ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

କଂଗ୍ରେସରୁ ଇସ୍ତଫା ଦେବା ପରେ ପଦ୍ମ ଧରିଲେ ଗୌରଭ ବଲ୍ଲଭ

ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେବାର କିଛି ଘଣ୍ଟା ମଧ୍ୟରେ ବିଜେପିରେ ଯୋଗ ଦେଇଛନ୍ତି ଗୌରଭ ବଲ୍ଲଭ। ସେ ଗୁରୁବାର ସକାଳେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ଗୌରବ କହିଥିଲେ, “ଦଳରେ ସେ ଅସହଜ ଅନୁଭବ କରୁଛନ୍ତି। ଦଳ ଏକ ନୂଆ ଭାରତର ଆକାଂକ୍ଷାକୁ ଆଦୌ ବୁଝିପାରୁ ନାହିଁ, ଯେଉଁ କାରଣରୁ ମୋ ଭଳି ଜଣେ କର୍ମୀ ହତୋତ୍ସାହିତ ହୋଇଛି। ରାମ ମନ୍ଦିର ଉପରେ ଦଳର ଆଭିମୁଖ୍ୟ ନେଇ [...]

Admin•ଅପ୍ରେଲ 4, 2024
Share Article:

ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେବାର କିଛି ଘଣ୍ଟା ମଧ୍ୟରେ ବିଜେପିରେ ଯୋଗ ଦେଇଛନ୍ତି ଗୌରଭ ବଲ୍ଲଭ। ସେ ଗୁରୁବାର ସକାଳେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ।

ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ଗୌରବ କହିଥିଲେ, “ଦଳରେ ସେ ଅସହଜ ଅନୁଭବ କରୁଛନ୍ତି। ଦଳ ଏକ ନୂଆ ଭାରତର ଆକାଂକ୍ଷାକୁ ଆଦୌ ବୁଝିପାରୁ ନାହିଁ, ଯେଉଁ କାରଣରୁ ମୋ ଭଳି ଜଣେ କର୍ମୀ ହତୋତ୍ସାହିତ ହୋଇଛି। ରାମ ମନ୍ଦିର ଉପରେ ଦଳର ଆଭିମୁଖ୍ୟ ନେଇ ମୁଁ କ୍ଷୁବ୍ଧ। ମୁଁ ଜନ୍ମରୁ ହିନ୍ଦୁ। ତେଣୁ ମୁଁ ସନାତନ ବିରୋଧୀ ସ୍ଲୋଗାନ ଦେଇ ପାରିବି ନାହିଁ।”

ଗୌରବ ଆହୁରି କହିଥିଲେ, କଂଗ୍ରେସ ଓ ବିରୋଧୀ ମେଣ୍ଟର ଅନେକ ନେତା ସନାତନ ବିରୋଧୀ ସ୍ଲୋଗାନ ଦେଇଛନ୍ତି ଏବଂ ଦଳ ଏନେଇ ଚୁପ୍ ରହିବା ଅର୍ଥ ଏହାକୁ ନୀରବ ସମ୍ମତି ଦେବା ଭଳି। ମୁଁ ପ୍ରତିଦିନ ସଞ୍ଜ ସକାଳେ ଦେଶର ଓ୍ବେଲଥ କ୍ରିଏଟର୍ସଙ୍କୁ ବି ଗାଳି ଦେଇପାରିବି ନାହିଁ। ସେଥିପାଇଁ ମୁଁ କଂଗ୍ରେସ ଦଳର ସମସ୍ତ ପଦବୀ ତଥା ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି।”

ଦୁଇ ସପ୍ତାହ ମଧ୍ୟରେ ଦେଶରେ ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଥିବା ବେଳେ କଂଗ୍ରେସରୁ ଇସ୍ତଫା ଧାରା ବନ୍ଦ ହେଉନାହିଁ। ବୁଧବାର କଂଗ୍ରେସ ନେତା ତଥା ବକ୍ସର ବିଜେନ୍ଦର ସିଂହ ବିଜେପିରେ ଯୋଗ ଦେଇଥିଲେ। ସେହିପରି ଗତକାଲି କଂଗ୍ରେସ ମହାରାଷ୍ଟ୍ରର ବରିଷ୍ଠ ନେତା ସଞ୍ଜୟ ନିରୁପମଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା ।

ମହାରାଷ୍ଟ୍ରରେ ଶିବସେନା (ୟୁବିଟି) ସହ ଦଳର ଆସନ ଭାଗବଣ୍ଟା ବିରୋଧରେ ସେ ଏକ ବୟାନ ଦେଇଥିଲେ । ଏହାକୁ ‘ଦଳ ବିରୋଧୀ କାର୍ଯ୍ୟକଳାପ’ ଦର୍ଶାଇ କଂଗ୍ରେସ ନିରୁପମଙ୍କୁ ଦଳରୁ ବହିଷ୍କୃତ କରିଥିଲା । ତେବେ ନିରୁପମ ଦାବି କରିଛନ୍ତିି ଯେ ତାଙ୍କ ଇସ୍ତଫା ପତ୍ର ପାଇବା ପରେ ଦଳ ତାଙ୍କୁ ବହିଷ୍କାର କରିଛି ।

#Odia#Odisha#News
Share Article:

Related Articles