ପ୍ରାଣ ପ୍ରତିଷ୍ଠା ପୂର୍ବରୁ ବଢ଼ିଲା ‘ରାମଚରିତମାନସ’ର ଡିମାଣ୍ଡ୍, ଭାଙ୍ଗିଲା ୫୦ ବର୍ଷର ରେକର୍ଡ
ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଗୀତା ପ୍ରେସ୍ ଦ୍ବାରା ପ୍ରକାଶିତ ‘ରାମଚରିତମାନସ’ର ଚାହିଦା ହଠାତ୍ ବଢ଼ି ଯାଇଛି । ଚାହୁଁ ଚାହୁଁ ଏହି ପୁସ୍ତକର ଷ୍ଟକ୍ ଶେଷ ହୋଇଯାଇଛି | ସାଧାରଣତଃ ପ୍ରତି ମାସରେ ଗୀତା ପ୍ରେସ୍ ‘ରାମଚରିତମାନସ’ର ପ୍ରାୟ ୭୫,୦୦୦ କପି ଛାପିଥାଏ ଏବଂ ଷ୍ଟକ୍ ସର୍ବଦା ଉପଲବ୍ଧ ରହିଥାଏ | କିନ୍ତୁ ଏଥର ଷ୍ଟକ୍ ଶେଷ ହୋଇଯାଇଛି । [...]
ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଗୀତା ପ୍ରେସ୍ ଦ୍ବାରା ପ୍ରକାଶିତ ‘ରାମଚରିତମାନସ’ର ଚାହିଦା ହଠାତ୍ ବଢ଼ି ଯାଇଛି । ଚାହୁଁ ଚାହୁଁ ଏହି ପୁସ୍ତକର ଷ୍ଟକ୍ ଶେଷ ହୋଇଯାଇଛି | ସାଧାରଣତଃ ପ୍ରତି ମାସରେ ଗୀତା ପ୍ରେସ୍ ‘ରାମଚରିତମାନସ’ର ପ୍ରାୟ ୭୫,୦୦୦ କପି ଛାପିଥାଏ ଏବଂ ଷ୍ଟକ୍ ସର୍ବଦା ଉପଲବ୍ଧ ରହିଥାଏ | କିନ୍ତୁ ଏଥର ଷ୍ଟକ୍ ଶେଷ ହୋଇଯାଇଛି । ଗୀତା ପ୍ରେସରେ ଗତ ୫୦ ବର୍ଷରେ ପ୍ରଥମ ଥର ପାଇଁ ‘ରାମଚରିତମାନସ’ର ଷ୍ଟକ୍ ଶେଷ ହୋଇଛି ।
ଗୀତା ପ୍ରେସର ମ୍ୟାନେଜର ଲାଲମଣି ତିଓ୍ବାରୀ କହିଛନ୍ତି, “ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ତାରିଖ ଘୋଷଣା ହେବା ଦିନଠାରୁ ରାମଚରିତମାନସ, ସୁନ୍ଦରାକାଣ୍ଡ ଏବଂ ହନୁମାନ ଚାଳିଶାର ଚାହିଦା ଯଥେଷ୍ଟ ବୃଦ୍ଧି ପାଇଛି। ପୂର୍ବରୁ ଆମେ ପ୍ରତି ମାସରେ ୭୫,୦୦୦ କପି ଛାପୁଥିଲୁ କିନ୍ତୁ ଏବେ ଆମେ ୧ ଲକ୍ଷ କପି ଛାପୁଛୁ, ତଥାପି ଷ୍ଟକ୍ ରହୁନି।”
ଗୀତା ପ୍ରେସକୁ ପ୍ରତି ମାସରେ ପ୍ରାୟ ୧.୫ ଲକ୍ଷ କପିର ଅର୍ଡର ଆସୁଛି | ଅକ୍ଟୋବର, ନଭେମ୍ବର ଏବଂ ଡିସେମ୍ବରରେ ‘ରାମଚରିତମାନସ’ର ୩ ଲକ୍ଷ ୨୭ ହଜାର କପି ଛପା ଯାଇଥିଲା, ତେବେ ସେଗୁଡ଼ିକ ସବୁ ବିକ୍ରି ହୋଇସାରିଛି | ଏହି ତିନି ମାସରେ ୧୩ ଲକ୍ଷ ୫୦ ହଜାର କପି ହନୁମାନ ଚାଳିଶା ଛପା ହୋଇଥିଲା, କିନ୍ତୁ ବର୍ତ୍ତମାନ ଏହାର ଷ୍ଟକ୍ ମଧ୍ୟ ଶେଷ ହେବାକୁ ଯାଉଛି |
ବିହାର ଏବଂ ରାଜସ୍ଥାନରୁ ମଧ୍ୟ ରାମଚରିତମାନର ଡିମାଣ୍ଡ୍ ଆସୁଛି | ଅଧିକ କପି ଯୋଗାଇବାରେ ଗୀତା ପ୍ରେସ୍ ନିଜର ଅସମର୍ଥତା ପ୍ରକାଶ କରିଛି | ଗୀତା ପ୍ରେସ୍ ପ୍ରଭୁ ରାମଙ୍କ ଉପରେ ଆଧାରିତ ପ୍ରାୟ ୧୩ କୋଟି ପୁସ୍ତକ ଛାପିଛି | ଲାଲମଣି ତିଓ୍ବାରୀ କହିଛନ୍ତି, ଆମେ ପ୍ରାୟ ୭୫ ପ୍ରତିଶତ ପୁସ୍ତକ ଯୋଗାଇ ପାରିବୁ। ଚଳିତ ବର୍ଷ ଏପର୍ଯ୍ୟନ୍ତ ୨୦ କୋଟିରୁ ଅଧିକ ମୂଲ୍ୟର ପୁସ୍ତକ ବିକ୍ରି ହୋଇସାରିଛି ବୋଲି ସେ କହିଛନ୍ତିି ।
ଗୀତା ପ୍ରେସ୍ ୧୯୨୩ରେ ପ୍ରତିଷ୍ଠିତ ହୋଇଥିଲା । ଏହି ପ୍ରେସରେ ୧୯୩୯ରେ ପ୍ରଥମ ଥର ‘ରାମଚରିତମାନସ’ର ପ୍ରକାଶନ ହୋଇଥିଲା | ଏହି ପୁସ୍ତକ ସମୁଦାୟ ୧୦ଟି ଭାଷାରେ ପ୍ରକାଶିତ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପୁସ୍ତକର ସାଢ଼େ ତିନି କୋଟିରୁ ଅଧିକ କପି ପ୍ରକାଶିତ ହୋଇଛି | ‘ରାମଚରିତମାନସ’ର ୭ଟି କାଣ୍ଡ ରହିଛି ଏବଂ ବଜାରରେ ପ୍ରତି କାଣ୍ଡର ଚାହିଦା ରହିଛି | ତେବେ ‘ସୁନ୍ଦରାକଣ୍ଡ’ର ଚାହିଦା ସବୁଠୁ ଅଧିକ ରହିଛି |
ମାଁ ସମଲେଇ ପ୍ରକଳ୍ପର ସମୀକ୍ଷା କଲେ ୫ଟି ଅଧ୍ୟକ୍ଷ
Next Articleରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
