଇଁ ଏହା ହେଉଛି ତୃତୀୟ ବଡ଼ ଝଟକା | ଚହ୍ବାନ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଆଜି ଯୋଗଦେବେ ବୋଲି କେତେକ ମିଡ଼ିଆ ରିପୋର୍ଟରେ କୁହାଯାଇଛି। ତାଙ୍କ ଇସ୍ତଫା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଚହ୍ବାନଙ୍କ ଇସ୍ତଫାର ଦୁଇ ଦିନ ପୂର୍ବରୁ ମୁମ୍ବାଇ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକି ମଧ୍ୟ ଦଳରୁ ଇସ୍ତଫା ଦେଇ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପିରେ ସାମିଲ ହୋଇଥିଲେ। ସିଦ୍ଦିକି ଫେବୃଆରୀ ୧୦ରେ ଏନସିପି ମୁଖ୍ୟ ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ପ୍ରଫୁଲ୍ଲ ପଟେଲ ଏବଂ ଅନ୍ୟ ଦଳର ନେତାଙ୍କ ଉପସ୍ଥିତିରେ ଏନସିପିରେ ଯୋଗ ଦେଇଥିଲେ।

ଗତ ମାସରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସର ଆଉ ଜଣେ ନେତା ମିଲିନ୍ଦ ଦେଓରା ବି ଦଳ ଛାଡ଼ିଥିଲେ । ଦେଓରା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନାରେ ଯୋଗ ଦେଇଥିଲେ।

#Odia#Odisha#News
Share Article:

Related Articles