ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଗୁଜରାଟ ଉପକୂଳରୁ ୩,୩୦୦ କେଜି ଡ୍ରଗ୍ସ ଜବତ, ପାଞ୍ଚ ବିଦେଶୀ ନାଗରିକ ଗିରଫ

ନୂଆଦିଲ୍ଲୀ: ଏକ ମିଳିତ ଅପରେସନରେ ଭାରତୀୟ ନୌସେନା ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗୁଜରାଟ ଉପକୂଳରୁ ଏକ ଇରାନୀୟ ଡ଼ଙ୍ଗାରୁ ପାଞ୍ଚ ବିଦେଶୀ ନାଗରିକଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ରେକର୍ଡ ୩,୩୦୦ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ନୌସେନା, ଗୁଜରାଟର ଆତଙ୍କବାଦୀ ନିରୋଧୀ ସ୍ବାଡ୍ ଓ ଏନସିବିର ଏହି ମିଳିତ ଅପରେସନ୍ ଆନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା (ଆଇଏମ୍ବିଏଲ୍) ନିକଟ ଆରବ ସାଗରରେ ହୋଇଥିଲା । ଜବତ ସାମଗ୍ରୀରେ ଚରସ, ମିଥାମଫେଟାମାଇନ୍ ଏବଂ [...]

Admin•ଫେବୃଆରୀ 28, 2024
Share Article:

ନୂଆଦିଲ୍ଲୀ: ଏକ ମିଳିତ ଅପରେସନରେ ଭାରତୀୟ ନୌସେନା ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗୁଜରାଟ ଉପକୂଳରୁ ଏକ ଇରାନୀୟ ଡ଼ଙ୍ଗାରୁ ପାଞ୍ଚ ବିଦେଶୀ ନାଗରିକଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ରେକର୍ଡ ୩,୩୦୦ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି।

ନୌସେନା, ଗୁଜରାଟର ଆତଙ୍କବାଦୀ ନିରୋଧୀ ସ୍ବାଡ୍ ଓ ଏନସିବିର ଏହି ମିଳିତ ଅପରେସନ୍ ଆନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା (ଆଇଏମ୍ବିଏଲ୍) ନିକଟ ଆରବ ସାଗରରେ ହୋଇଥିଲା । ଜବତ ସାମଗ୍ରୀରେ ଚରସ, ମିଥାମଫେଟାମାଇନ୍ ଏବଂ ମୋର୍ଫାଇନ୍ ରହିଛି, ଯାହା ଭାରତରେ ନିଷେଧ ।

ଜଣେ ଅଧିକାରୀ କହିଛନ୍ତି ଜବତ ନିଶା ଦ୍ରବ୍ୟ ମଧ୍ୟରେ ୩,୦୮୯ କିଲୋଗ୍ରାମ ଚରସ, ୧୫୮ କିଲୋଗ୍ରାମ ‘ମିଥାମଫେଟାମାଇନ୍’ ଏବଂ ୨୫ କିଲୋଗ୍ରାମ ‘ମର୍ଫିନ୍’ ସାମିଲ। ଗିରଫ ବିଦେଶୀ ନାଗରିକଙ୍କୁ ଆଇନ ପ୍ରବର୍ତ୍ତନ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି ବୋଲି ନୌସେନା କହିଛି ।ଜବତ ନିଶା ଦ୍ରବ୍ୟର ମୂଲ୍ୟ କେତେ ହେବ ତାହା ଜଣାପଡ଼ି ନାହିଁ। ତେବେ ନିକଟ ଅତୀତରେ ଜବତ ଡ୍ରଗ୍ସ ମଧ୍ୟରେ ଏହା ସବୁଠାରୁ ରେକର୍ଡ ପରିମାଣ ବୋଲି ଜଣେ ଅଧିକାରୀ କହିଛନ୍ତି।

#Odia#Odisha#News
Share Article:

Related Articles