ମମତା ପୁଣି ଆହତ, ହେଲିକପ୍ଟରରେ ଚଢ଼ିବା ବେଳେ ପଡ଼ିଗଲେ
କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର (ଏପ୍ରିଲ ୨୭) ହେଲିକପ୍ଟରରେ ଚଢ଼ିବା ବେଳେ ଝୁଣ୍ଟି ପଡ଼ି ଆହତ ହୋଇଛନ୍ତି। ପଶ୍ଚିମ ବର୍ଦ୍ଧମାନର ଦୁର୍ଗାପୁରରେ ଏହି ଦୁର୍ଘଟଣା ଘଟିଛି । ମମତା ପ୍ରଚାର କରିବାକୁ ଯାଇଥିଲେ। ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଦେଖିବାକୁ ମିଳୁଛି ମମତା ତାଙ୍କ କାରରୁ ଓହ୍ଲାଇ ହେଲିକପ୍ଟରରେ ଚଢୁଛନ୍ତି। ଏହି ସମୟରେ ହେଲିକପ୍ଟରର ଫାଟକ ନିକଟରେ ସେ ଝୁଣ୍ଟି ତଳେ ପଡ଼ିଯାଇଥିଲେ। ମମତାଙ୍କ ସୁରକ୍ଷା କର୍ମୀମାନେ ତାଙ୍କୁ ଉଠାଇଥିଲେ । [...]
କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର (ଏପ୍ରିଲ ୨୭) ହେଲିକପ୍ଟରରେ ଚଢ଼ିବା ବେଳେ ଝୁଣ୍ଟି ପଡ଼ି ଆହତ ହୋଇଛନ୍ତି। ପଶ୍ଚିମ ବର୍ଦ୍ଧମାନର ଦୁର୍ଗାପୁରରେ ଏହି ଦୁର୍ଘଟଣା ଘଟିଛି । ମମତା ପ୍ରଚାର କରିବାକୁ ଯାଇଥିଲେ।
ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଦେଖିବାକୁ ମିଳୁଛି ମମତା ତାଙ୍କ କାରରୁ ଓହ୍ଲାଇ ହେଲିକପ୍ଟରରେ ଚଢୁଛନ୍ତି। ଏହି ସମୟରେ ହେଲିକପ୍ଟରର ଫାଟକ ନିକଟରେ ସେ ଝୁଣ୍ଟି ତଳେ ପଡ଼ିଯାଇଥିଲେ। ମମତାଙ୍କ ସୁରକ୍ଷା କର୍ମୀମାନେ ତାଙ୍କୁ ଉଠାଇଥିଲେ । ତେବେ ସେ ସାମାନ୍ୟ ଆହତ ହୋଇଥିବା କୁହାଯାଇଛି। ଏହି ଘଟଣା ସତ୍ତ୍ୱେ ମମତା ନିର୍ବାଚନ ଯାତ୍ରା ଜାରି ରଖିଥିଲେ। ଦୁର୍ଗାପୁର ପରେ ସେ ଆସାନସୋଲକୁ ଯାଆଥିଲେ |
ଏହା ପୂର୍ବରୁ ମମତା ବାନାର୍ଜୀ ମାର୍ଚ୍ଚ ୧୪ରେ କୋଲକାତାର କାଳିଘାଟ ସ୍ଥିତ ତାଙ୍କ ଘରେ ପଡ଼ିଯାଇଥିଲେ। ତାଙ୍କ କପାଳରେ ଗଭୀର ଆଘାତ ଲାଗିଥିଲା | ତାଙ୍କୁ ଏସଏସକେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ କପାଳ ଓ ନାକରେ ୪ଟି ଷ୍ଟିଚ୍ ପଡ଼ିଥିଲା।
Heatwave Conditions to Prevail in Odisha till May 2: IMD
Next Articleଅସମ୍ଭାଳ ତାତି : ୪୪ .୬ ଡିଗ୍ରୀ ସେଲସିୟସରେ ଜଳିଲା ଭୁବନେଶ୍ୱର
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
