ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ସ୍ଲୋଭାକିଆ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣକୁ ମୋଦୀଙ୍କ ନିନ୍ଦା

ନୂଆଦିଲ୍ଲୀ: ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ଉପରେ ହୋଇଥିବା ଆକ୍ରମଣକୁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିନ୍ଦା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପିଏମ୍ ମୋଦୀ ଏକ ପୋଷ୍ଟରେ କହିଛନ୍ତି, ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋ ଗୁଳିମାଡ଼ରେ ଆହତ ହେବା ଖବର ନେଇ ମୁଁ ସ୍ତବ୍ଧ। ଏହି ଭୀରୁତାପୂର୍ଣ୍ଣ ଆକ୍ରମଣକୁ ମୁଁ ଦୃଢ଼ ନିନ୍ଦା କରୁଛି। ରୋବର୍ଟ ଫିକୋଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଏହି କଠିଣ ସମୟରେ ଭାରତ ସ୍ଲୋଭାକିଆର ଲୋକଙ୍କ ସହ [...]

Admin•ମଇ 16, 2024
Share Article:

ନୂଆଦିଲ୍ଲୀ: ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ଉପରେ ହୋଇଥିବା ଆକ୍ରମଣକୁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିନ୍ଦା କରିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପିଏମ୍ ମୋଦୀ ଏକ ପୋଷ୍ଟରେ କହିଛନ୍ତି, ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋ ଗୁଳିମାଡ଼ରେ ଆହତ ହେବା ଖବର ନେଇ ମୁଁ ସ୍ତବ୍ଧ। ଏହି ଭୀରୁତାପୂର୍ଣ୍ଣ ଆକ୍ରମଣକୁ ମୁଁ ଦୃଢ଼ ନିନ୍ଦା କରୁଛି। ରୋବର୍ଟ ଫିକୋଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଏହି କଠିଣ ସମୟରେ ଭାରତ ସ୍ଲୋଭାକିଆର ଲୋକଙ୍କ ସହ ଅଛି।

ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ଉପରେ ଗୁଳିମାଡ଼ ପରେ ସେ ଡାକ୍ତରଖାନାରେ ଜୀବନ ସହ ସଂଘର୍ଷ କରୁଛନ୍ତି। ତାଙ୍କୁ ବ୍ରାଟିସ୍ଲାଭା ପରି ଏକ ଛୋଟ ସହରରେ ଜଣେ ବ୍ୟକ୍ତି ଗୁଳିମାଡ଼ କରିଥିଲେ ।

ସ୍ଲୋଭାକିଆ ପ୍ରତିରକ୍ଷା ମନ୍ତ୍ରୀ ରବର୍ଟ କାଲିନାକ୍ କହିଛନ୍ତି, ଗୁଳିମାଡ଼ ପରେ ରବର୍ଟ ଫିକୋଙ୍କ ତିନି ଘଣ୍ଟା ଧରି ଅସ୍ତ୍ରୋପଚାର ହୋଇଥିଲା । ତାଙ୍କ ଅବସ୍ଥା ଗୁରୁତର ରହିଛି।

ସ୍ଲୋଭାକିଆର ରାଷ୍ଟ୍ରପତି ଏବଂ ଅନ୍ୟ ରାଜନେତାମାନେ ଏହି ଘଟଣାକୁ ‘ଗଣତନ୍ତ୍ର ଉପରେ ଆକ୍ରମଣ’ ବୋଲି କହିଛନ୍ତିି।ଅଭିଯୁକ୍ତ ଆକ୍ରମଣକାରୀଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା। କିନ୍ତୁ ପ୍ରଶାସନ ଏପର୍ଯ୍ୟନ୍ତ ତାଙ୍କ ପରିଚୟ ପ୍ରକାଶ କରିନାହିଁ।

#Odia#Odisha#News
Share Article:

Related Articles