ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

କର୍ଣ୍ଣାଟକରେ କୋବି ମଞ୍ଚୁରିଆନ୍ ଓ କଟନ କ୍ୟାଣ୍ଡିରେ କୃତ୍ରିମ ରଙ୍ଗ ବ୍ୟବହାର ନିଷେଧ

ବେଙ୍ଗାଲୁରୁ: ପିଲାମାନଙ୍କ ପ୍ରିୟ କଟନ କ୍ୟାଣ୍ଡି (ବମ୍ବେ ଲଡୁ) ଓ ସମସ୍ତଙ୍କ ପ୍ରିୟ ଫାଷ୍ଟଫୁଡ୍ କୋବି ମଞ୍ଚୁରିଆନରେ କୃତ୍ରିମ ରଙ୍ଗ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି କର୍ଣ୍ଣାଟକ ସରକାର ‌। ଏହି ଦୁଇ ଖାଇବା ସାମଗ୍ରୀରେ କୃତ୍ରିମ ରଙ୍ଗ ବ୍ୟବହାର ନେଇ ଅଭିଯୋଗ ପରେ ଏପରି ପଦକ୍ଷେପ ନିଆଯାଇଛି ବୋଲି ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ ସୂଚନା ଦେଇଛନ୍ତି। ଗଣମାଧ୍ୟମ ଓ ଲୋକଙ୍କ ଅଭିଯୋଗ ଆଧାରରେ ରାଜ୍ୟର ବିଭିନ୍ନ ସ୍ଥାନରୁ [...]

Admin•ମାର୍ଚ୍ଚ 12, 2024
Share Article:

ବେଙ୍ଗାଲୁରୁ: ପିଲାମାନଙ୍କ ପ୍ରିୟ କଟନ କ୍ୟାଣ୍ଡି (ବମ୍ବେ ଲଡୁ) ଓ ସମସ୍ତଙ୍କ ପ୍ରିୟ ଫାଷ୍ଟଫୁଡ୍ କୋବି ମଞ୍ଚୁରିଆନରେ କୃତ୍ରିମ ରଙ୍ଗ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି କର୍ଣ୍ଣାଟକ ସରକାର ‌। ଏହି ଦୁଇ ଖାଇବା ସାମଗ୍ରୀରେ କୃତ୍ରିମ ରଙ୍ଗ ବ୍ୟବହାର ନେଇ ଅଭିଯୋଗ ପରେ ଏପରି ପଦକ୍ଷେପ ନିଆଯାଇଛି ବୋଲି ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ ସୂଚନା ଦେଇଛନ୍ତି।

ଗଣମାଧ୍ୟମ ଓ ଲୋକଙ୍କ ଅଭିଯୋଗ ଆଧାରରେ ରାଜ୍ୟର ବିଭିନ୍ନ ସ୍ଥାନରୁ କୋବି ମଞ୍ଚୁରିଆନ୍ ଓ କଟନ୍ କ୍ୟାଣ୍ଡିର ନମୁନା ସଂଗ୍ରହ କରାଯାଇ ରାଜ୍ୟ ଲାବୋରେଟୋରୀରେ ଯାଞ୍ଚ୍ କରାଯାଇଥିଲା। ମନ୍ତ୍ରୀ ଦୀନେଶ ଗୁଣ୍ଡୁରାଓଙ୍କ ସୂଚନା ମୁତାବକ, କୋବି ମଞ୍ଚୁରିଆନର ୧୭୧ ନମୁନା ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ୧୦୭ଟି ନମୁନାରେ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ କୃତ୍ରିମ ରଙ୍ଗ ମିଶାଯାଇଥିବା ପରୀକ୍ଷଣରୁ ଜଣାପଡ଼ିଥିଲା।

ଏହାଛଡ଼ା କଟନ କ୍ୟାଣ୍ଡିର ୨୫ଟି ନମୁନା ମଧ୍ୟରୁ ୧୫ଟି ଅସୁରକ୍ଷିତ ଥିଲା | କୋବି ମଞ୍ଚୁରିଆନ୍ ଓ କଟନ କ୍ୟାଣ୍ଡିରେ ଟାଟ୍ରାଜାଇନ୍, କାର୍ମୋସିନ୍, ସନସେଟ୍ ୟେଲୋ ଓ ରୋଡାମାଇନ୍-୧ବି ଭଳି କୃତ୍ରିମ ରଙ୍ଗ ମିଶାଯାଇଥିଲା । ଖାଦ୍ୟରେ କୃତ୍ରିମ ରଙ୍ଗର ବ୍ୟବହାର ଏବଂ ଏହାର ସେବନ ଦ୍ବାରା କର୍କଟ ଭଳି ଘାତକ ରୋଗ ହୋଇପାରେ। ତେଣୁ ଖାଦ୍ୟ ପାନୀୟରେ କୌଣସି କୃତ୍ରିମ ରଙ୍ଗ ବ୍ୟବହାର ନ କରିବାକୁ କର୍ଣ୍ଣାଟକ ସରକାର ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

ଖାଦ୍ୟ ନିରାପତ୍ତା ଓ ମାନକ ଆଇନ, ୨୦୦୬ ଓ ଖାଦ୍ୟ ନିରାପତ୍ତା ଏବଂ ମାନକ (ଖାଦ୍ୟ ଉତ୍ପାଦ ମାନକ ଏବଂ ଖାଦ୍ୟ ସଂଯୋଜକ) ନିୟମାବଳୀ, ୨୦୧୧ର ନିୟମ ଅଧୀନରେ ଖାଦ୍ୟ ସାମଗ୍ରୀରେ କୃତ୍ରିମ ରଙ୍ଗର ବ୍ୟବହାର ନିଷେଧ କରାଯାଇଛି ।

#Odia#Odisha#News
Share Article:

Related Articles