ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

କେଜ୍ରିୱାଲଙ୍କ ପତ୍ନୀ ଆରମ୍ଭ କଲେ ହ୍ବାଟସଆପ୍ ଅଭିଯାନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା ତାଙ୍କ ସ୍ବାମୀଙ୍କ ପ୍ରତି ସମର୍ଥନ ଜୁଟାଇବା ପାଇଁ ଶୁକ୍ରବାର ଏକ ହ୍ବାଟସଆପ୍ ଅଭିଯାନ ଆରମ୍ଭ କରିଛନ୍ତି । ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାଜତରେ ଥିବା ତାଙ୍କ ସ୍ୱାମୀଙ୍କୁ ସହାୟତା କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ସୁନୀତା କେଜ୍ରିୱାଲ। ଏକ ଡିଜିଟାଲ ସାମ୍ବାଦିକ ସମ୍ମିଳନୀରେ ସୁନୀତା କେଜ୍ରିୱାଲ କହିଛନ୍ତି, ତାଙ୍କ ସ୍ୱାମୀ ଦେଶର ‘ସବୁଠାରୁ ଦୁର୍ନୀତିଗ୍ରସ୍ତ ତଥା [...]

Admin•ମାର୍ଚ୍ଚ 29, 2024
Share Article:

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା ତାଙ୍କ ସ୍ବାମୀଙ୍କ ପ୍ରତି ସମର୍ଥନ ଜୁଟାଇବା ପାଇଁ ଶୁକ୍ରବାର ଏକ ହ୍ବାଟସଆପ୍ ଅଭିଯାନ ଆରମ୍ଭ କରିଛନ୍ତି । ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାଜତରେ ଥିବା ତାଙ୍କ ସ୍ୱାମୀଙ୍କୁ ସହାୟତା କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ସୁନୀତା କେଜ୍ରିୱାଲ।

ଏକ ଡିଜିଟାଲ ସାମ୍ବାଦିକ ସମ୍ମିଳନୀରେ ସୁନୀତା କେଜ୍ରିୱାଲ କହିଛନ୍ତି, ତାଙ୍କ ସ୍ୱାମୀ ଦେଶର ‘ସବୁଠାରୁ ଦୁର୍ନୀତିଗ୍ରସ୍ତ ତଥା ଏକଛତ୍ରବାଦୀ ଶକ୍ତି’କୁ ଚ୍ୟାଲେଞ୍ଜ କରିଛନ୍ତି। ଆଶୀର୍ବାଦ ଓ ପ୍ରାର୍ଥନା ଜରିଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ କରିବାକୁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି।

ସୁନୀତା ଏକ ହ୍ବାଟସଆପ୍ ନମ୍ବର ଜାରି କରି କହିଛନ୍ତି, ଲୋକମାନେ ଆମ୍ ଆଦମୀ ପାର୍ଟି (ଆପ୍)ର ଜାତୀୟ ଆବାହକ (କେଜ୍ରିୱାଲ)ଙ୍କ ନିକଟକୁ ଆଶୀର୍ବାଦ, ପ୍ରାର୍ଥନା ଅବା ଅନ୍ୟ କୌଣସି ବାର୍ତ୍ତା ଏହି ନମ୍ବରରେ ପଠାଇ ପାରିବେ। ସେ ଏହି ସବୁ ବାର୍ତ୍ତାକୁ ତାଙ୍କ ସ୍ୱାମୀଙ୍କ ନିକଟକୁ ପଠାଇବେ।

ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା । ଗୁରୁବାର କୋର୍ଟ କେଜ୍ରିୱାଲଙ୍କ ଇଡି ହାଜତ ମିଆଦକୁ ଏପ୍ରିଲ ୧ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।

#Odia#Odisha#News
Share Article:

Related Articles