ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଓ୍ବେଲିଂଟନ ଟେଷ୍ଟରେ ଅଷ୍ଟ୍ରେଲିଆର ବିଜୟ ପରେ ଭାରତକୁ ଫାଇଦା, ଡବ୍ଲୁଟିସି ପଏଣ୍ଟ ଟେବୁଲ ଶୀର୍ଷରେ ପହଞ୍ଚିଲା ଟିମ୍ ଇଣ୍ଡିଆ

ଦୁବାଇ: ୱେଲିଂଟନ ଟେଷ୍ଟରେ ଅଷ୍ଟ୍ରେଲିଆ ଘରୋଇ ନ୍ୟୁଜିଲ୍ୟାଣ୍ଡକୁ ୧୭୨ ରନର ବଡ଼ ବ୍ୟବଧାନରେ ହରାଇ ଦେଇଛି । ୩୬୯ ରନର ଟାର୍ଗେଟକୁ ପିଛା କରିବାକୁ ଯାଇ ନ୍ୟୁଜିଲାଣ୍ଡ ଚତୁର୍ଥ ଦିନରେ ମାତ୍ର ୧୯୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଅଷ୍ଟ୍ରେଲିଆର ଏହି ବୃହତ ବିଜୟରେ ସ୍ପିନର ନାଥାନ ଲିୟନ ହିରୋ ସାଜିଛନ୍ତି। ଏହି ଭେଟେରାନ ସ୍ପିନର ଦ୍ବିତୀୟ ଇନିଂସରେ ୬ଟି ୱିକେଟ୍ ସହ ମ୍ୟାଚରେ ମୋଟ ୧୦ ଓ୍ବିକେଟ୍ ନେଇଛନ୍ତି। ଅଷ୍ଟ୍ରେଲିଆର ଏହି ବିଜୟ ପରେ [...]

Admin•ମାର୍ଚ୍ଚ 3, 2024
Share Article:

ଦୁବାଇ: ୱେଲିଂଟନ ଟେଷ୍ଟରେ ଅଷ୍ଟ୍ରେଲିଆ ଘରୋଇ ନ୍ୟୁଜିଲ୍ୟାଣ୍ଡକୁ ୧୭୨ ରନର ବଡ଼ ବ୍ୟବଧାନରେ ହରାଇ ଦେଇଛି । ୩୬୯ ରନର ଟାର୍ଗେଟକୁ ପିଛା କରିବାକୁ ଯାଇ ନ୍ୟୁଜିଲାଣ୍ଡ ଚତୁର୍ଥ ଦିନରେ ମାତ୍ର ୧୯୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଅଷ୍ଟ୍ରେଲିଆର ଏହି ବୃହତ ବିଜୟରେ ସ୍ପିନର ନାଥାନ ଲିୟନ ହିରୋ ସାଜିଛନ୍ତି। ଏହି ଭେଟେରାନ ସ୍ପିନର ଦ୍ବିତୀୟ ଇନିଂସରେ ୬ଟି ୱିକେଟ୍ ସହ ମ୍ୟାଚରେ ମୋଟ ୧୦ ଓ୍ବିକେଟ୍ ନେଇଛନ୍ତି। ଅଷ୍ଟ୍ରେଲିଆର ଏହି ବିଜୟ ପରେ ଭାରତକୁ ଫାଇଦା ହୋଇଛି। ନ୍ୟୁଜିଲ୍ୟାଣ୍ଡକୁ ହଟାଇ ଭାରତ ବିଶ୍ବ ଟେଷ୍ଟ ଚାମ୍ପିୟନସିପ (ଡବ୍ଲୁଟିସି) ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି | ନ୍ୟୁଜିଲ୍ୟାଣ୍ଡ ବର୍ତ୍ତମାନ ଦ୍ୱିତୀୟ ସ୍ଥାନକୁ ଖସିଥିବା ବେଳେ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛି।

ନ୍ୟୁଜିଲାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆର ବିଜୟ ପରେ ଭାରତର ପଏଣ୍ଟ ପ୍ରତିଶତ (ପିସିଟି) ୬୪.୫୮ ହୋଇଛି | ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡର ପଏଣ୍ଟ ପ୍ରତିଶତ ୬୦.୦୦କୁ ହ୍ରାସ ପାଇଛି | ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଜୟ ପରେ ଅଷ୍ଟ୍ରେଲିଆର ପଏଣ୍ଟ ପ୍ରତିଶତ ୫୫ ରୁ ୫୯.୦୯କୁ ବୃଦ୍ଧି ପାଇଛି। ଡବ୍ଲୁଟିସି ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଥିବା ଭାରତୀୟ ଦଳ ଏଯାବତ୍ ୮ଟି ଟେଷ୍ଟରୁ ୫ଟି ଜିତିଥିବା ବେଳେ ଗୋଟିଏ ଟେଷ୍ଟ ଡ୍ର କରିଛି |

ଯଦି ଭାରତ ଧର୍ମଶାଳାରେ ମାର୍ଚ୍ଚ ୭ରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟରେ ଜିତେ ତେବେ ରୋହିତଙ୍କ ଦଳ ଡବ୍ଲୁଟିସି ପଏଣ୍ଟ ଟେବୁଲ ଶୀର୍ଷରେ ନିଜ ସ୍ଥିତି ଆହୁରି ସୁଦୃଢ଼ କରିପାରିବ। ଧର୍ମଶାଳା ଟେଷ୍ଟ ଜିତିଲେ ଭାରତର ପଏଣ୍ଟ ପ୍ରତିଶତ ୬୮.୫୧ରେ ପହଞ୍ଚିଯିବ। ନ୍ୟୁଜିଲ୍ୟାଣ୍ଡ ଖ୍ରାଏଷ୍ଟଚର୍ଚ୍ଚରେ ଦ୍ୱିତୀୟ ଟେଷ୍ଟ ଜିତିଲେ ମଧ୍ୟ ଭାରତ ଶୀର୍ଷରେ ରହିବ।

#Odia#Odisha#News
Share Article:

Related Articles