ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଅଷ୍ଟ୍ରେଲିଆରେ ବୁଡ଼ି ୪ ଭାରତୀୟଙ୍କ ମୃତ୍ୟୁ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ସମୁଦ୍ରରେ ବୁଡ଼ି ୪ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି। ମୃତକମାନେ ଗୋଟିଏ ପରିବାରର ବୋଲି ଜଣାପଡିଛି। ଭିକ୍ଟୋରିଆ ରାଜ୍ୟର ଫିଲିପ୍ ଦ୍ବୀପରେ ଏହି ଘଟଣା ଘଟିଛି। ସେମାନେ ଏଠାକୁ ଛୁଟି କାଟିବାକୁ ଆସିଥିଲେ | ମୃତକଙ୍କ ମଧ୍ୟରେ ତିନି ମହିଳା ଓ ଜଣେ ପୁରୁଷ ଅଛନ୍ତି । ଅଷ୍ଟ୍ରେଲିଆରେ ଅବସ୍ଥାପିତ ଭାରତୀୟ ହାଇ କମିଶନର ସୋସିଆଲ ମିଡିଆରେ ଏକ ପୋଷ୍ଟରେ କହିଛନ୍ତି, ‘ଅଷ୍ଟ୍ରେଲିଆରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଭିକ୍ଟୋରିଆର ଫିଲିପ୍ ଦ୍ୱୀପରେ [...]

Admin•ଜାନୁଆରୀ 25, 2024
Share Article:

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ସମୁଦ୍ରରେ ବୁଡ଼ି ୪ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି। ମୃତକମାନେ ଗୋଟିଏ ପରିବାରର ବୋଲି ଜଣାପଡିଛି। ଭିକ୍ଟୋରିଆ ରାଜ୍ୟର ଫିଲିପ୍ ଦ୍ବୀପରେ ଏହି ଘଟଣା ଘଟିଛି। ସେମାନେ ଏଠାକୁ ଛୁଟି କାଟିବାକୁ ଆସିଥିଲେ | ମୃତକଙ୍କ ମଧ୍ୟରେ ତିନି ମହିଳା ଓ ଜଣେ ପୁରୁଷ ଅଛନ୍ତି ।

ଅଷ୍ଟ୍ରେଲିଆରେ ଅବସ୍ଥାପିତ ଭାରତୀୟ ହାଇ କମିଶନର ସୋସିଆଲ ମିଡିଆରେ ଏକ ପୋଷ୍ଟରେ କହିଛନ୍ତି, ‘ଅଷ୍ଟ୍ରେଲିଆରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଭିକ୍ଟୋରିଆର ଫିଲିପ୍ ଦ୍ୱୀପରେ ବୁଡ଼ି ଚାରି ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିବାରକୁ ସମବେଦନା । ହାଇ କମିଶନ ମୃତକଙ୍କ ପରିବାର ସହ ଯୋଗାଯୋଗରେ ଅଛନ୍ତି ଏବଂ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଉଛି। ଘଟଣା ଜାନୁଆରୀ ୨୪ର |

ପୋଲିସ କହିଛି, ଘଟଣା ଦିନ ଅପରାହ୍ନ ପ୍ରାୟ ୩.୩୦ ସମୟରେ ଦିଲ୍ଲୀପ ଦ୍ୱୀପରେ କିଛି ଲୋକ ବୁଡ଼ିଯିବା ନେଇ ସୂଚନା ମିଳିଥିଲା। ଏହାପରେ ପୋଲିସ ଏକ ଉଦ୍ଧାରକାରୀ ଦଳ ସହ ଘଟଣାସ୍ଥଳରେ ପହଞ୍ଚିବା ପରେ ତିନିଜଣ ମହିଳା ଏବଂ ଜଣେ ଯୁବକଙ୍କୁ ପାଣି ଭିତରୁ ଉଦ୍ଧାର କରାଯାଇଥିଲା। ତେବେ ଉଦ୍ଧାର ତିନି ଜଣଙ୍କ ମୃତ୍ୟୁ ହୋଇସାରିଥିଲା।

#Odia#Odisha#News
Share Article:

Related Articles