ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

କଲିକତା ହାଇକୋର୍ଟ ଜଜ୍ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ଇସ୍ତଫା, ଲୋକସଭା ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

କୋଲକାତା: କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ମଙ୍ଗଳବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଜଷ୍ଟିସ ଗଙ୍ଗୋପାଧ୍ୟାୟ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇ ଦେଇଛନ୍ତି । ତାଙ୍କ ଇସ୍ତଫାର ଏକ କପି ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ ଏବଂ କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ଟି.ଏସ୍ ଶିବଜ୍ଞାନମଙ୍କ ନିକଟକୁ ବି ପଠାଯାଇଛି। ଜଷ୍ଟିସ ଗାଙ୍ଗୋପାଧ୍ୟାୟ ମଙ୍ଗଳବାର ସକାଳେ ହାଇକୋର୍ଟର ତାଙ୍କ ଚାମ୍ବରରେ ପହଞ୍ଚି ନିଜ ପଦରୁ ଇସ୍ତଫା ଦେଇଥିଲେ [...]

Admin•ମାର୍ଚ୍ଚ 5, 2024
Share Article:

କୋଲକାତା: କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ମଙ୍ଗଳବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଜଷ୍ଟିସ ଗଙ୍ଗୋପାଧ୍ୟାୟ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇ ଦେଇଛନ୍ତି । ତାଙ୍କ ଇସ୍ତଫାର ଏକ କପି ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ ଏବଂ କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ଟି.ଏସ୍ ଶିବଜ୍ଞାନମଙ୍କ ନିକଟକୁ ବି ପଠାଯାଇଛି।

ଜଷ୍ଟିସ ଗାଙ୍ଗୋପାଧ୍ୟାୟ ମଙ୍ଗଳବାର ସକାଳେ ହାଇକୋର୍ଟର ତାଙ୍କ ଚାମ୍ବରରେ ପହଞ୍ଚି ନିଜ ପଦରୁ ଇସ୍ତଫା ଦେଇଥିଲେ ।

ସେ ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି । ସେ ତାଙ୍କ ଭବିଷ୍ୟତ ଯୋଜନା ସମ୍ପର୍କରେ ଘୋଷଣା କରିପାରନ୍ତି। ସେ ରାଜନୀତିରେ ପାଦ ଥାପିବେ ବୋଲି ଚର୍ଚ୍ଚା ହେଉଛି । ଏପରିକି ଜଷ୍ଟିସ ଗଙ୍ଗୋପାଧ୍ୟାୟ ଆଗାମୀ ଲୋକସଭା ନିର୍ବାଚନ ମଧ୍ୟ ଲଢ଼ି ପାରନ୍ତି ।

ସେ ମାର୍ଚ୍ଚ ୫ରେ ଜଜ୍ (କଲିକତା ହାଇକୋର୍ଟର) ପଦରୁ ଇସ୍ତଫା ଦେବେ ବୋଲି ଜଷ୍ଟିସ ଗାଙ୍ଗୋପାଧ୍ୟାୟ ରବିବାର ଘୋଷଣା କରିଥିଲେ ।

#Odia#Odisha#News
Share Article:

Related Articles