ରାଜକୋଟରେ ଯଶସ୍ବୀଙ୍କ ଡବଲ ଧମାକା, ଇଂଲଣ୍ଡକୁ ୫୫୭ ରନର ବିଶାଳ ଟାର୍ଗେଟ୍
ରାଜକୋଟ୍: ଯଶସ୍ବୀ ଜୈସୱାଲଙ୍କ ଲଗାତାର ଦ୍ବିତୀୟ ଦ୍ୱିଶତକ ସହାୟତାରେ ଭାରତ ଏଠାରେ ଚାଲିଥିବା ତୃତୀୟ ଟେଷ୍ଟରେ ଇଂଲଣ୍ଡକୁ ୫୫୭ ରନ୍ର ବିଶାଳ ଲକ୍ଷ୍ୟ ଦେଇଛି। ପ୍ରଥମ ଇନିଂସ ଭିତ୍ତିରେ ୧୨୬ ରନର ଅଗ୍ରଣୀ ହାସଲ କରିଥିବା ଭାରତ ଦ୍ୱିତୀୟ ଇନିଂସରେ ୪୩୦/୪ ରନ୍ ସ୍କୋରରେ ପାଳି ଘୋଷଣା କରିଛି। ତୃତୀୟ ଦିବସରେ ୧୦୪ ରନ୍ କରି ରିଟାୟର ହର୍ଟ ହୋଇ ପ୍ୟାଭିଲିୟନ ଲେଉଟିଥିବା ଯଶସ୍ବୀ ଆଜି ଚତୁର୍ଥ ଦିନରେ କ୍ରିଜକୁ ଫେରି ଦ୍ୱିଶତକ ପୂରଣ କରିଥିଲେ। ଯଶସ୍ବୀ [...]
ରାଜକୋଟ୍: ଯଶସ୍ବୀ ଜୈସୱାଲଙ୍କ ଲଗାତାର ଦ୍ବିତୀୟ ଦ୍ୱିଶତକ ସହାୟତାରେ ଭାରତ ଏଠାରେ ଚାଲିଥିବା ତୃତୀୟ ଟେଷ୍ଟରେ ଇଂଲଣ୍ଡକୁ ୫୫୭ ରନ୍ର ବିଶାଳ ଲକ୍ଷ୍ୟ ଦେଇଛି। ପ୍ରଥମ ଇନିଂସ ଭିତ୍ତିରେ ୧୨୬ ରନର ଅଗ୍ରଣୀ ହାସଲ କରିଥିବା ଭାରତ ଦ୍ୱିତୀୟ ଇନିଂସରେ ୪୩୦/୪ ରନ୍ ସ୍କୋରରେ ପାଳି ଘୋଷଣା କରିଛି। ତୃତୀୟ ଦିବସରେ ୧୦୪ ରନ୍ କରି ରିଟାୟର ହର୍ଟ ହୋଇ ପ୍ୟାଭିଲିୟନ ଲେଉଟିଥିବା ଯଶସ୍ବୀ ଆଜି ଚତୁର୍ଥ ଦିନରେ କ୍ରିଜକୁ ଫେରି ଦ୍ୱିଶତକ ପୂରଣ କରିଥିଲେ। ଯଶସ୍ବୀ ଅପରାଜିତ ୨୧୪ ରନର ଚିତ୍ତାକର୍ଷକ ପାଳି ଖେଳିଥିଲେ। ତାଙ୍କର ଏହି ଚମତ୍କାର ଇନିଂସରେ ୧୪ଟି ଚୌକା ଓ ୧୨ଟି ଛକା ସାମିଲ ଥିଲା । ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାରେ ଏହି ଯୁବ ଭାରତୀୟ ବ୍ୟାଟର ପାକିସ୍ତାନର ପୂର୍ବତନ ଅଧିନାୟକ ଓ୍ବାସିମ୍ ଆକ୍ରମଙ୍କ ସମକକ୍ଷ ହୋଇଛନ୍ତି। ଯଶସ୍ବୀଙ୍କ ଏହା କ୍ରମାଗତ ଦ୍ବିତୀୟ ଦ୍ୱିଶତକ। ସେ ବିଶାଖାପଟନମରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ମଧ୍ୟ ୨୦୭ ରନ୍ କରିଥିଲେ ।
ଶୁଭମାନ ଗିଲ୍ ଦୁର୍ଭାଗ୍ୟଜନକ ଭାବେ ଶତକରୁ ବଞ୍ଚିତ ହୋଇଥିଲେ । ଗିଲ୍ ୯୧ ରନର ବ୍ୟକ୍ତିଗତ ସ୍କୋରରେ ରନ୍ ଆଉଟ୍ ହୋଇଥିଲେ। ଡେବୁଟାଣ୍ଟ ସରଫରାଜ ଖାନ କ୍ରମାଗତ ଦ୍ବିତୀୟ ଅର୍ଦ୍ଧଶତକ ହାସଲ କରି ପୁଣି ନିଜ ଦକ୍ଷତାର ପ୍ରମାଣ ଦେଇଥିଲେ। ପ୍ରଥମ ଇନିଂସରେ ୬୨ ରନ୍ କରିଥିବା ସରଫରାଜ ଦ୍ବିତୀୟ ଇନିଂସରେ ଅପରାଜିତ ୬୮ ରନ୍ କରିଥିଲେ । ନାଇଟ୍ ଓ୍ବାଚମ୍ୟାନ୍ କୁଲଦୀପ ଯାଦବ ୨୭ ରନର ଯୋଗଦାନ କରିଥିଲେ ।
ତୃତୀୟ ଟେଷ୍ଟରେ ଇଂଲଣ୍ଡକୁ ବିଶାଳ ଟାର୍ଗେଟ୍ ଦେଇ ଭାରତ ସିରିଜରେ ୨-୧ ଅଗ୍ରଣୀ ହାସଲ କରିବା ପାଇଁ ସୁଯୋଗ ସୃଷ୍ଟି କରିଛି। ଭାରତ ପାଇଁ ଆଉ ଏକ ଭଲ ଖବର ହେଉଛି ଷ୍ଟାର ସ୍ପିନର ଅଶ୍ବିନ ଦଳ ସହ ଯୋଗ ଦେଇଛନ୍ତି । ଦ୍ବିତୀୟ ଦିନର ଖେଳ ଶେଷ ପରେ ତାଙ୍କ ମା’ଙ୍କ ଅସୁସ୍ଥତା ଯୋଗୁଁ ଅଶ୍ଵିନ ଚେନ୍ନାଇ ଯାଇଥିଲେ ।
ଧରାକୋଟ: ସ୍ତ୍ରୀ କାଟିଦେଲା ସ୍ୱାମୀର ବେକ
Next Articleଇତିହାସ ରଚିଲା ଭାରତୀୟ ମହିଳା ବ୍ୟାଡମିଣ୍ଟନ ଦଳ, ପ୍ରଥମ ଥର ଏସୀୟ ଟିମ୍ ଚାମ୍ପିୟନସିପରେ ଜିତିଲା ସ୍ୱର୍ଣ୍ଣ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
