ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଆଇପିଏଲର ପ୍ରଥମ ୧୦ଟି ମ୍ୟାଚ୍ ଦେଖିଲେ ରେକର୍ଡ ସଂଖ୍ୟକ ଦର୍ଶକ

ମୁମ୍ବାଇ: ଆଇପିଏଲ ୨୦୨୪ର ପ୍ରଥମ ୧୦ ମ୍ୟାଚକୁ ରେକର୍ଡ ସଂଖ୍ୟକ ଦର୍ଶକ ଦେଖିଛନ୍ତି। ଚଳିତ ସଂସ୍କରଣର ପ୍ରଥମ ୧୦ଟି ମ୍ୟାଚକୁ ୩୫ କୋଟି ଦର୍ଶକ ଦେଖିଥିଲେ, ଯାହା କରୋନା ମହାମାରୀ ସମୟରେ ଖେଳାଯାଇଥିବା ସଂସ୍କରଣ ସମେତ ଟୁର୍ଣ୍ଣାମେଣ୍ଟର ଯେକୌଣସି ସିଜନ୍ ଅପେକ୍ଷା ଅଧିକ। ଡିଜନୀ ଷ୍ଟାର ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟର ମୋଟ ‘ଓ୍ବାଚଟାଇମ୍’ ୮୦୨୮ କୋଟି ମିନିଟ୍ ଥିଲା, ଯାହା ଗତ ବର୍ଷ ତୁଳନାରେ କୋଡ଼ିଏ ପ୍ରତିଶତ ଅଧିକ। ଡିଜନୀ ଷ୍ଟାର ସ୍ପୋର୍ଟସର ମୁଖ୍ୟ [...]

Admin•ଅପ୍ରେଲ 4, 2024
Share Article:

ମୁମ୍ବାଇ: ଆଇପିଏଲ ୨୦୨୪ର ପ୍ରଥମ ୧୦ ମ୍ୟାଚକୁ ରେକର୍ଡ ସଂଖ୍ୟକ ଦର୍ଶକ ଦେଖିଛନ୍ତି। ଚଳିତ ସଂସ୍କରଣର ପ୍ରଥମ ୧୦ଟି ମ୍ୟାଚକୁ ୩୫ କୋଟି ଦର୍ଶକ ଦେଖିଥିଲେ, ଯାହା କରୋନା ମହାମାରୀ ସମୟରେ ଖେଳାଯାଇଥିବା ସଂସ୍କରଣ ସମେତ ଟୁର୍ଣ୍ଣାମେଣ୍ଟର ଯେକୌଣସି ସିଜନ୍ ଅପେକ୍ଷା ଅଧିକ।

ଡିଜନୀ ଷ୍ଟାର ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟର ମୋଟ ‘ଓ୍ବାଚଟାଇମ୍’ ୮୦୨୮ କୋଟି ମିନିଟ୍ ଥିଲା, ଯାହା ଗତ ବର୍ଷ ତୁଳନାରେ କୋଡ଼ିଏ ପ୍ରତିଶତ ଅଧିକ।

ଡିଜନୀ ଷ୍ଟାର ସ୍ପୋର୍ଟସର ମୁଖ୍ୟ ସଂଯୋଗ ଗୁପ୍ତା କହିଛନ୍ତି, ଟାଟା ଆଇପିଏଲ ୨୦୨୪ର ରେକର୍ଡ ସଂଖ୍ୟକ ଦର୍ଶକଙ୍କୁ ନେଇ ଆମେ ଉଲ୍ଲସିତ। ଦର୍ଶକଙ୍କୁ କେନ୍ଦ୍ରରେ ରଖି ଆମେ ଅନେକ ପଦକ୍ଷେପ ନେଇଥିଲୁ ଯାହା ଦ୍ୱାରା ଦର୍ଶକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ”

ଡିଜନୀ ଷ୍ଟାର ତରଫରୁ ମୁକ, ବଧିର, ଓ ଦୃଷ୍ଟିହୀନ ଫ୍ୟାନ୍ ମାନଙ୍କ ପାଇଁ ଏକ ବିଶେଷ ଫିଡ୍ ସହ ଆଇପିଏଲର ପ୍ରସାରଣ ୧୦ଟି ଭାଷାରେ କରୁଛି ।

#Odia#Odisha#News
Share Article:

Related Articles