ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଖଡ଼ଗେ ଓ ଜୟରାମ ରମେଶଙ୍କୁ ଆଇନଗତ ନୋଟିସ୍ ପଠାଇଲେ ଗଡ଼କରୀ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ସାଧାରଣ ସମ୍ପାଦକ ଜୟରାମ ରମେଶଙ୍କୁ ଆଇନଗତ ନୋଟିସ ପଠାଇଛନ୍ତି। ଉଭୟ କଂଗ୍ରେସ ନେତା ତାଙ୍କ ବିଷୟରେ ବିଭ୍ରାନ୍ତିକର ତଥା ବଦନାମ କଲାଭଳି ଖବର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେୟାର କରିଛନ୍ତି ବୋଲି ଅଭିଯୋଗ କରିଛନ୍ତିି ଗଡକରୀ। ଏଥିସହ ଏହି ବିଜେପି ନେତା ଖଡ଼ଗେ ଓ ରମେଶଙ୍କ ଠାରୁ ଲିଖିତ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି । ଗଡକରୀଙ୍କ ଓକିଲ ବାଲେନ୍ଦୁ ଶେଖର [...]

Admin•ମାର୍ଚ୍ଚ 2, 2024
Share Article:

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ସାଧାରଣ ସମ୍ପାଦକ ଜୟରାମ ରମେଶଙ୍କୁ ଆଇନଗତ ନୋଟିସ ପଠାଇଛନ୍ତି। ଉଭୟ କଂଗ୍ରେସ ନେତା ତାଙ୍କ ବିଷୟରେ ବିଭ୍ରାନ୍ତିକର ତଥା ବଦନାମ କଲାଭଳି ଖବର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେୟାର କରିଛନ୍ତି ବୋଲି ଅଭିଯୋଗ କରିଛନ୍ତିି ଗଡକରୀ। ଏଥିସହ ଏହି ବିଜେପି ନେତା ଖଡ଼ଗେ ଓ ରମେଶଙ୍କ ଠାରୁ ଲିଖିତ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି ।

ଗଡକରୀଙ୍କ ଓକିଲ ବାଲେନ୍ଦୁ ଶେଖର କହିଛନ୍ତି, ଖଡ଼ଗେ ଏବଂ ରମେଶ ଜାଣିଶୁଣି ଏକ ୱେବ୍ ପୋର୍ଟାଲରେ ପ୍ରସାରିତ ଗଡକରୀଙ୍କ ସାକ୍ଷାତକାରର ଏକ ସମ୍ପାଦିତ ଅଂଶ ପୋଷ୍ଟ କରିଛନ୍ତି। ଏହି ୧୯ ସେକେଣ୍ଡର ଭିଡ଼ିଓ କ୍ଲିପ୍ ବିନା କୌଣସି ସନ୍ଦର୍ଭରେ ସେୟାର କରାଯାଇଥିଲା।

ଆଇନଗତ ନୋଟିସରେ କୁହାଯାଇଛି, ଜନସାଧାରଣଙ୍କ ଦୃଷ୍ଟିରେ ଗଡକରୀଙ୍କ ପ୍ରତି ଦ୍ବନ୍ଦ୍ବ, ଅତିରଞ୍ଜନ ଏବଂ ବଦନାମ ସୃଷ୍ଟି କରିବାର ଏକମାତ୍ର ଉଦ୍ଦେଶ୍ୟ ନେଇ ଏହି କୁଟିଳ କାର୍ଯ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଗାମୀ ସାଧାରଣ ନିର୍ବାଚନରେ ଲୋକଙ୍କ ବିଶ୍ୱାସ ଜିତିବାକୁ ଯାଉଥିବା ଭାରତୀୟ ଜନତା ପାର୍ଟିର ଏକତା ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଏହା ଏକ ନିରର୍ଥକ ପ୍ରୟାସ ବୋଲି ଏଥିରେ କୁହାଯାଇଛି ।

#Odia#Odisha#News
Share Article:

Related Articles