କାମ ଦେଲାନି ‘ବାଜବଲ୍’, ଘରୋଇ ମାଟିରେ ଭାରତର କ୍ରମାଗତ ୧୭ତମ ସିରିଜ୍ ବିଜୟ
ରାଞ୍ଚି: ଇଂଲଣ୍ଡର ‘ବାଜବଲ୍’ ରଣନୀତିକୁ ଫିକା ପକାଇଦେଇଛି ଭାରତର ୟଙ୍ଗ୍ ବ୍ରିଗେଡ୍। ଶୁଭମାନ ଗିଲଙ୍କ ଅପରାଜିତ ଅର୍ଦ୍ଧଶତକ ଓ ଧ୍ରୁବ ଜୁରେଲଙ୍କ ପୁଣି ଏକ ଉପଯୋଗୀ ପାଳି ବଳରେ ଭାରତ ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ୫ ୱିକେଟରେ ହରାଇ ରୋମାଞ୍ଚକର ବିଜୟ ହାସଲ କରିଛି। ଏଥିସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୧ରେ ଆଗୁଆ କବଜା କରିନେଇ ଘରୋଇ ମାଟିରେ ପୁଣି ପ୍ରାଧାନ୍ୟ ଜାହିର କରିଛି ଟିମ୍ ଇଣ୍ଡିଆ । ଘରୋଇ ମାଟିରେ ଏହା ଭାରତର କ୍ରମାଗତ [...]
ରାଞ୍ଚି: ଇଂଲଣ୍ଡର ‘ବାଜବଲ୍’ ରଣନୀତିକୁ ଫିକା ପକାଇଦେଇଛି ଭାରତର ୟଙ୍ଗ୍ ବ୍ରିଗେଡ୍। ଶୁଭମାନ ଗିଲଙ୍କ ଅପରାଜିତ ଅର୍ଦ୍ଧଶତକ ଓ ଧ୍ରୁବ ଜୁରେଲଙ୍କ ପୁଣି ଏକ ଉପଯୋଗୀ ପାଳି ବଳରେ ଭାରତ ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ୫ ୱିକେଟରେ ହରାଇ ରୋମାଞ୍ଚକର ବିଜୟ ହାସଲ କରିଛି। ଏଥିସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୧ରେ ଆଗୁଆ କବଜା କରିନେଇ ଘରୋଇ ମାଟିରେ ପୁଣି ପ୍ରାଧାନ୍ୟ ଜାହିର କରିଛି ଟିମ୍ ଇଣ୍ଡିଆ । ଘରୋଇ ମାଟିରେ ଏହା ଭାରତର କ୍ରମାଗତ ୧୭ତମ ଟେଷ୍ଟ ସିରିଜ୍ ବିଜୟ। ଅନ୍ୟ ପକ୍ଷରେ କୋଚ୍ ବ୍ରାଣ୍ଡନ ମ୍ୟାକୁଲମ୍ ଓ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ କାର୍ଯ୍ୟକାଳରେ ଇଂଲଣ୍ଡ ପ୍ରଥମ ଥର ପାଇଁ ଏକ ସିରିଜ୍ ହାରିଛି ।
ଏକ ଚ୍ୟାଲେଞ୍ଜିଂ ପିଚରେ ୧୯୨ ରନର ଲକ୍ଷ୍ୟକୁ ପିଛା କରି ଭାରତ ଗତକାଲି ଅର୍ଥାତ୍ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା କୌଣସି ଓ୍ବିକେଟ୍ ନ ହରାଇ ୪୦ ରନ୍ କରିଥିଲା | ଆଜି ଏହି ସ୍କୋରରୁ ଆଗକୁ ଖେଳିଥିଲା ଭାରତ । ଓପନର୍ ଯଶସ୍ବୀ ଜୈସୱାଲ (୪୪ ବଲରେ ୩୭ ରନ୍) ଏବଂ ଅଧିନାୟକ ରୋହିତ ଶର୍ମା (୮୧ ବଲରେ ୫୫ ରନ୍) ପ୍ରଥମ ୱିକେଟ୍ ପାଇଁ ୮୪ ରନ୍ ଯୋଡିଥିଲେ। ଲାଗୁଥିଲା ଭାରତ ସହଜରେ ମ୍ୟାଚ୍ ଜିତିବ ।
