ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଶା

କଳାହାଣ୍ଡି ଜିଲ୍ଲା ପାହାଡପଦର ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ୱସ୍ତ

ଭବାନୀପାଟଣା – ନକ୍ସଲ ବିରୋଧୀ ଅଭିଯାନରେ ଏସ୍‌ଓଜି ଯବାନଙ୍କୁ ସଫଳତା। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅଞ୍ଚଳର ପାହାଡପଦର ସଂରକ୍ଷିତ ଜଙ୍ଗଲରେ ନକ୍ସଲ କାର୍ଯ୍ୟକଳାପ ଥିବା ଖବର ପାଇ କଳାହାଣ୍ଡି ଏସପି ଅଭିଳାଷ ଜୀଙ୍କ ନିର୍ଦ୍ଦେଶରେ ଏସଓ ଜି ଯବାନ ସଂପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ ସମୟରେ କାଞ୍ଚନ ମୁହିଁ ଗ୍ରାମ ନିକଟରେ ମାଓ କ୍ୟାମ୍ପ ଠାବ କରିଥିଲେ । ଯବାନଙ୍କୁ ଦେଖି ମାଓବାଦୀ ମାନେ କ୍ୟାମ୍ପ ଛାଡି ଜଙ୍ଗଲ ଭିତରକୁ ପଳାୟନ କରିଥିବା [...]

Admin•ଡିସେମ୍ବର 10, 2022
Share Article:

ଭବାନୀପାଟଣା – ନକ୍ସଲ ବିରୋଧୀ ଅଭିଯାନରେ ଏସ୍‌ଓଜି ଯବାନଙ୍କୁ ସଫଳତା। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅଞ୍ଚଳର ପାହାଡପଦର ସଂରକ୍ଷିତ ଜଙ୍ଗଲରେ ନକ୍ସଲ କାର୍ଯ୍ୟକଳାପ ଥିବା ଖବର ପାଇ କଳାହାଣ୍ଡି ଏସପି ଅଭିଳାଷ ଜୀଙ୍କ ନିର୍ଦ୍ଦେଶରେ ଏସଓ ଜି ଯବାନ ସଂପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ ସମୟରେ କାଞ୍ଚନ ମୁହିଁ ଗ୍ରାମ ନିକଟରେ ମାଓ କ୍ୟାମ୍ପ ଠାବ କରିଥିଲେ । ଯବାନଙ୍କୁ ଦେଖି ମାଓବାଦୀ ମାନେ କ୍ୟାମ୍ପ ଛାଡି ଜଙ୍ଗଲ ଭିତରକୁ ପଳାୟନ କରିଥିବା ବେଳେ ସେଠାରୁ ବହୁ ମାଓ ସାମଗ୍ରୀ ଜବତ ହୋଇଥିବା ଏସପି ଅଭିଳାଷ ଜୀ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ।

ଉକ୍ତ ଅଞ୍ଚଳରେ ଏସ୍‌ଓଜି ଯବାନମାନଙ୍କ ଦ୍ୱାରା ୯ ତାରିଖରୁ କମ୍ବିଂ ଅପରେସନ୍‌ ଆରମ୍ଭ କରାଯାଇଥିଲା । ଏସଓଜି ଯବାନମାନେ କମ୍ବିଂ ଅପରେସନ୍ କରୁଥିବା ସମୟରେ ପାହାଡପଦର ସଂରକ୍ଷିତ ଜଙ୍ଗଲର କାଞ୍ଚନମୁହିଁ ଗ୍ରାମ ନିକଟରେ ମାଓକ୍ୟାମ୍ପ ଚାଲିଥିବା ଖବର ପାଇ ଯବାନମାନେ ଉକ୍ତ ଅଞ୍ଚଳକୁ ଘେରାଉ କରିବା ସହିତ ସର୍ଚ୍ଚ ଅପରେସନ୍ କରିଥିଲେ । ସେଠାରେ ମାଓବାଦୀଙ୍କ ଏକ କ୍ୟାମ୍ପ ଚାଲିଥିବା ଦେଖିବାକୁ ପାଇଥିଲେ ।

ଯବାନମାନଙ୍କୁ ଦେଖି କ୍ୟାମ୍ପ ଛାଡି ମାଓବାଦୀମାନେ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ । ଯବାନମାନେ ସେହି କ୍ୟାମ୍ପକୁ ନଷ୍ଟ କରିଦେଇଥିଲେ । କ୍ୟାମ୍ପରୁ ୯ଟି ଡିଟୋନେଟର , ୨ଟି ଆଇଇଡି , କମ୍ବଳ , ବିଦ୍ୟୁତ ତାର ,ଔଷଧ ଆଦି ସହିତ ବହୁ ମାଓ ସାମଗ୍ରୀ ଓ ମାଓ ପୁସ୍ତିକା ଜବତ କରାଯାଇଛି। ଏହି କ୍ୟାମ୍ପରେ ୧୦ ରୁ ଉର୍ଦ୍ଧ ମାଓବାଦୀ ଥିବା ଜଣାପଡିଛି । ଏହି ମାଓ କ୍ୟାମ୍ପ କଳାହାଣ୍ଡି ଜିଲ୍ଲାର ବିଜିଏମ ଡିଭିଜନ ଏବଂ ନିୟମଗିରି ଡିଭିଜନ ଦ୍ଵାରା ପରିଚାଳିତ ହେଉଥିବା ପୋଲିସ ଜାଣିବାକୁ ପାଇଛି ।

ଏହି କ୍ୟାମ୍ପରେ ନିୟମଗିରି ଡିଭିଜନର ଦୁର୍ଦ୍ଦାନ୍ତ ମାଓନେତା ଇନ୍ଦୁ ମାଝୀ ଓ କୁନୀ ମାଝୀ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଉକ୍ତ ଅଞ୍ଚଳ ଓ ତାର ଆଖପାଖ ଜଙ୍ଗଲକୁ ଯବାନମାନେ ଘେରାଉ କରି ରଖିବା ସହିତ ସର୍ଚ୍ଚ ଅପରେସନ୍ ଏବଂ କମ୍ବିଂ ଅପରେସନ୍ ଜୋରଦାର ଚାଲିଥିବା ଏସ୍‌ପି ପ୍ରକାଶ କରିଛନ୍ତି ।

#Odisha#Odia
Share Article:

Related Articles

Newsroom•ସେପ୍ଟେମ୍ବର 22, 2026
Odisha Govt Transfers 4 IPS Officers
Newsroom•ସେପ୍ଟେମ୍ବର 21, 2026
Odisha Final Electoral Roll Published With 3.16 Crore Electors
Newsroom•ସେପ୍ଟେମ୍ବର 21, 2026
Ganjam Steps Up Preparedness as Deep Depression Threatens Heavy Rainfall; Red Warning for Sept 23-24