ଆଜିଠୁ ଆଇପିଏଲ୍: ସିଏସ୍କେ-ଆର୍ସିବି ଉଦଘାଟନୀ ଲଢ଼େଇ
ଚେନ୍ନାଇ: ବିଶ୍ୱର ସବୁଠାରୁ ଲୋକପ୍ରିୟ ତଥା ଧନୀ କ୍ରିକେଟ ଲିଗ୍ ଆଇପିଏଲର ୧୭ତମ ସଂସ୍କରଣ ଶୁକ୍ରବାର ଠାରୁ ଆରମ୍ଭ ହେଉଛି । ଚେନ୍ନାଇର ଏମ୍. ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଉଦ୍ଘାଟନୀ ମ୍ୟାଚରେ ରୟାଲ ଡିଫେଣ୍ଡିଂ ଚାମ୍ପିୟନ୍ ଚେନ୍ନାଇ ସୁପର କିଙ୍ଗ୍(ସିଏସ୍କେ) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ମୁହାଁମୁହିଁ ହେବେ । ଆସିବି ଟାଇଟଲ ମରୁଡ଼ିର ଅନ୍ତ ଘଟାଇବାକୁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ୫ ଟ୍ରଫି ସହ ଆଇପିଏଲ୍ ଇତିହାସର ସଫଳ ଦଳ ଚେନ୍ନାଇ [...]
ଚେନ୍ନାଇ: ବିଶ୍ୱର ସବୁଠାରୁ ଲୋକପ୍ରିୟ ତଥା ଧନୀ କ୍ରିକେଟ ଲିଗ୍ ଆଇପିଏଲର ୧୭ତମ ସଂସ୍କରଣ ଶୁକ୍ରବାର ଠାରୁ ଆରମ୍ଭ ହେଉଛି । ଚେନ୍ନାଇର ଏମ୍. ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଉଦ୍ଘାଟନୀ ମ୍ୟାଚରେ ରୟାଲ ଡିଫେଣ୍ଡିଂ ଚାମ୍ପିୟନ୍ ଚେନ୍ନାଇ ସୁପର କିଙ୍ଗ୍(ସିଏସ୍କେ) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ମୁହାଁମୁହିଁ ହେବେ । ଆସିବି ଟାଇଟଲ ମରୁଡ଼ିର ଅନ୍ତ ଘଟାଇବାକୁ ଲକ୍ଷ୍ୟ ରଖିଛି।
ଅନ୍ୟପକ୍ଷରେ ୫ ଟ୍ରଫି ସହ ଆଇପିଏଲ୍ ଇତିହାସର ସଫଳ ଦଳ ଚେନ୍ନାଇ ମଧ୍ୟ ନିଜର ଅଭିଯାନ ଆରମ୍ଭ କରିବ। ଆଇପିଏଲ୍ ଉଦ୍ଘାଟନୀ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ମହେନ୍ଦ୍ର ସିଂ ଧୋନୀ ଅଧିନାୟକ ପଦ ଛାଡ଼ିବା ସହିତ ଋତୁରାଜ ଗାଏକ୍ୱାଡ୍ଙ୍କୁ ଦଳର ନେତୃତ୍ୱ ହସ୍ତାନ୍ତର କରିଛନ୍ତି। ଧୋନୀଙ୍କ ପରାମର୍ଶରେ ଗାଏକ୍ଵାଡ୍ ସିଜନର ସଫଳ ଆରମ୍ଭ ପାଇଁ ଚେଷ୍ଟା କରିବେ। ଅନ୍ୟପକ୍ଷରେ ମହିଳା ପ୍ରିମିୟର ଲିଗ୍ରେ ପ୍ରଥମ ଟାଇଟଲ ଜିତିଥିବା ଆର୍ସିବି ଆଇପିଏଲ୍ରେ ପୁରୁଷ ଦଳ ସହ ସମାନ ସଫଳତା ହାସଲ କରିବାକୁ ପ୍ରୟାସ କରିବ।
ଧୋନୀଙ୍କ ଭୂମିକା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିବା ବେଳେ ସେ ଚଳିତ ସିଜନ ଶେଷରେ ଅବସର ନେବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ତେଣୁ ଆଉ ଏକ ଟାଇଟଲ ସହିତ ଆଇପିଏଲ୍ର ଶ୍ରେଷ୍ଠ ଅଧିନାୟକଙ୍କୁ ବିଦାୟ ଜଣାଇବାକୁ ଚାହିଁବ ସିଏସ୍କେ। ଡେଭନ୍ କନ୍ଓ୍ବେଙ୍କ ଅନୁପସ୍ଥିତିରେ ରାଚିନ୍ ରବୀନ୍ଦ୍ରଙ୍କୁ ଟପ୍ ଅର୍ଡରରେ ଦେଖିବାକୁ ମିଳିବ। ଅନ୍ୟତମ ନ୍ୟୁଜିଲାଣ୍ଡ ଖେଳାଳି ଡାରିଲ୍ ମିଚେଲ୍ଙ୍କୁ ମଧ୍ୟକ୍ରମରେ ଦେଖିବାକୁ ମିଳିପାରେ। ସେହିପରି ଗତ ସିଜନର ଷ୍ଟାର ଅଜିଙ୍କା ରାହାନେଙ୍କ ଅଭିଜ୍ଞତା ଓ ଋତୁରାଜ
ଗାଏକ୍ୱାଡ୍ଙ୍କ ଅଧିନାୟକତ୍ଵରୁ ଫାଇଦା ନେବାକୁ ପ୍ରୟାସ କରିବ ।
ପ୍ରଥମ ଟାଇଟଲ୍ ଲକ୍ଷ୍ୟରେ ଥିବା ଆଇପିଏଲ୍ ଫ୍ରାଞ୍ଚାଇଜି ଆର୍ସିବି ପାଇଁ ଆଶାର କିରଣ ରହିବେ ଅଧ୍ଵନାୟକ ଫାଫ୍ ଡୁ ପ୍ଲେସି ଓ ବିରାଟ କୋହଲି। ଉଭୟ ଖେଳାଳି ଦୁଇ ମାସର ବ୍ରେକ୍ ପରେ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଚମତ୍କାର ଇନିଂସ ଆଶା କରିବେ ଫ୍ୟାନ୍। ସେହିପରି କାମେରନ୍ ଗ୍ରୀନ୍ ଓ ଗ୍ଲେନ୍ ମ୍ୟାକ୍ସୱେଲ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା। ଚଳିତ ସିଜନରେ ଆର୍ସିବିର ପେସ୍ ବୋଲିଂ କିନ୍ତୁ ବେଶ୍ ଶକ୍ତିଶାଳୀ ରହିଛି। ମହମ୍ମଦ ସିରାଜଙ୍କ ନେତୃତ୍ବରେ ଲୋକି ଫର୍ଗୁସନ, ଆଲଜାରି ଯୋଶେଫ, ଆକାଶ ଦୀପ ଓ ରିସି ଟପ୍ଙ୍କ ପରି ଖେଳାଳି ରହିଛନ୍ତି।
Damodar Rout’s Demise is an Irreparable Loss in Odisha Politics: CM
Next Articleଆଜିଠୁ ପ୍ରଥମ ପର୍ଯ୍ୟାୟ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
