ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ନିର୍ବାଚନ ପରେ ମହଙ୍ଗା ହେବ ମୋବାଇଲ୍ ଡାଟା ପ୍ୟାକ୍, ୧୫ ରୁ ୧୭ ପ୍ରତିଶତ ବଢ଼ିପାରେ ଟାରିଫ୍

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରେ ମହଙ୍ଗା ହେବ ମୋବାଇଲ୍ ଡାଟା ପ୍ୟାକ୍ । ଟେଲିକମ୍ କମ୍ପାନୀ ଗୁଡ଼ିକ ଟାରିଫ୍ ବଢ଼ାଇବା ପାଇଁ ସଜବାଜ ହେଲେଣି। ଏକ‌ ରିପୋର୍ଟ ମୁତାବକ, ନିର୍ବାଚନ ପରେ ମୋବାଇଲ୍ ଟାରିଫ୍ ୧୫ ରୁ ୧୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବା ସମ୍ଭାବନା ରହିଛି। ସର୍ବ ପ୍ରଥମେ ଏୟାରଟେଲ ଟାରିଫ୍ ବୃଦ୍ଧି ଘୋଷଣା କରିପାରେ। ଏପ୍ରିଲ ୧୯ ରୁ ଜୁନ୍ ୧ ପର୍ଯ୍ୟନ୍ତ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଜୁନ୍ ୪ରେ ଆସିବ ଫଳାଫଳ [...]

Admin•ଅପ୍ରେଲ 12, 2024
Share Article:

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରେ ମହଙ୍ଗା ହେବ ମୋବାଇଲ୍ ଡାଟା ପ୍ୟାକ୍ । ଟେଲିକମ୍ କମ୍ପାନୀ ଗୁଡ଼ିକ ଟାରିଫ୍ ବଢ଼ାଇବା ପାଇଁ ସଜବାଜ ହେଲେଣି। ଏକ‌ ରିପୋର୍ଟ ମୁତାବକ, ନିର୍ବାଚନ ପରେ ମୋବାଇଲ୍ ଟାରିଫ୍ ୧୫ ରୁ ୧୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବା ସମ୍ଭାବନା ରହିଛି। ସର୍ବ ପ୍ରଥମେ ଏୟାରଟେଲ ଟାରିଫ୍ ବୃଦ୍ଧି ଘୋଷଣା କରିପାରେ। ଏପ୍ରିଲ ୧୯ ରୁ ଜୁନ୍ ୧ ପର୍ଯ୍ୟନ୍ତ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଜୁନ୍ ୪ରେ ଆସିବ ଫଳାଫଳ ।

ଶେଷଥର ଟେଲିକମ୍ ଟାରିଫ୍ ଡିସେମ୍ବର ୨୦୨୧ରେ ବଢ଼ିଥିଲା। ସେଥର ଟାରିଫ୍ ୨୦ ପ୍ରତିଶତକୁ ବୃଦ୍ଧି ହୋଇଥିଲା । ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଏୟାରଟେଲର ବର୍ତ୍ତମାନର ହାରାହାରି ଗ୍ରାହକ ପିଛା ରାଜସ୍ବ ଆୟ(ଏଆରପିୟୁ) ହେଉଛି ୨୦୮ ଟଙ୍କା। ୨୦୨୬-୨୭ ଶେଷ ସୁଦ୍ଧା ଏହା ୨୮୬ ଟଙ୍କା ହୋଇପାରେ | ଏୟାରଟେଲର ଗ୍ରାହକ ସଂଖ୍ୟା ମଧ୍ୟ ବାର୍ଷିକ ଦୁଇ ପ୍ରତିଶତ ବଢ଼ିପାରେ। ସମ୍ପ୍ରତି ଟେଲିକମ୍ ଶିଳ୍ପର ଅଭିବୃଦ୍ଧି ହାର ଏକ ପ୍ରତିଶତ ରହିଛି।

ସାଧାରଣ ନିର୍ବାଚନ ପରେ ଆପଣଙ୍କୁ ମୋବାଇଲ୍ ଫୋନ୍ ରିଚାର୍ଜ କରିବା ପାଇଁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ଏବେ ଯେଉଁ ରିଚାର୍ଜ ପ୍ୟାକ୍ ପାଇଁ ଆପଣ ୧୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି, ଜୁନ୍ ପରେ ସେହି ପ୍ୟାକ୍ ପାଇଁ ଆପଣଙ୍କୁ ୧୧୭ ଟଙ୍କା ଖର୍ଚ୍ଚ କରିବାଊ ପଡ଼ିବ । ଯଦି ଆପଣ ୮୪ ଦିନ ପାଇଁ ୭୦୦ ଟଙ୍କା ପ୍ଲାନ୍ ରିଚାର୍ଜ କରୁଛନ୍ତି, ତେବେ ନିର୍ବାଚନ ପରେ ଏହା ଆପଣଙ୍କୁ ୮୧୯ ଟଙ୍କା ପଡ଼ିବ ।

#Odia#Odisha#News
Share Article:

Related Articles