ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

କେଜ୍ରିୱାଲ ପୁଣି ଟାଳିଲେ ଇଡି ସମନ, ଆଜି ବି ହାଜର ହେବେନି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଷଷ୍ଠ ସମନକୁ ମଧ୍ୟ ଏଡ଼ାଇ ଦେଇଛନ୍ତି । ଆଜି ବି ସେ ଇଡିରେ ହାଜର ହେବେ ନାହିଁ ବୋଲି ଆମ୍ ଆଦମୀ ପାର୍ଟି (ଆପ୍) ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆପ୍ କହିଛି, ଇଡି ସମନ ବେଆଇନ। ଇଡି ସମନର ବୈଧତା ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ଅଛି। ବାରମ୍ବାର ସମନ ପଠାଇବା ପରିବର୍ତ୍ତେ ଇଡି କୋର୍ଟଙ୍କ ରାୟକୁ ଅପେକ୍ଷା କରିବା ଉଚିତ [...]

Admin•ଫେବୃଆରୀ 19, 2024
Share Article:

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଷଷ୍ଠ ସମନକୁ ମଧ୍ୟ ଏଡ଼ାଇ ଦେଇଛନ୍ତି । ଆଜି ବି ସେ ଇଡିରେ ହାଜର ହେବେ ନାହିଁ ବୋଲି ଆମ୍ ଆଦମୀ ପାର୍ଟି (ଆପ୍) ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଆପ୍ କହିଛି, ଇଡି ସମନ ବେଆଇନ। ଇଡି ସମନର ବୈଧତା ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ଅଛି। ବାରମ୍ବାର ସମନ ପଠାଇବା ପରିବର୍ତ୍ତେ ଇଡି କୋର୍ଟଙ୍କ ରାୟକୁ ଅପେକ୍ଷା କରିବା ଉଚିତ ।

ଫେବୃଆରୀ ୧୪ରେ ଇଡି ଷଷ୍ଠ ଥର ପାଇଁ କେଜ୍ରିୱାଲଙ୍କୁ ସମନ ଜାରି କରିଥିଲା । ତାଙ୍କୁ ଫେବୃଆରୀ ୧୯ ଅର୍ଥାତ୍ ଆଜି ହାଜର ହେବାକୁ କୁହାଯାଇଥିଲା। ଏହା ପୂର୍ବରୁ କେଜ୍ରିୱାଲଙ୍କୁ ଇଡି ପାଞ୍ଚ ଥର ସମନ ଜାରି କରିଥିଲେ ମଧ୍ୟ ସେ ହାଜର ହୋଇନଥିଲେ । ଏନେଇ କେନ୍ଦ୍ରୀୟ ସଂସ୍ଥା କେଜ୍ରିୱାଲଙ୍କ ବିରୋଧରେ କୋର୍ଟ ଯାଇଥିଲା । ଏହି ମାମଲା ସମ୍ପ୍ରତି ବିଚାରାଧୀନ ରହିଛି । ମାର୍ଚ୍ଚ ୧୬ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ କହିଛନ୍ତିି ।

#Odia#Odisha#News
Share Article:

Related Articles