ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଜଳଦସ୍ୟୁଙ୍କ ଆକ୍ରମଣରୁ ୧୯ ପାକିସ୍ତାନୀ ନାଗରିକଙ୍କୁ ବଞ୍ଚାଇଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ସୋମାଲିଆର ପୂର୍ବ ଉପକୂଳରେ ଇରାନର ପତାକା ଲାଗିଥିବା ଏକ ମତ୍ସ୍ୟଜୀବୀଙ୍କ ଜାହାଜ ଉପରେ ଜଳଦସ୍ୟୁଙ୍କ ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଦେଇଛି ଭାରତୀୟ ନୌସେନା । ଏହାପରେ ଭାରତୀୟ ନୌସେନାର ଯୁଦ୍ଧ ପୋତ ‘ଆଇଏଏନ୍ଏସ୍ ସୁମିତ୍ରା’ ସେହି ଜାହାଜର ଚାଳକ ଦଳର ୧୯ ଜଣ ପାକିସ୍ତାନୀ ସଦସ୍ୟଙ୍କୁ ଉଦ୍ଧାର କରିଛି । ଆଡେନ୍ ଉପତ୍ୟକା ଓ ସୋମାଲିଆର ପୂର୍ବରେ ଡକାୟତି ନିରୋଧୀ ତଥା ସାମୁଦ୍ରିକ ସୁରକ୍ଷା କାର୍ଯ୍ୟ ପାଇଁ ‘ଆଇଏନ୍ଏସ୍ ସୁମିତ୍ରା’କୁ ମୁତୟନ କରାଯାଇଛି। ଭାରତୀୟ ନୌସେନାର [...]

Admin•ଜାନୁଆରୀ 30, 2024
Share Article:

ନୂଆଦିଲ୍ଲୀ: ସୋମାଲିଆର ପୂର୍ବ ଉପକୂଳରେ ଇରାନର ପତାକା ଲାଗିଥିବା ଏକ ମତ୍ସ୍ୟଜୀବୀଙ୍କ ଜାହାଜ ଉପରେ ଜଳଦସ୍ୟୁଙ୍କ ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଦେଇଛି ଭାରତୀୟ ନୌସେନା । ଏହାପରେ ଭାରତୀୟ ନୌସେନାର ଯୁଦ୍ଧ ପୋତ ‘ଆଇଏଏନ୍ଏସ୍ ସୁମିତ୍ରା’ ସେହି ଜାହାଜର ଚାଳକ ଦଳର ୧୯ ଜଣ ପାକିସ୍ତାନୀ ସଦସ୍ୟଙ୍କୁ ଉଦ୍ଧାର କରିଛି ।

ଆଡେନ୍ ଉପତ୍ୟକା ଓ ସୋମାଲିଆର ପୂର୍ବରେ ଡକାୟତି ନିରୋଧୀ ତଥା ସାମୁଦ୍ରିକ ସୁରକ୍ଷା କାର୍ଯ୍ୟ ପାଇଁ ‘ଆଇଏନ୍ଏସ୍ ସୁମିତ୍ରା’କୁ ମୁତୟନ କରାଯାଇଛି।

ଭାରତୀୟ ନୌସେନାର ଏହି ଜାହାଜ ସୋମବାର ଇରାନର ମତ୍ସ୍ୟଜୀବୀ ଜାହାଜ ‘ଇମାନ’ ଉପରେ ଡକାୟତି ଉଦ୍ୟମକୁ ପଣ୍ଡ କରିଦେଇଥିଲା। ଭାରତୀୟ ନୌସେନାର ମୁଖପାତ୍ର କମାଣ୍ଡର ବିବେକ ମାଧୱାଲ କହିଛନ୍ତି, ସୋମାଲିଆର ପୂର୍ବ ଉପକୂଳରେ ଆଉ ଏକ ସଫଳ ଡକାୟତି ବିରୋଧୀ ଅପରେସନରେ ଆଇଏନ୍ଏସ୍ ସୁମିତ୍ରା ଏକ ମତ୍ସ୍ୟଜୀବୀ ଡଙ୍ଗା ଅଲ ନାଇମି ଏବଂ ଏହାର ୧୯ ଜଣ କ୍ରୁ ସଦସ୍ୟଙ୍କୁ ୧୧ ଜଣ ସୋମାଲି ଜଳଦସ୍ୟୁଙ୍କ କବଳରୁ ଉଦ୍ଧାର କରିଥିଲା।

#Odia#Odisha#News
Share Article:

Related Articles