ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’କୁ ଅନୁମତି ଦେଲେନି ମଣିପୁର ସରକାର
ଇମ୍ଫାଲ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ପାଇଁ ଏକ ଗ୍ରାଉଣ୍ଡ ବ୍ୟବହାର କରିବାକୁ ମନା କରିଦେଇଛନ୍ତି ମଣିପୁର ସରକାର । ରାହୁଲଙ୍କ ନେତୃତ୍ବରେ ଏହି ଯାତ୍ରା ଜାନୁଆରୀ ୧୪ରୁ ପୂର୍ବ ଇମ୍ଫାଲର ପ୍ୟାଲେସ୍ ଗ୍ରାଉଣ୍ଡରୁ ଆରମ୍ଭ ହେବାର ଥିଲା । କିନ୍ତୁ ଏହି ଗ୍ରାଉଣ୍ଡ ବ୍ୟବହାର କରିବାକୁ ଅନୁମତି ଦେଇ ନାହାଁନ୍ତି ରାଜ୍ୟ ସରକାର । ମଣିପୁର କଂଗ୍ରେସ କମିଟି ସଭାପତି ତଥା ବରିଷ୍ଠ କଂଗ୍ରେସ ବିଧାୟକ କେ ମେଘଚନ୍ଦ୍ର କହିଛନ୍ତି, [...]
ଇମ୍ଫାଲ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ପାଇଁ ଏକ ଗ୍ରାଉଣ୍ଡ ବ୍ୟବହାର କରିବାକୁ ମନା କରିଦେଇଛନ୍ତି ମଣିପୁର ସରକାର । ରାହୁଲଙ୍କ ନେତୃତ୍ବରେ ଏହି ଯାତ୍ରା ଜାନୁଆରୀ ୧୪ରୁ ପୂର୍ବ ଇମ୍ଫାଲର ପ୍ୟାଲେସ୍ ଗ୍ରାଉଣ୍ଡରୁ ଆରମ୍ଭ ହେବାର ଥିଲା । କିନ୍ତୁ ଏହି ଗ୍ରାଉଣ୍ଡ ବ୍ୟବହାର କରିବାକୁ ଅନୁମତି ଦେଇ ନାହାଁନ୍ତି ରାଜ୍ୟ ସରକାର ।
ମଣିପୁର କଂଗ୍ରେସ କମିଟି ସଭାପତି ତଥା ବରିଷ୍ଠ କଂଗ୍ରେସ ବିଧାୟକ କେ ମେଘଚନ୍ଦ୍ର କହିଛନ୍ତି, ବୁଧବାର ସକାଳେ ସେ ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହଙ୍କୁ ତାଙ୍କ କାର୍ଯ୍ୟାଳୟ ତଥା ବଙ୍ଗଳା ଠାରେ ଭେଟିଥିଲେ । ତେବେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଦର୍ଶାଇ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’କୁ ସେ ଅନୁମତି ଦେଇପାରିବେ ନାହିଁ ବୋଲିି ମୁଖ୍ୟମନ୍ତ୍ରୀ କହିଥିଲେ।
ସରକାରଙ୍କ ନିଷ୍ପତ୍ତିକୁ ବେଶ୍ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ମେଘଚନ୍ଦ୍ର । ସରକାର ଅନୁମତି ମନା କରିବା ପରେ ସେମାନେ ଯାତ୍ରା ଥୋବାଲ ଜିଲ୍ଲାର ଖୋଙ୍ଗଜୋମରୁ ଏକ ଘରୋଇ ସ୍ଥାନରୁ ଆରମ୍ଭ କରିବାକୁ ସ୍ଥିର କରିଛନ୍ତିି ।
‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଜାନୁଆରୀ ୧୪ରୁ ମଣିପୁରରୁ ଆରମ୍ଭ ହେବ | ଏହି ଯାତ୍ରା ଉଭୟ ବସ୍ ଓ ପାଦରେ ୧୪ଟି ରାଜ୍ୟର ୧୧୦ଟି ଜିଲ୍ଲା, ୧୦୦ଟି ଲୋକସଭା ଆସନ ଏବଂ ୩୩୭ଟି ବିଧାନସଭା ଆସନ ସହ ୬,୭୧୩ କିଲୋମିଟର ଦେଇ ଯିବ। ଏହି ୬୬ ଦିନ ବ୍ୟାପି ଯାତ୍ରା ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ ।
ଚାକିରି ନାଁରେ ଲୋକଙ୍କୁ ଠକେଇ : ୩ ଆନ୍ତଃରାଜ୍ୟ ଠକଙ୍କୁ ଧରିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ
Next Articleମୋଷ୍ଟ ୱାଣ୍ଟେଡ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
