ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ମାଳଦ୍ୱୀପର ତିନି ମନ୍ତ୍ରୀ ନିଲମ୍ବିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତ ବିରୋଧର ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ତିନି ମନ୍ତ୍ରୀଙ୍କୁ ମାଳଦ୍ୱୀପ ସରକାର ନିଲମ୍ବିତ କରିଛନ୍ତି। ମାଳଦ୍ୱୀପର ଏହି ତିନି ନିଲମ୍ବିତ ମନ୍ତ୍ରୀ ହେଲେ ମରିୟମ ଶିଉନା, ମାଲଶା ସରିଫ ଏବଂ ମହଜୁମ ମାଜିଦ୍ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ମାଲଦ୍ୱୀପର ମହିଳା ମନ୍ତ୍ରୀ ମରିୟମ ଶିଉନା ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ମାଲଦ୍ୱୀପର ମହମ୍ମଦ ମୁଇଜୋ ସରକାରଙ୍କ ସହ ଭାରତ ଏହି ପ୍ରସଙ୍ଗ ଉଠାଇଥିଲା। ଭାରତର ଆପତ୍ତି [...]

Admin•ଜାନୁଆରୀ 7, 2024
Share Article:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତ ବିରୋଧର ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ତିନି ମନ୍ତ୍ରୀଙ୍କୁ ମାଳଦ୍ୱୀପ ସରକାର ନିଲମ୍ବିତ କରିଛନ୍ତି। ମାଳଦ୍ୱୀପର ଏହି ତିନି ନିଲମ୍ବିତ ମନ୍ତ୍ରୀ ହେଲେ ମରିୟମ ଶିଉନା, ମାଲଶା ସରିଫ ଏବଂ ମହଜୁମ ମାଜିଦ୍ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ମାଲଦ୍ୱୀପର ମହିଳା ମନ୍ତ୍ରୀ ମରିୟମ ଶିଉନା ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ମାଲଦ୍ୱୀପର ମହମ୍ମଦ ମୁଇଜୋ ସରକାରଙ୍କ ସହ ଭାରତ ଏହି ପ୍ରସଙ୍ଗ ଉଠାଇଥିଲା। ଭାରତର ଆପତ୍ତି ପରେ ମାଲଦ୍ୱୀପ ସରକାର ଏକ ବିବୃତ୍ତି ଜାରି କରି କହିଥିଲେ, ଏହା ସେମାନଙ୍କ(ତିନି ମନ୍ତ୍ରୀ) ବ୍ୟକ୍ତିଗତ ମତ। ମନ୍ତ୍ରୀମାନଙ୍କ ମନ୍ତବ୍ୟ ମାଲଦ୍ୱୀପ ସରକାରଙ୍କ ମତକୁ ପ୍ରତିନିଧିତ୍ୱ କରୁନାହିଁ।

ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ନିଜ ଲକ୍ଷଦ୍ବୀପ ଗସ୍ତର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହା ସହ ସେ ଏହି ଦ୍ୱୀପକୁ ବୁଲିବାକୁ ଆସିବା ପାଇଁ ଯୋଜନା କରିବାକୁ ଭାରତୀୟ ମାନଙ୍କୁ ଅପିଲ କରିଥିଲେ। ମାଳଦ୍ୱୀପ ଯୁବ ସଶକ୍ତିକରଣ ମନ୍ତ୍ରୀ ମରିୟମ ଶିଉନା, ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୋଷ୍ଟ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ତାଙ୍କ ଟ୍ୱିଟକୁ ନେଇ ସମାଲୋଚନା ପରେ ସେ ଏହାକୁ ଡିଲିଟ୍ କରି ଦେଇଥିଲେ। ମାଳଦ୍ୱୀପର ଆଉ ଦୁଇ ମନ୍ତ୍ରୀ ମାଲଶା ସରିଫ ଏବଂ ମହଜୁମ ମାଜିଦ ମଧ୍ୟ ଭାରତ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିଥିଲେ।

ଏହି ପ୍ରସଙ୍ଗରେ ମାଲଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ମଧ୍ୟ ନିଜ ଦେଶର ସରକାରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ, ସୋସିଆଲ ମିଡିଆରେ ମାଲଦ୍ୱୀପ ସରକାରଙ୍କ ମନ୍ତ୍ରୀମାନେ ଭାରତ ବିରୋଧରେ ବ୍ୟବହାର କରୁଥିବା ଘୃଣାପୂର୍ଣ୍ଣ ଭାଷାକୁ ମୁଁ ନିନ୍ଦା କରୁଛି। ଭାରତ ସର୍ବଦା ମାଲଦ୍ୱୀପର ଜଣେ ଭଲ ବନ୍ଧୁ ରହିଆସିଛି । ଏପରି କଡ଼ା ମନ୍ତବ୍ୟ ଦୁଇ ଦେଶ ମଧ୍ୟରେ ଶହ ଶହ ବର୍ଷ ପୁରୁଣା ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବାକୁ ଆମେ ଅନୁମତି ଦେବା ଉଚିତ ନୁହେଁ ।

#Odia#Odisha#News
Share Article:

Related Articles