ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଆଇପିଏଲର ବେଆଇନ ଷ୍ଟ୍ରିମିଂ ମାମଲାରେ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ମହାରାଷ୍ଟ୍ର ସାଇବର ସେଲର ସମନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବେଆଇନ ଆଇପିଏଲ ମ୍ୟାଚ୍ ଷ୍ଟ୍ରିମିଂ ମାମଲାରେ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ନାମ ଉଠିଛି । ଏହି ମାମଲାରେ ମହାରାଷ୍ଟ୍ର ସାଇବର ସେଲ୍ ପଚରାଉଚରା ପାଇଁ ତମନ୍ନାଙ୍କୁ ସମନ ଜାରି କରିଛି । ମହାରାଷ୍ଟ୍ର ସାଇବର ସେଲ୍ ତାଙ୍କୁ ଜେରା ପାଇଁ ଏପ୍ରିଲ ୨୯ରେ ହାଜର ହେବାକୁ କହିଛି। ଏହି ମାମଲା ଫେୟାରପ୍ଲେ ଆପରେ ଆଇପିଏଲ୍ ୨୦୨୩ର ବେଆଇନ ଷ୍ଟ୍ରିମିଂ ସହ ଜଡ଼ିତ । ଏହି ମାମଲାରେ ଅଭିନେତା ସଞ୍ଜୟ [...]

Admin•ଅପ୍ରେଲ 25, 2024
Share Article:

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବେଆଇନ ଆଇପିଏଲ ମ୍ୟାଚ୍ ଷ୍ଟ୍ରିମିଂ ମାମଲାରେ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ନାମ ଉଠିଛି । ଏହି ମାମଲାରେ ମହାରାଷ୍ଟ୍ର ସାଇବର ସେଲ୍ ପଚରାଉଚରା ପାଇଁ ତମନ୍ନାଙ୍କୁ ସମନ ଜାରି କରିଛି । ମହାରାଷ୍ଟ୍ର ସାଇବର ସେଲ୍ ତାଙ୍କୁ ଜେରା ପାଇଁ ଏପ୍ରିଲ ୨୯ରେ ହାଜର ହେବାକୁ କହିଛି।

ଏହି ମାମଲା ଫେୟାରପ୍ଲେ ଆପରେ ଆଇପିଏଲ୍ ୨୦୨୩ର ବେଆଇନ ଷ୍ଟ୍ରିମିଂ ସହ ଜଡ଼ିତ । ଏହି ମାମଲାରେ ଅଭିନେତା ସଞ୍ଜୟ ଦତ୍ତଙ୍କୁ ମଧ୍ୟ ଏପ୍ରିଲ ୨୩ରେ ସମନ କରିଥିଲା ମହାରାଷ୍ଟ୍ର ସାଇବର ସେଲ୍, କିନ୍ତୁ ସେ ହାଜର ହୋଇନଥିଲେ। ସେଦିନ ସେ ଭାରତରେ ନଥିଲେ ବୋଲି କହି ସଞ୍ଜୟ ଦତ୍ତ ତାଙ୍କ ବୟାନ ରେକର୍ଡ କରିବା ପାଇଁ ନୂଆ ତାରିଖ ଏବଂ ସମୟ ଦେବାକୁ ଅନୁରୋଧ କରିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଆଇପିଏଲ୍ ମ୍ୟାଚର ବେଆଇନ ଷ୍ଟ୍ରିମିଂ ନେଇ ଭାୟାକମ ୧୮ ତରଫରୁ ସେପ୍ଟେମ୍ବର ୨୦୨୩ରେ ଏତଲା ଦିଆଯାଇଥିଲା। ଏକ ବେଟିଂ ଆପ୍ ଫେୟାର ପ୍ଲେ ପ୍ଲାଟଫର୍ମରେ ଆଇପିଏଲର ବେଆଇନ ଷ୍ଟ୍ରିମିଂ ହୋଇଥିବା ଅଭିଯୋଗ ହୋଇଥିଲା । ଯେଉଁ କାରଣରୁ ଭାୟାକମ୧୮କୁ‌ ୧୦୦ କୋଟିରୁ ଅଧିକ କ୍ଷତି ହୋଇଥିଲା ବୋଲି କମ୍ପାନୀ ଦାବି କରିଛି । ଉଲ୍ଲେଖଯୋଗ୍ୟ, ଭାୟାକମ ୧୮ ପାଖରେ ଆଇପିଏଲର ଡିଜିଟାଲ ଷ୍ଟ୍ରିମିଂ ଅଧିକାର ରହିଛି।

#Odia#Odisha#News
Share Article:

Related Articles