ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଭାରତୀୟ ବଂଶୋଦ୍ଭବ ଡକ୍ଟର ସମୀର ଶାହା ହେଲେ ବିବିସି ଅଧ୍ୟକ୍ଷ

ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ଡକ୍ଟର ସମୀର ଶାହା ବ୍ରିଟିଶ ବ୍ରଡକାଷ୍ଟିଙ୍ଗ୍ କର୍ପୋରେସନ (ବିବିସି)ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ତାଙ୍କ ନିଯୁକ୍ତିକୁ ବ୍ରିଟେନ୍ ରାଜା ଚାର୍ଲ୍ସ ତୃତୀୟ ମଞ୍ଜୁରି ଦେଇଛନ୍ତି । ବ୍ରିଟେନରେ ୪୦ ବର୍ଷରୁ ଅଧିକ ସମୟ ଧରି ମିଡିଆ ସେକ୍ଟରରେ କାର୍ଯ୍ୟ କରିଥିବା ଶାହା ଗତ ବର୍ଷ ଡିସେମ୍ବରରେ ସରକାରଙ୍କ ପସନ୍ଦର ପ୍ରାର୍ଥୀ ଭାବେ ମନୋନୀତ ହୋଇଥିଲେ। ପ୍ରାକ୍ ଚୟନ ପର୍ଯ୍ୟାୟରେ ହାଉସ ଅଫ୍ କମନ୍ସ ମିଡିଆ ସଂସ୍କୃତି, ମିଡିଆ ଏବଂ [...]

Admin•ଫେବୃଆରୀ 24, 2024
Share Article:

ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ଡକ୍ଟର ସମୀର ଶାହା ବ୍ରିଟିଶ ବ୍ରଡକାଷ୍ଟିଙ୍ଗ୍ କର୍ପୋରେସନ (ବିବିସି)ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ତାଙ୍କ ନିଯୁକ୍ତିକୁ ବ୍ରିଟେନ୍ ରାଜା ଚାର୍ଲ୍ସ ତୃତୀୟ ମଞ୍ଜୁରି ଦେଇଛନ୍ତି ।

ବ୍ରିଟେନରେ ୪୦ ବର୍ଷରୁ ଅଧିକ ସମୟ ଧରି ମିଡିଆ ସେକ୍ଟରରେ କାର୍ଯ୍ୟ କରିଥିବା ଶାହା ଗତ ବର୍ଷ ଡିସେମ୍ବରରେ ସରକାରଙ୍କ ପସନ୍ଦର ପ୍ରାର୍ଥୀ ଭାବେ ମନୋନୀତ ହୋଇଥିଲେ। ପ୍ରାକ୍ ଚୟନ ପର୍ଯ୍ୟାୟରେ ହାଉସ ଅଫ୍ କମନ୍ସ ମିଡିଆ ସଂସ୍କୃତି, ମିଡିଆ ଏବଂ କ୍ରୀଡା ଚୟନ କମିଟିରେ ଶାସକ ଓ ବିରୋଧୀ ସାଂସଦଙ୍କ ଦ୍ୱାରା ସାକ୍ଷାତକାର ଶେଷ ହେବା ପରେ ଶାହାଙ୍କ ନାମ ବିବିସି ଅଧ୍ୟକ୍ଷ ପଦ ପାଇଁ ସୁପାରିଶ କରାଯାଇଥିଲା। ଏଥିରେ ବ୍ରିଟେନ୍ ରାଜା ମୋହର ମାରିଥିଲେ ।‌

୭୨ ବର୍ଷୀୟ ଶାହା ମାର୍ଚ୍ଚ ୪ରେ ବିବିସି ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିବେ । ଏହି ପଦରେ ନିଯୁକ୍ତ ହେବାରେ ସେ ଭାରତୀୟ ମୂଳର‌ ପ୍ରଥମ ନାଗରିକ। ଶାହା ଏହି ପଦରେ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ରହିବେ । ତାଙ୍କୁ ୧,୬୦,୦୦୦ ପାଉଣ୍ଡ ଦରମା ଦିଆଯିବ।

#Odia#Odisha#News
Share Article:

Related Articles