କେଜ୍ରିୱାଲଙ୍କ ଗିରଫଦାରୀ ମାମଲାରେ ଜର୍ମାନୀର ମନ୍ତବ୍ୟ ନେଇ ତୀବ୍ର ପ୍ରତିବାଦ ଜଣାଇଲା ଭାରତ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ନେଇ ଜର୍ମାନୀର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ରଙ୍କ ମନ୍ତବ୍ୟରେ ଭାରତ ଆପତ୍ତି ପ୍ରକାଶ କରିଛି । ଭାରତ ଏନେଇ ଶନିବାର ସକାଳେ ଜର୍ମାନ ଦୂତାବାସର ଡେପୁଟି ଚିଫ୍ ଅଫ୍ ମିଶନ ଜର୍ଜ ଏନଜୱିଲରଙ୍କୁ ସମନ କରି ତୀବ୍ର ପ୍ରତିବାଦ ଜଣାଇଛି । ଜର୍ମାନୀର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ରଙ୍କ ମନ୍ତବ୍ୟ ଭାରତର ଆଭ୍ୟନ୍ତରୀଣ ମାମଲା ଓ ନ୍ୟାୟିକ ପ୍ରକ୍ରିୟାରେ ଅନାବଶ୍ୟକ ହସ୍ତକ୍ଷେପ ବୋଲି ଭାରତ କହିଛି। ଜର୍ମାନ ବୈଦେଶିକ ମନ୍ତ୍ରଣାଳୟର ଜଣେ [...]
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ନେଇ ଜର୍ମାନୀର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ରଙ୍କ ମନ୍ତବ୍ୟରେ ଭାରତ ଆପତ୍ତି ପ୍ରକାଶ କରିଛି । ଭାରତ ଏନେଇ ଶନିବାର ସକାଳେ ଜର୍ମାନ ଦୂତାବାସର ଡେପୁଟି ଚିଫ୍ ଅଫ୍ ମିଶନ ଜର୍ଜ ଏନଜୱିଲରଙ୍କୁ ସମନ କରି ତୀବ୍ର ପ୍ରତିବାଦ ଜଣାଇଛି । ଜର୍ମାନୀର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ରଙ୍କ ମନ୍ତବ୍ୟ ଭାରତର ଆଭ୍ୟନ୍ତରୀଣ ମାମଲା ଓ ନ୍ୟାୟିକ ପ୍ରକ୍ରିୟାରେ ଅନାବଶ୍ୟକ ହସ୍ତକ୍ଷେପ ବୋଲି ଭାରତ କହିଛି।
ଜର୍ମାନ ବୈଦେଶିକ ମନ୍ତ୍ରଣାଳୟର ଜଣେ ମୁଖପାତ୍ର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ନେଇ ଚିନ୍ତା ପ୍ରକଟ କରିଥିଲେ । ସେ କହିଥିଲେ, ଏକ ଗଣତାନ୍ତ୍ରିକ ଦେଶ ଭାବେ ଆମେ ଆଶା କରୁଛୁ କେଜ୍ରିୱାଲଙ୍କ ମାମଲାରେ ନିରପେକ୍ଷ ଏବଂ ସଠିକ୍ ଶୁଣାଣି ହେବ।
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ ସୋସିଆଲ ମିଡିଆ ସାଇଟ୍ ‘ଏକ୍ସ’ରେ ଏକ ବିବୃତ୍ତିରେ ଏହି ସୂଚନା ଦେଇଛନ୍ତି। ବିବୃତ୍ତି ଅନୁସାରେ, ଜର୍ମାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ରଙ୍କ ମନ୍ତବ୍ୟ ଭାରତର ନ୍ୟାୟିକ ପ୍ରକ୍ରିୟାରେ ହସ୍ତକ୍ଷେପ ଏବଂ ଏହା ଆମ ନ୍ୟାୟପାଳିକାର ସ୍ବାୟତ୍ତତାର ଅପମାନ । ଆଇନର ଅନୁପାଳନ ସହ ଭାରତ ଏକ ଜୀବନ୍ତ ଓ ମଜଭୁତ ଗଣତନ୍ତ୍ର। ଭାରତ ଏବଂ ଅନ୍ୟ ଗଣତାନ୍ତ୍ରିକ ଦେଶ ଗୁଡ଼ିକରେ ସମସ୍ତ ଆଇନଗତ ମାମଲାରେ ଯେଉଁଭଳି ହୁଏ, ଏହି ମାମଲା (କେଜ୍ରିୱାଲ)ରେ ମଧ୍ୟ ଆଇନ ତାହାର ବାଟରେ ଯିବ । ଏହି ମାମଲାରେ ସମସ୍ତ ପକ୍ଷପାତପୂର୍ଣ୍ଣ ଧାରଣା ବେଶ୍ ଅନୁଚିତ ।
ଅବକାରୀ ଦୁର୍ନୀତି ମାମଲାରେ ଇଡି ଗୁରୁବାର ରାତିରେ କେଜ୍ରିୱାଲଙ୍କୁ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଥିଲା। ଅଫିସରେ ଥିବାବେଳେ ଗିରଫ ହେବାରେ ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ। ତାଙ୍କ ଦଳ ଏହି ଗିରଫଦାରୀକୁ ବିଜେପିର ରାଜନୈତିକ ଷଡ଼ଯନ୍ତ୍ର ବୋଲି କହୁଛି।
ଗତ କିଛି ମାସ ମଧ୍ୟରେ ଇଡି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମେତ ଅନେକ ବିରୋଧୀ ଦଳ ନେତାଙ୍କୁ ଗିରଫ କରିଛି।
ଚଳନ୍ତା ଟ୍ରକକୁ ପଛକୁ ପିଟିଲା ବାଇକ୍, ତିନି ବାଇକ ଆରୋହୀ ମୃତ
Next ArticleOdisha: Ex-Revenue Inspector Convicted in Vigilance Trap Case; Sentenced to 4 Yrs Jail
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
