ଟିକେଟ୍ ନ ମିଳିବାରୁ ଏମଡିଏମକେ ସାଂସଦ ଗଣେଶମୂର୍ତ୍ତିଙ୍କ ଆତ୍ମହତ୍ୟା
ଚେନ୍ନାଇ: ଆତ୍ମହତ୍ୟା ଉଦ୍ୟମ ପରେ ତାମିଲନାଡୁର ଏମଡିଏମକେ ସାଂସଦ ଗଣେଶମୂର୍ତ୍ତିଙ୍କ ଗୁରୁବାର ସକାଳେ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ରିପୋର୍ଟ ମୁତାବକ, ଏରୋଡରୁ ଲୋକସଭା ସାଂସଦ ଥିବା ୭୭ ବର୍ଷୀୟ ଗଣେଶମୂର୍ତ୍ତିଙ୍କୁ ଏଥର ତାଙ୍କ ଦଳ ଟିକେଟ୍ ଦେଇନଥିଲା । ଏଥିପାଇଁ ସେ ଚିନ୍ତାଗ୍ରସ୍ତ ହୋଇ ମାର୍ଚ୍ଚ ୨୪ରେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୋଲିସର ସୂଚନାନୁସାରେ, ଏରୋଡରୁ ୨୦୧୯ ଲୋକସଭା ନିର୍ବାଚନରେ [...]
ଚେନ୍ନାଇ: ଆତ୍ମହତ୍ୟା ଉଦ୍ୟମ ପରେ ତାମିଲନାଡୁର ଏମଡିଏମକେ ସାଂସଦ ଗଣେଶମୂର୍ତ୍ତିଙ୍କ ଗୁରୁବାର ସକାଳେ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ରିପୋର୍ଟ ମୁତାବକ, ଏରୋଡରୁ ଲୋକସଭା ସାଂସଦ ଥିବା ୭୭ ବର୍ଷୀୟ ଗଣେଶମୂର୍ତ୍ତିଙ୍କୁ ଏଥର ତାଙ୍କ ଦଳ ଟିକେଟ୍ ଦେଇନଥିଲା । ଏଥିପାଇଁ ସେ ଚିନ୍ତାଗ୍ରସ୍ତ ହୋଇ ମାର୍ଚ୍ଚ ୨୪ରେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ପୋଲିସର ସୂଚନାନୁସାରେ, ଏରୋଡରୁ ୨୦୧୯ ଲୋକସଭା ନିର୍ବାଚନରେ ଡିଏମକେ ଟିକେଟରେ ନିର୍ବାଚିତ ହୋଇଥିବା ଗଣେଶମୂର୍ତ୍ତି ଆତ୍ମହତ୍ୟା ଉଦ୍ୟମ କରିବା ପରେ ମାର୍ଚ୍ଚ ୨୪ରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ପରେ ଗଣେଶମୂର୍ତ୍ତିଙ୍କୁ କୋଏମ୍ବାଟୁରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେ ଆଜି (ମାର୍ଚ୍ଚ ୨୮) ଆଖି ବୁଜିଛନ୍ତି ।
ତିନିଥର ସାଂସଦ ଥିବା ଗଣେଶମୂର୍ତ୍ତି ଏମଡିଏମକେ ରେ ପ୍ରମୁଖ ପଦପଦବୀରେ ରହିଥିଲେ। ଆଗାମୀ ଲୋକସଭା ନିର୍ବାଚନରେ ଏରୋଡ ଆସନରୁ ଲଢ଼ିବାକୁ ତାଙ୍କୁ ଟିକେଟ୍ ନ ମିଳିବାରୁ ସେ ଅସନ୍ତୁଷ୍ଟ ଥିଲେ। ଏରୋଡରେ ଡିଏମକେ ନିଜ ପ୍ରାର୍ଥୀ ଦେଇଥିବାବେଳେ ତିରୁଚି ସିଟ୍ ଏମଡିଏମକେକୁ ଦେବାକୁ ନିଷ୍ପତ୍ତି ନେଇଛି । ଏମଡିଏମକେ ସାଧାରଣ ସମ୍ପାଦକ ଭାଇକୋଙ୍କ ପୁଅ ଦୁରାଇ ଭାଇକୋଙ୍କୁ ତିରୁଚିରୁ ଦଳର ପ୍ରାର୍ଥୀ କରାଯାଇଛି।
ରେକର୍ଡ ସ୍କୋର କରିବା ପରେ ମୁମ୍ବାଇକୁ ହରାଇ ଖାତା ଖୋଲିଲା ସନରାଇଜର୍ସ ହାଇଦ୍ରାବାଦ
Next Articleନବୀନ ନିବାସରେ ଟିକେଟ ପାଇଥିବା ବିଜେଡି ନେତାଙ୍କ ଭିଡ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
