ଅଯୋଧ୍ୟା ରାମ ମନ୍ଦିରର ରାଜନୀତିକରଣକୁ ବିରୋଧ, ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ନାହିଁ ଚାରି ଶଙ୍କରାଚାର୍ଯ୍ୟ
ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଜାନୁଆରୀ ୨୨ରେ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଜମାନ ଭାବେ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରିବେ। ତେବେ ହିନ୍ଦୁ ଧର୍ମର ସର୍ବୋଚ୍ଚ ଗୁରୁ ତଥା ଚାରି ପୀଠର ଶଙ୍କରାଚାର୍ଯ୍ୟ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ନାହିଁ । ରାମ ମନ୍ଦିରର ରାଜନୀତିକରଣ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତିି [...]
ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଜାନୁଆରୀ ୨୨ରେ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଜମାନ ଭାବେ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରିବେ। ତେବେ ହିନ୍ଦୁ ଧର୍ମର ସର୍ବୋଚ୍ଚ ଗୁରୁ ତଥା ଚାରି ପୀଠର ଶଙ୍କରାଚାର୍ଯ୍ୟ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ନାହିଁ । ରାମ ମନ୍ଦିରର ରାଜନୀତିକରଣ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତିି । ମନ୍ଦିର ସମ୍ପୂର୍ଣ ଭାବେ ନିର୍ମାଣ ହୋଇନଥିବାରୁ ଏହାର ପ୍ରାଣ ପ୍ରତିଷ୍ଠା ଶାସ୍ତ୍ରୀୟ ମତେ ଠିକ୍ ନୁହେଁ । ତେଣୁ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି ଚାରି ଶଙ୍କରାଚାର୍ଯ୍ୟ ।
ଉତ୍ତରାଖଣ୍ଡ ଜ୍ୟୋତିଷପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ମହାରାଜ କହିଛନ୍ତି, ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଚାରି ଶଙ୍କରାଚାର୍ଯ୍ୟ ଯୋଗଦେବେ ନାହିଁ। ମନ୍ଦିର ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ନିର୍ମାଣ ହୋଇନାହିଁ । ତେଣୁ ଏକ ଅର୍ଦ୍ଧ ନିର୍ମିତ ମନ୍ଦିରରେ ଭଗବାନଙ୍କୁ ସ୍ଥାପନ କରିବା ଶାସ୍ତ୍ର ସମ୍ମତ ନୁହେଁ |
ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ କହିଛନ୍ତି, “ଚାରି ଶଙ୍କରାଚାର୍ଯ୍ୟ ଅଯୋଧ୍ୟା ଯିବେ ନାହିଁ। ଶାସ୍ତ୍ର ବିଧି ପାଳନ କରିବା ଏବଂ ଏହାକୁ ସମ୍ପନ୍ନ କରିବା ଶଙ୍କରାଚାର୍ଯ୍ୟଙ୍କ ଦାୟିତ୍ବ | ମନ୍ଦିର ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିର୍ମାଣ ହୋଇନଥିବା ସତ୍ତ୍ବେ ଏହାର ପ୍ରାଣ ପ୍ରତିଷ୍ଠା କରାଯାଉଛି। ପ୍ରାଣ ପ୍ରତିଷ୍ଠା କରିବାକୁ ଏତେ ତରବର କାହିଁକି ? କେବଳ ରାଜନୈତିକ ଫାଇଦା ପାଇଁ ଅଧ ପନ୍ତରିଆ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଯାଉଛି। ପ୍ରତିଷ୍ଠା ପାଇଁ ସଠିକ୍ ମୁହୂର୍ତ୍ତ ଏବଂ ସମୟକୁ ଅପେକ୍ଷା କରିବା ଆବଶ୍ୟକ | ଆମେ ଧର୍ମ, ଶାସ୍ତ୍ର ବିରୋଧୀ ହେବାକୁ ଚାହୁଁନାହୁଁ। ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସମସ୍ତ ଲୋକ ଇସ୍ତଫା ଦେବା ଉଚିତ୍।
ସେହିପରି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ରାମମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦନ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାକୁ ବିରୋଧ କରି ସେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ନାହିଁ ବୋଲିି କହିଛନ୍ତି ।
ପୁରୀ ଶଙ୍କରାଚାର୍ଯ୍ୟ କହିଛନ୍ତି, ମନ୍ଦିରର ପ୍ରାଣ ପ୍ରତିଷ୍ଠା ମୋଦୀ କରିବେ । ସେ ବିଗ୍ରହଙ୍କୁ ଛୁଇଁବେ..ମୁଁ କ’ଣ ସେଠାରେ ତାଳି ମାରିବି ? ଯଦି ପ୍ରଧାନମନ୍ତ୍ରୀ ସବୁ କିଛି କରିବେ ତେବେ ଧର୍ମାଚାର୍ଯ୍ୟ(ଶଙ୍କରାଚାର୍ଯ୍ୟ)ମାନେ କରିବାକୁ ଆଉ କ’ଣ ବାକି ରହିବ ? ଲୋକମାନେ ଏହା ଭାବିବା ଉଚିତ ବୋଲି ସେ କହିଛନ୍ତିି ।
ସିଧା ପ୍ରସାରଣ ଚାଲିଥିବା ବେଳେ ଟିଭି ଷ୍ଟୁଡିଓରେ ପଶିଲେ ବନ୍ଧୁକଧାରୀ, ଭିଡ଼ିଓ ଭାଇରାଲ
Next Articleଜଗତସିଂହପୁର ଜିଲ୍ଲା ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ଓ ସହ ପର୍ଯ୍ୟବେକ୍ଷକ ନିଯୁକ୍ତ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