ତେବେ ଉଭୟ ଓପନରଙ୍କ ଓ୍ବିକେଟ୍ ପତନ ପରେ ରଜତ ପାଟିଦାର (୦) ପୁଣି ନିରାଶ କରିଥିଲେ । ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଭାରତର ସ୍କୋର୍ ଥିଲା ୧୧୮/୩ । ଦ୍ବିତୀୟ ସେସନ୍ ଆରମ୍ଭରେ ଇଂଲଣ୍ଡ ସ୍ପିନର ସୋଏବ୍ ବଶୀର ଲଗାତାର ଦୁଇଟି ବଲରେ ରବୀନ୍ଦ୍ର ଜାଡେଜା (୪) ଓ ସରଫରାଜ ଖାନ୍ (୦)ଙ୍କୁ ଆଉଟ୍ କରି ଇଂଲଣ୍ଡର ଆଶା ଉଜ୍ଜୀବିତ କରିଥିଲେ । ଭାରତ ୧୨୦ ରନରେ ୫ ଓ୍ବିକେଟ୍ ହରାଇ ହଠାତ୍ ବ୍ଯାକଫୁଟକୁ ଠେଲି ହୋଇଯାଇଥିଲା । ହେଲେ ଶୁଭମାନ ଗିଲ୍ ଏବଂ ପ୍ରଥମ ଇନିଂସର ହିରୋ ଜୁରେଲ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ସହ ଷଷ୍ଠ ଓ୍ବିକେଟରେ ଅପରାଜିତ ୭୨ ରନ୍ ଯୋଡ଼ି ଭାରତର ବିଜୟ ସୁନିଶ୍ଚିତ କରିଥିଲେ । ଗିଲ୍ ଦୁଇଟି ଛକା ସହ ଅପରାଜିତ ୫୨ ରନ୍ କରିଥିଲେ । ସେହିପରି ପ୍ରଥମ ଇନିଂସରେ ୯୦ ରନର ପାଳି ସହ ଭାରତକୁ ସଙ୍କଟରୁ ଉଦ୍ଧାର କରିଥିବା ଜୁରେଲ ପୁଣି ଥରେ ଉପାଦେୟ ଯୋଗଦାନ କରିଥିଲେ । ସେ ଦୁଇଟି ଚୌକା ସହ ୩୯ ରନ୍ କରି ନଟ୍ ଆଉଟ୍ ରହିଥିଲେ। ଉଭୟ ପାଳିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ କରିଥିବା ଜୁରେଲ ମ୍ଯାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ସିରିଜର ପଞ୍ଚମ ତଥା ଶେଷ ଟେଷ୍ଟ ମାର୍ଚ୍ଚ ୭ରୁ ଧର୍ମଶାଳାରେ ଖେଳାଯିବା । ଭାରତୀୟ ଦଳ ଶେଷ ଥର ପାଇଁ ୨୦୧୨ରେ ନିଜ ମାଟିରେ ଏକ ଟେଷ୍ଟ ସିରିଜ୍ ହାରିଥିଲା। ସେହି ବର୍ଷ ଆଲେଷ୍ଟାୟାର କୁକଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ଦଳ ଠାରୁ ଘରୋଇ ଟେଷ୍ଟ ସିରିଜ୍ ହାରିଯାଇଥିଲା ଭାରତ । ତା’ପରଠୁ ଭାରତ ଘରୋଇ ମାଟିରେ ଲଗାତାର ୧୭ ସିରିଜ୍ ଜିତିଛି । ଭାରତ ଏହି ସମୟ ମଧ୍ୟରେ ଘରେ ଖେଳିଥିବା ୫୦ଟି ଟେଷ୍ଟ ମଧ୍ୟରୁ ୩୯ଟି ଜିତିଛି।
