ଜୁନରୁ ଦିନିକିଆ ଓ ଟି-୨୦ରେ ଲାଗୁ ହେବ ‘ଷ୍ଟପ୍ କ୍ଲକ୍’ ନିୟମ
ଦୁବାଇ: ସମ୍ପ୍ରତି ପରୀକ୍ଷାମୂଳକ ଭାବେ ଚାଲିଥିବା ‘ଷ୍ଟପ୍ କ୍ଲକ୍’ ନିୟମକୁ ଆଇସିସି ଆଗାମୀ ଟି-୨୦ ବିଶ୍ୱକପ ୨୦୨୪ରୁ ସମସ୍ତ ଅନ୍ତର୍ଜାତୀୟ ଦିନିକିଆ ଏବଂ ଟି-୨୦ରେ ସ୍ଥାୟୀ ଭାବେ ଲାଗୁ କରିବ । ଆଇସିସି ଡିସେମ୍ବର ୨୦୨୩ରେ ‘ଷ୍ଟପ୍ କ୍ଲକ୍’ ନିୟମ ପରୀକ୍ଷା ମୂଳକ ଭାବେ ଆରମ୍ଭ କରିଥିଲା। ଏବେ ଏହା ଜୁନ୍ ୧, ୨୦୨୪ରୁ ପୂର୍ଣ୍ଣାଙ୍ଗ ଭାବେ ଲାଗୁ ହେବ। ‘ଷ୍ଟପ୍ କ୍ଲକ୍’ ନିୟମ ଅନୁଯାୟୀ, ଫିଲ୍ଡିଂ ଦଳକୁ ଗୋଟିଏ ଓଭର ଶେଷ ହେବାର ୬୦ ସେକେଣ୍ଡ [...]
ଦୁବାଇ: ସମ୍ପ୍ରତି ପରୀକ୍ଷାମୂଳକ ଭାବେ ଚାଲିଥିବା ‘ଷ୍ଟପ୍ କ୍ଲକ୍’ ନିୟମକୁ ଆଇସିସି ଆଗାମୀ ଟି-୨୦ ବିଶ୍ୱକପ ୨୦୨୪ରୁ ସମସ୍ତ ଅନ୍ତର୍ଜାତୀୟ ଦିନିକିଆ ଏବଂ ଟି-୨୦ରେ ସ୍ଥାୟୀ ଭାବେ ଲାଗୁ କରିବ । ଆଇସିସି ଡିସେମ୍ବର ୨୦୨୩ରେ ‘ଷ୍ଟପ୍ କ୍ଲକ୍’ ନିୟମ ପରୀକ୍ଷା ମୂଳକ ଭାବେ ଆରମ୍ଭ କରିଥିଲା। ଏବେ ଏହା ଜୁନ୍ ୧, ୨୦୨୪ରୁ ପୂର୍ଣ୍ଣାଙ୍ଗ ଭାବେ ଲାଗୁ ହେବ।
‘ଷ୍ଟପ୍ କ୍ଲକ୍’ ନିୟମ ଅନୁଯାୟୀ, ଫିଲ୍ଡିଂ ଦଳକୁ ଗୋଟିଏ ଓଭର ଶେଷ ହେବାର ୬୦ ସେକେଣ୍ଡ ମଧ୍ୟରେ ପରବର୍ତ୍ତୀ ଓଭର ଆରମ୍ଭ କରିବାକୁ ପଡ଼ିବ। ଏଥିପାଇଁ ପଡ଼ିଆରେ ଲାଗିଥିବା ଏକ ‘ଇଲେକ୍ଟ୍ରୋନିକ୍’ ଘଣ୍ଟାରେ ୬୦ ରୁ ୦ ପର୍ଯ୍ୟନ୍ତ କାଉଣ୍ଟଡାଉନ୍ କରାଯିବ । ତୃତୀୟ ଅମ୍ପାୟାର କାଉଣ୍ଟଡାଉନ୍ ଆରମ୍ଭ କରିବା ସମୟ ସ୍ଥିର କରିପାରିବେ ।
ଯଦି ଫିଲ୍ଡିଂ ଦଳ ଏହି ନିୟମ ଉଲ୍ଲଘଂନ କରନ୍ତି, ତେବେ ଏଥିପାଇଁ ଦୁଇଟି ଚେତାବନୀ ଦିଆଯିବ । ପରବର୍ତ୍ତୀ ପ୍ରତିଟି ଉଲ୍ଲଂଘନ ପାଇଁ ୫ ରନ୍ ପେନାଲ୍ଟି ପଡ଼ିବ।
ଅବଶ୍ୟ ଆଇସିସି ଏହି ନିୟମରେ କିଛି ବ୍ୟତିକ୍ରମ ଯୋଡିଛି, ଯେପରିକି ଗୋଟିଏ ଓଭର ମଝିରେ ଜଣେ ନୂଆ ବ୍ୟାଟ୍ସମ୍ୟାନ୍ ଆସିଲେ କିମ୍ବା ‘ଡ୍ରିଙ୍କ୍ସ ବ୍ରେକ୍’ ଅବା ବ୍ୟାଟ୍ସମ୍ୟାନ୍ କିମ୍ବା ଫିଲ୍ଡରଙ୍କ ଆଘାତ ଭଳି ସ୍ଥିତିରେ ଘଣ୍ଟାକୁ ବନ୍ଦ କରାଯିବ। ଫିଲ୍ଡିଂ ଦଳର ନିୟନ୍ତ୍ରଣ ବାହାରେ କୌଣସି କାରଣରୁ ସମୟ ନଷ୍ଟ ହେଲେ ମଧ୍ୟ ଏହି ନିୟମ ଲାଗୁ ହେବ ନାହିଁ। ନିର୍ଦ୍ଧାରିତ ସମୟରେ ମ୍ୟାଚ୍ ଯେପରି ଶେଷ ହେବ ସେଥିପାଇଁ ଆଇସିସି ଏହି ନିୟମ ଆଣିଛି ।
CM Naveen to Chair Important Meeting of the State Cabinet Today
Next Articleଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚିଠି, ବିକଶିତ ଭାରତ ପାଇଁ ଲୋଡ଼ିଲେ ସମର୍ଥନ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
