ଆଜିଠୁ ରାଞ୍ଚିରେ ଚତୁର୍ଥ ଟେଷ୍ଟ, ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ
ରାଞ୍ଚି: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଆଜିଠାରୁ ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଖେଳାଯିବ । ରାଜକୋଟ ଟେଷ୍ଟରେ ବୃହତ ବିଜୟ ପରେ ଭାରତ ସିରିଜରେ ୨-୧ରେ ଆଗୁଆ ରହିଛି। ରାଞ୍ଚିରେ ସିରିଜ୍ ଜିତିବାକୁ ରୋହିତଙ୍କ ଦଳ ପାଖରେ ସୁଯୋଗ ରହିଛି । ଯଦି ଭାରତ ଚତୁର୍ଥ ଟେଷ୍ଟ ଜିତେ ତେବେ ଦଳ ପ୍ରଥମ ଥର ପାଇଁ ଘରେ ଇଂଲଣ୍ଡ ବିପକ୍ଷରେ କ୍ରମାଗତ ତୃତୀୟ ସିରିଜ ଜିତିବ। ଭାରତ ପୂର୍ବରୁ ଇଂଲଣ୍ଡ ବିପକ୍ଷରେ କେବେ କ୍ରମାଗତ [...]
ରାଞ୍ଚି: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଆଜିଠାରୁ ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଖେଳାଯିବ । ରାଜକୋଟ ଟେଷ୍ଟରେ ବୃହତ ବିଜୟ ପରେ ଭାରତ ସିରିଜରେ ୨-୧ରେ ଆଗୁଆ ରହିଛି। ରାଞ୍ଚିରେ ସିରିଜ୍ ଜିତିବାକୁ ରୋହିତଙ୍କ ଦଳ ପାଖରେ ସୁଯୋଗ ରହିଛି । ଯଦି ଭାରତ ଚତୁର୍ଥ ଟେଷ୍ଟ ଜିତେ ତେବେ ଦଳ ପ୍ରଥମ ଥର ପାଇଁ ଘରେ ଇଂଲଣ୍ଡ ବିପକ୍ଷରେ କ୍ରମାଗତ ତୃତୀୟ ସିରିଜ ଜିତିବ। ଭାରତ ପୂର୍ବରୁ ଇଂଲଣ୍ଡ ବିପକ୍ଷରେ କେବେ କ୍ରମାଗତ ୩ଟି ଘରୋଇ ସିରିଜ୍ ଜିତି ନଥିଲା ।
ଗତ ଦୁଇଟି ଟେଷ୍ଟରେ ଲଗାତାର ଦ୍ୱିଶତକ ସହ ଜବରଦସ୍ତ ଫର୍ମରେ ଥିବା ଯୁବ ଓପନର୍ ଯଶସ୍ବୀ ଜୈସୱାଲଙ୍କ ଉପରେ ପୁଣି ସମସ୍ତଙ୍କ ନଜର ରହିବ। ଯଦି ମ୍ୟାଚ୍ର ପ୍ରଥମ ଇନିଂସରେ ଭାରତୀୟ ଓପନର୍ ଯଶସ୍ବୀ ୧୩୯ ରନ୍ କରନ୍ତି, ତେବେ କମ୍ ଇନିଂସରେ ୧୦୦୦ ରନ୍ ପୂରଣ କରିବାରେ ବିନୋଦ କାମ୍ବଲିଙ୍କ ଭାରତୀୟ ରେକର୍ଡର ସମକକ୍ଷ ହୋଇଯିବେ। ଏଥି ସହିତ ମ୍ୟାଚ୍ ସଂଖ୍ୟା ଦୃଷ୍ଟିରୁ ସେ ମଧ୍ୟ ଭାରତର ଦ୍ରୁତତମ ଏବଂ ଦ୍ୱିତୀୟ ଦ୍ରୁତତମ ଖେଳାଳି ଭାବେ ୧୦୦୦ ରନ୍ ପୂରଣ କରିବେ।
ଚତୁର୍ଥ ଟେଷ୍ଟରୁ ଷ୍ଟାର ପେସର ଜସପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ ମୁକେଶ କୁମାର ଖେଳିପାରିନ୍ତି। ଯୁବ ଦ୍ରୁତ ବୋଲର ଆକାଶ ଦୀପଙ୍କୁ ମଧ୍ୟ ଡେବ୍ୟୁ କରିବାକୁ ସୁଯୋଗ ମିଳିପାରେ।
ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ
Next ArticleSrimandira Nata Mandapa Works To Begin From Today
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
