ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଆଜିଠୁ ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍

ମୋହାଲି: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଗୁରୁବାର ପଞ୍ଜାବର ମୋହାଲିରେ ଖେଳାଯିବ। ଟି୨୦ ବିଶ୍ଵକପ ପୂର୍ବରୁ ଏହା ଭାରତର‌ ଅନ୍ତିମ ପ୍ରସ୍ତୁତି ସିରିଜ୍ ହୋଇଥିବା ବେଳେ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଦୀର୍ଘ ୧୪ ମାସ ପରେ ଉଭୟ ରୋହିତ ଓ କୋହଲି ଏକ ଅନ୍ତର୍ଜାତୀୟ ଟି୨୦ ଆଜି ପ୍ରଥମ ଟି୨୦ ଖେଳିବାକୁ ଯାଉଛନ୍ତି। ତେବେ ବ୍ୟକ୍ତିଗତ କାରଣରୁ ବିରାଟ କୋହଲି ପ୍ରଥମ ଟି୨୦ [...]

Admin•ଜାନୁଆରୀ 11, 2024
Share Article:

ମୋହାଲି: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଗୁରୁବାର ପଞ୍ଜାବର ମୋହାଲିରେ ଖେଳାଯିବ। ଟି୨୦ ବିଶ୍ଵକପ ପୂର୍ବରୁ ଏହା ଭାରତର‌ ଅନ୍ତିମ ପ୍ରସ୍ତୁତି ସିରିଜ୍ ହୋଇଥିବା ବେଳେ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଦୀର୍ଘ ୧୪ ମାସ ପରେ ଉଭୟ ରୋହିତ ଓ କୋହଲି ଏକ ଅନ୍ତର୍ଜାତୀୟ ଟି୨୦ ଆଜି ପ୍ରଥମ ଟି୨୦ ଖେଳିବାକୁ ଯାଉଛନ୍ତି। ତେବେ ବ୍ୟକ୍ତିଗତ କାରଣରୁ ବିରାଟ କୋହଲି ପ୍ରଥମ ଟି୨୦ ଖେଳିବେ ନାହିଁ ବୋଲି ଭାରତୀୟ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଘୋଷଣା କରିନ୍ତି। ଯଦିଓ ଆଇପିଏଲ ପ୍ରଦର୍ଶନ ପରେ ହିଁ ବିଶ୍ବକପ୍ଟର ଚୂଡାନ୍ତ ୧୫ ଚୟନ କରାଯିବ ତେବେ ଏହି ସିରିଜ୍ ଅନେକ ଗୁରୁତ୍ଵ ବହନ କରେ । ଅଧିନାୟକ ଭାବେ ରୋହିତ ପ୍ରଥମ ମ୍ୟାଚ୍‌ରେ ଖେଳିବା ନିଶ୍ଚିତ।

ଅଧିନାୟକ ରହିଥ‌ିବା ରୋହିତ ଶର୍ମା ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ବଜାୟ ରଖିବା ନେଇ ଆଶା‌ କରାଯାଏ। ଦିନିକିଆ ବିଶ୍ୱକପ୍‌ରେ ରୋହିତ ଯେଉଁ ଅନ୍ଦାଜରେ ବ୍ୟାଟିଂ କରୁଥିଲେ ସମାନ ଢଙ୍ଗରେ ବ୍ୟାଟିଂ କରିବା ନେଇ ଫ୍ୟାନ୍‌ମାନେ ଆଶା କରିବେ । ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରିବା ପରେ ବୁଧବାର ଭାରତୀୟ ଦଳ ଏକତ୍ରିତ ହୋଇଛି। ଯଶସ୍ବୀ ଜୈସୱାଲ ଓ ତିଳକ ବର୍ମା ଦକ୍ଷିଣ ଆଫ୍ରିକା ଗସ୍ତରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଏହି ସିରିଜରେ ଉଭୟଙ୍କ ମଧ୍ୟରୁ ଜଣଙ୍କୁ ହିଁ ସୁଯୋଗ ମିଳିପାରିବ।

#Odia#Odisha#News
Share Article:

Related Articles