ଏହି ବିଜୟ ସହିତ ଭାରତ ମଧ୍ୟ ଇଂଲଣ୍ଡର ଆକ୍ରମଣାତ୍ମକ ‘ବାଜବଲ୍’ ଶୈଳୀକୁ ପ୍ରଭାବହୀନ କରିଛି। ଗତ ଦୁଇ ବର୍ଷ ଧରି ଇଂଲଣ୍ଡର ସଫଳତାର ମୂଳମନ୍ତ୍ର ସାବ୍ୟସ୍ତ ହୋଇଥିବା ଏହି ଶୈଳୀ ବର୍ତ୍ତମାନ ଚାରିଆଡ଼ୁ ସମାଲୋଚିତ ହେଉଛି। ଇଂଲଣ୍ଡର ପୂର୍ବତନ ଖେଳାଳିମାନେ ମଧ୍ୟ ‘ବାଜବଲ୍’ ଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ।
ବ୍ରାଣ୍ଡନ୍ ମ୍ୟାକକୁଲମ୍ କୋଚ୍ ଏବଂ ବେନ୍ ଷ୍ଟୋକ୍ସ ଅଧିନାୟକ ହେବା ପରଠୁ ଯେକୌଣସି ପରିସ୍ଥିତିରେ ଆକ୍ରମଣାତ୍ମକ ଖେଳିବା ନେଇ ଇଂଲଣ୍ଡର ରଣନୀତିକୁ ‘ବାଜବଲ୍’ କୁହାଯାଏ। ଭାରତର ୟଙ୍ଗ୍ ବ୍ରିଗେଡ୍ କିନ୍ତୁ କଡ଼ା ଟକ୍କର ଦେଇ ଇଂଲଣ୍ଡର ଏହି ଶୈଳୀକୁ ଫିକା ପକାଇ ଦେଇଛନ୍ତି। ‘ବାଜବଲ୍’ ଯୁଗରେ ଇଂଲଣ୍ଡକୁ ହରାଇବାରେ ଭାରତ ପ୍ରଥମ ଦଳ ହୋଇଛି ।
ବିରାଟ କୋହଲି, କେଏଲ୍ ରାହୁଲ, ମହମ୍ମଦ ସାମି ଭଳି ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ବେ ଭାରତ ଏହି ସିରିଜରେ ଚମତ୍କାର ପ୍ରଦର୍ଶନ କରିଛି । ହାଇଦ୍ରାବାଦରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ହାରିବା ପରେ ଭାରତୀୟ ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ ସହ କ୍ରମାଗତ ତିନି ଟେଷ୍ଟ ଜିତି ସିରିଜ୍ କବଜା କରିଛି। ରାଞ୍ଚି ଟେଷ୍ଟରେ ମଧ୍ୟ ଷ୍ଟାର ପେସର୍ ଯସପ୍ରୀତ ବୁମରା ଖେଳିନଥିଲେ ।
ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତିରେ ଯଶସ୍ବୀ ଜୈସୱାଲ, ସରଫରାଜ ଖାନ, ଗିଲ୍ ଜୁରେଲ ଏବଂ ଦ୍ରୁତ ବୋଲର ଆକାଶ ଦୀପଙ୍କ ଭଳି ଯୁବ ଖେଳାଳି ଦାୟିତ୍ବପୂର୍ଣ୍ଣ ପ୍ରଦର୍ଶନ ଭାରତୀୟ କ୍ରିକେଟ ପାଇଁ ଭଲ ସଙ୍କେତ ।
Odisha: 4 BJP Corporators of BeMC Join BJD
Next Article‘Skilled in Odisha’ Brand Continues to Shine: 1566 ITI Berhampur Students Get Placements in Reputed Companies
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
