ଟି-୨୦ ବିଶ୍ୱକପ୍ ପାଇଁ ଏପ୍ରିଲ୍ ଶେଷ ସପ୍ତାହରେ ହୋଇପାରେ ଭାରତୀୟ ଦଳ ଚୟନ
ନୂଆଦିଲ୍ଲୀ: ଆମେରିକା ଓ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ଆଗାମୀ ଟି-୨୦ ବିଶ୍ୱକପ ପାଇଁ ଭାରତର ୧୫ ଜଣିଆ ଦଳ ଏପ୍ରିଲ ଶେଷ ସପ୍ତାହରେ ଘୋଷଣା ହେବା ସମ୍ଭାବନା ରହିଛି। କାରଣ ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ମେ ୧କୁ ଦଳ ତାଲିକା ଦାଖଲର ସମୟସୀମା ରଖିଛି ଆଇସିସି । ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସୂତ୍ରରୁ ଶନିବାର ଏହି ସୂଚନା ମିଳିଛି । ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ପ୍ରତ୍ୟେକ ଦଳ ମେ ୨୫ ପର୍ଯ୍ୟନ୍ତ ନିଜ ପ୍ରାରମ୍ଭିକ [...]
ନୂଆଦିଲ୍ଲୀ: ଆମେରିକା ଓ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ଆଗାମୀ ଟି-୨୦ ବିଶ୍ୱକପ ପାଇଁ ଭାରତର ୧୫ ଜଣିଆ ଦଳ ଏପ୍ରିଲ ଶେଷ ସପ୍ତାହରେ ଘୋଷଣା ହେବା ସମ୍ଭାବନା ରହିଛି। କାରଣ ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ମେ ୧କୁ ଦଳ ତାଲିକା ଦାଖଲର ସମୟସୀମା ରଖିଛି ଆଇସିସି । ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସୂତ୍ରରୁ ଶନିବାର ଏହି ସୂଚନା ମିଳିଛି ।
ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ପ୍ରତ୍ୟେକ ଦଳ ମେ ୨୫ ପର୍ଯ୍ୟନ୍ତ ନିଜ ପ୍ରାରମ୍ଭିକ ଦଳରେ ପରିବର୍ତ୍ତନ କରିବାକୁ ସୁଯୋଗ ପାଇବେ ।
ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଏପ୍ରିଲ ଶେଷ ସପ୍ତାହରେ ଭାରତୀୟ ଦଳ ଚୟନ କରାଯିବ । ଏହି ସମୟ ସୁଦ୍ଧା ଆଇପିଏଲର ପ୍ରଥମ ଭାଗ ଶେଷ ହୋଇଥିବ, ଯାହା ଦ୍ବାରା ଜାତୀୟ ଚୟନ କମିଟି ଦାବିଦାର ଖେଳାଳିଙ୍କ ଫର୍ମ ଓ ଫିଟନେସ୍ ଆକଳନ କରିବା ସ୍ଥିତିରେ ରହିବ ।
ସୂତ୍ରରୁ ପ୍ରକାଶ, “ଆଇପିଏଲର ଲିଗ୍ ପର୍ଯ୍ୟାୟ ମେ ୧୯ରେ ଶେଷ ହେବା ପରେ କ୍ରିକେଟରଙ୍କ ପ୍ରଥମ ବ୍ୟାଚ୍ ଖୁବ୍ ଶୀଘ୍ର ନ୍ୟୁୟର୍କ ଯିବେ। ଯେଉଁ ଖେଳାଳିଙ୍କ ଦଳ ଟୁର୍ଣ୍ଣାମେଣ୍ଟର ଅନ୍ତିମ-୪ ପାଇଁ ଯୋଗ୍ୟତା ଅର୍ଜନ କରୁନାହାଁନ୍ତି ସେମାନେ ମଧ୍ୟ ଶୀଘ୍ର ଆମେରିକା ଯିବେ ।
ଏଥର ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେବ ଟି-୨୦ ବିଶ୍ୱକପ୍ । କିଛି ରିଜର୍ଭ ଖେଳାଳି ମଧ୍ୟ ମୁଖ୍ୟ ଦଳ ସହ ଯାତ୍ରା କରିବେ ବୋଲି ଆଶା କରାଯାଉଛି । କାରଣ ମୁଖ୍ୟ ଦଳର କୌଣସି ଖେଳାଳି ଆହତ ହେଲେ କିମ୍ବା ଅପ୍ରତ୍ୟାଶିତ ପରିସ୍ଥିତି ଯୋଗୁଁ ଓହରିଲେ, ରିଜର୍ଭ ଖେଳାଳି ସେମାନଙ୍କ ସ୍ଥାନ ନେବେ। ଯେପରି କୌଣସି ‘ଲଜିଷ୍ଟିକ୍’ ସମସ୍ୟା ନ ହୁଏ ସେଥିପାଇଁ ରିଜର୍ଭ ଖେଳାଳିଙ୍କୁ ମୁଖ୍ୟ ଦଳ ସହିତ ପଠାଯିବ ।
ସମସ୍ତ ଚାରି ଜଣ ଜାତୀୟ ଚୟନକର୍ତ୍ତା ଟି-୨୦ ବିଶ୍ୱକପର ଅଧିକାଂଶ ମ୍ୟାଚ୍ ଦେଖିବା ପାଇଁ ଯାତ୍ରା କରିବେ । ବିଶ୍ୱକପ ପାଇଁ କୌଣସି ଦାବିଦାରଙ୍କୁ କାର୍ଯ୍ୟଭାର ପରିଚାଳନା ନେଇ କୌଣସି ନିର୍ଦ୍ଦେଶ ଦିଆଯାଇ ନଥିବା ଜଣାପଡ଼ିଛି । କାରଣ ଏହି ଦୁଇ ମାସ ସେମାନେ ନିଜ ଫ୍ରାଞ୍ଚାଇଜ୍ ଅଧୀନରେ ଖେଳିବେ ।
ନିର୍ବାଚନ ପ୍ରସ୍ତୁତି: ଓଡ଼ିଶା ପୋଲିସ -ଛତିଶଗଡ ପୋଲିସ ମଧ୍ୟରେ ସମନ୍ଵୟ ବୈଠକ
Next Articleଦୁଇ ମହିଳା ଖେଳାଳିଙ୍କୁ ମାଡ଼ ମାରିବା ଅଭିଯୋଗରେ ଏଆଇଏଫ୍ଏଫ୍ ସଦସ୍ୟ ଦୀପକ ଶର୍ମା ଗିରଫ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
