ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଆଜିଠୁ ରାମଲାଲାଙ୍କ ସର୍ବସାଧାରଣ ଦର୍ଶନ, ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଅଯୋଧ୍ୟା: ପ୍ରାଣ ପ୍ରତିଷ୍ଠାର ଦିନକ ପରେ ମଙ୍ଗଳବାର ଠାରୁ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଆଜି ସକାଳୁ ହିଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ରାମଲାଲାଙ୍କ ଦର୍ଶନ ପାଇଁ ମନ୍ଦିର ନଗରୀ ଅଯୋଧ୍ୟାକୁ ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଛି। ଆଜିଠୁ ପ୍ରତିଦିନ ସକାଳ ୭ଟାରୁ ରାତି ୧୦ଟା ଯାଏଁ ରାମ ଲଲାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ନୀତିକାନ୍ତି ପାଇଁ ଦିନ ସାଢେ ୧୧ଟାରୁ [...]

Admin•ଜାନୁଆରୀ 23, 2024
Share Article:

ଅଯୋଧ୍ୟା: ପ୍ରାଣ ପ୍ରତିଷ୍ଠାର ଦିନକ ପରେ ମଙ୍ଗଳବାର ଠାରୁ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଆଜି ସକାଳୁ ହିଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

ରାମଲାଲାଙ୍କ ଦର୍ଶନ ପାଇଁ ମନ୍ଦିର ନଗରୀ ଅଯୋଧ୍ୟାକୁ ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଛି। ଆଜିଠୁ ପ୍ରତିଦିନ ସକାଳ ୭ଟାରୁ ରାତି ୧୦ଟା ଯାଏଁ ରାମ ଲଲାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ନୀତିକାନ୍ତି ପାଇଁ ଦିନ ସାଢେ ୧୧ଟାରୁ ଅପରାହ୍ନ ୨ଟା ଯାଏଁ ଦର୍ଶନ ବନ୍ଦ ରହିବ। ସକାଳ ସାଢେ ୬ଟା ଏବଂ ସନ୍ଧ୍ୟା ସାଢେ ୭ଟାରେ ରାମଲଲାଙ୍କ ଆଳତୀ କରାଯିବ।

ଶାସ୍ତ୍ରୀୟ ବିଧିବିଧାନ ପୂର୍ବକ ସୋମବାର ଅପରାହ୍ନ ୧୨:୨୯ରେ ଦିବ୍ୟ ମନ୍ଦିରର ଗର୍ଭଗୃହରେ କଳା ମୁଗୁନି ପଥରରେ ନିର୍ମିତ ପ୍ରଭୁ ରାମଙ୍କ ବାଲ୍ୟରୂପୀ ବିଗ୍ରହର ପ୍ରାଣ ପ୍ରତିଷ୍ଠା ହୋଇଥିଲା । ମୁଖ୍ୟ ଯଜମାନ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାଣ ପ୍ରତିଷ୍ଠା ରୀତିନୀତି ସମ୍ପାଦନ କରିଥିଲେ। ସୁନା ଓ ରୁପା ଅଳଙ୍କାରରେ ଆଭୂଷିତ ରାମଲାଲାଙ୍କ ମୂର୍ତ୍ତି ସମସ୍ତଙ୍କର ମନ ମୋହିଥିଲା । ପ୍ରଭୁ ରାମଙ୍କ ଏହି ୫୧ ଇଞ୍ଚର ବିଗ୍ରହକୁ ମହୀଶୂରର ମୂର୍ତ୍ତିଶିଳ୍ପୀ ଅରୁଣ ଯୋଗୀରାଜ ନିର୍ମାଣ କରିଛନ୍ତି। ଗର୍ଭଗୃହରେ ରାମଲାଲାଙ୍କ ନୂଆ ବିଗ୍ରହ ଅଧିଷ୍ଠିତ ହୋଇଥିବା ବେଳେ ରୁପାରେ ନିର୍ମିତ ଶ୍ରୀରାମଙ୍କ ଏକ ଚଳନ୍ତି ପ୍ରତିମା ମଧ୍ୟ ସ୍ଥାପନ କରାଯାଇଥିଲା।

#Odia#Odisha#News
Share Article:

Related Articles