ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଆତଙ୍କବାଦୀ ସଂଗଠନ ଆଇଏସର‌ ଭାରତ ମୁଖ୍ୟ ଗିରଫ

ଗୁଆହାଟୀ: ଆତଙ୍କବାଦୀ ସଂଗଠନ ଆଇଏସର ଭାରତ ମୁଖ୍ୟ ଓ ତାର ଜଣେ ସହଯୋଗୀଙ୍କୁ ଆସାମର ଧୁବ୍ରି ଜିଲ୍ଲାରୁ ଗିରଫ କରାଯାଇଛି। ଏହି ଦୁଇ ଆତଙ୍କବାଦୀ ବାଂଲାଦେଶରୁ ସୀମା ପାର ହୋଇ ଆସାମରେ ପଶିଥିଲେ। ଗୁଇନ୍ଦା ସୂଚନା ଆଧାରରେ ଏସଟିଏଫ ଉଭୟଙ୍କୁ ବୁଧବାର ଧର୍ମଶାଳା ଅଞ୍ଚଳରୁ ଗିରଫ କରିଥିଲା ବୋଲି ଆସାମ ପୋଲିସର ମୁଖ୍ୟ ଜନସମ୍ପର୍କ ଅଧିକାରୀ ପ୍ରଣବ ଜ୍ୟୋତି ଗୋସ୍ଵାମୀ କହିଛନ୍ତି। ଗିରଫ ପରେ ଉଭୟଙ୍କୁ ଗୁଆହାଟୀର ଏସଟିଏଫ କାର୍ଯ୍ୟାଳୟକୁ ଅଣାଯାଇଥିଲା। ତଦନ୍ତରୁ ଜଣାପଡିଛି ଯେ ଗିରଫ [...]

Admin•ମାର୍ଚ୍ଚ 21, 2024
Share Article:

ଗୁଆହାଟୀ: ଆତଙ୍କବାଦୀ ସଂଗଠନ ଆଇଏସର ଭାରତ ମୁଖ୍ୟ ଓ ତାର ଜଣେ ସହଯୋଗୀଙ୍କୁ ଆସାମର ଧୁବ୍ରି ଜିଲ୍ଲାରୁ ଗିରଫ କରାଯାଇଛି। ଏହି ଦୁଇ ଆତଙ୍କବାଦୀ ବାଂଲାଦେଶରୁ ସୀମା ପାର ହୋଇ ଆସାମରେ ପଶିଥିଲେ। ଗୁଇନ୍ଦା ସୂଚନା ଆଧାରରେ ଏସଟିଏଫ ଉଭୟଙ୍କୁ ବୁଧବାର ଧର୍ମଶାଳା ଅଞ୍ଚଳରୁ ଗିରଫ କରିଥିଲା ବୋଲି ଆସାମ ପୋଲିସର ମୁଖ୍ୟ ଜନସମ୍ପର୍କ ଅଧିକାରୀ ପ୍ରଣବ ଜ୍ୟୋତି ଗୋସ୍ଵାମୀ କହିଛନ୍ତି।

ଗିରଫ ପରେ ଉଭୟଙ୍କୁ ଗୁଆହାଟୀର ଏସଟିଏଫ କାର୍ଯ୍ୟାଳୟକୁ ଅଣାଯାଇଥିଲା। ତଦନ୍ତରୁ ଜଣାପଡିଛି ଯେ ଗିରଫ ହରିଶ ଫାରୁକ୍କି ଓରଫ୍ ହରିଶ ଅଜମଲ ଫାରୁକି ହେଉଛି ଆଇଏସର ଭାରତ ମୁଖ୍ୟ । ସେ ଡେରାଡୁନର ବାସିନ୍ଦା | ତାର ସହଯୋଗୀ ଅନୁରାଗ ସିଂହ ଧର୍ମ ପରିବର୍ତ୍ତନ କରି ଏବେ ନିଜକୁ ରେହାନ ବୋଲାଉଛି । ସେ ପାନିପାତର ବାସିନ୍ଦା । ତାର ପତ୍ନୀ ଜଣେ ବାଂଲାଦେଶୀ ନାଗରିକ।

ଉଭୟେ ଭାରତରେ ଆଇଏସର ତାଲିମପ୍ରାପ୍ତ ସଦସ୍ୟ। ଦୁହେଁ ଭାରତରେ ଆଇଏସର ଆତଙ୍କବାଦୀ ଏଜେଣ୍ଡାକୁ ଆଗେଇ ନେବାକୁ କାର୍ଯ୍ୟ କରୁଥିଲେ। ଆଇଏଏସ୍ ପାଇଁ ପାଣ୍ଠି ସଂଗ୍ରହ ଠାରୁ ଆରମ୍ଭ କରି ଆତଙ୍କବାଦୀ ଘଟଣା ଘଟାଇବା ପର୍ଯ୍ୟନ୍ତ ଷଡ଼ଯନ୍ତ୍ରରେ ସେମାନଙ୍କ ସମ୍ପୃକ୍ତି ଥିବା କୁହାଯାଉଛି। ଉଭୟ ଦୀର୍ଘ ଦିନରୁ ଏନଆଇଏ ଓ ଏଟିଏସର ନଜରରେ ଥିଲେ। ଦିଲ୍ଲୀ, ଲକ୍ଷ୍ନୌ ଏବଂ ଅନ୍ୟାନ୍ୟ ସ୍ଥାନରେ ସେମାନଙ୍କ ବିରୋଧରେ ଅନେକ ମାମଲା ବିଚାରାଧୀନ ରହିଛି। ଅଧିକ ତଦନ୍ତ ପାଇଁ ଉଭୟଙ୍କୁ ଏନଆଇଏକୁ ହସ୍ତାନ୍ତର କରାଯିବ ବୋଲି ଆସାମ ପୋଲିସ କହିଛି।

#Odia#Odisha#News
Share Article:

Related Articles